Advertisment

ଫେବ୍ରୁଆରୀ ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ବୀରମିତ୍ରପୁରରେ ସ୍ୱାଗତ କରିବ କଂଗ୍ରେସ

ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପରେ ଏବେ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ କ୍ୟାମ୍ପ । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଲାଗିଛି ଦଳ।

ଅଦ୍ୟତନ ହୋଇଛି
Rahul Gandhi Bharat Jodo Nyay Yatra

Rahul Gandhi

Advertisment

ଆସନ୍ତା ୬ ତାରିଖରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି । କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ରାହୁଲ ସୁନ୍ଦରଗଡର ବୀରମିତ୍ରପରରେ ଆସି ପହଞ୍ଚିବେ। ୬ ତାରିଖ ଦିନ ବୀରମିତ୍ରପୁରରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଏହାପରେ ସୁନ୍ଦରଗଡ, ରାଉରକେଲା, ଝାରସୁଗୁଡ଼ା ଦେଇ ଗତି କରିବ ନ୍ୟାୟ ଯାତ୍ରା। ୭ ଓ ୮ ତାରିଖରେ ରାହୁଲ ଓଡ଼ିଶାରେ ରହିବେ।

Advertisment

ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପରେ ଏବେ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ କ୍ୟାମ୍ପ । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଲାଗିଛି ଦଳ। ଦୁଇ ଦିନ ତଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଭୁବନେଶ୍ୱର ଆସି ଓଡ଼ିଶା ବଂଚାଅ ସମାବେଶରେ ଯୋଗ ଦେଇଥିଲେ।

Congress Rahul Gandhi Bharat Jodo Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ