• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଟ୍ରକ୍‌ରେ ଦିଲ୍ଲୀରୁ ଚଣ୍ଡିଗଡ଼ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । କଂଗ୍ରେସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ରାହୁଲ ଟ୍ରକରେ ବସି ଯାଉଥିବା ଭିଜୁଆଲକୁ ସେୟାର କରାଯାଇଛି । ଟ୍ରକ୍‌ ଡ୍ରାଇଭରମାନଙ୍କ ସମସ୍ୟା ବୁଝିବାକୁ ରାହୁଲ ଟ୍ରକ୍‌ରେ ଯାତ୍ରା କରିଥିବା ଉଲ୍ଲେଖ କରାଯାଇଛି । ଦେଶରେ ୯୦ ଲକ୍ଷ ଟ୍ରକ୍‌ ଡ୍ରାଇଭର ଅଛନ୍ତି । ତେବେ ସେମାନଙ୍କ ସମସ୍ୟା ଓ ମନର କଥା ଶୁଣିବା ପାଇଁ ରାହୁଲ ଗାନ୍ଧି ଏଭଳି ଟ୍ରକରେ ଯାତ୍ରା କରିଥିବା କଂଗ୍ରେସ ପକ୍ଷରୁ ଟ୍ୱିଟ କରାଯାଇଛି ।

ଗତକାଲି ରାତିରେ ଦିଲ୍ଲୀରୁ ଅମ୍ବଲା ଅଭିମୁଖେ ଯାତ୍ରା କରୁଥିବା ଟ୍ରକ୍‌ ଡ୍ରାଇଭରମାନେ ଗୋଟିଏ ଟ୍ରକ୍‌ରେ ରାହୁଲଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ରାହୁଲଙ୍କ ଏକ ଭିଡିଓ କରିବା ସହ ତାଙ୍କୁ କିଛି ପ୍ରଶ୍ନ ପଚାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

ଏହାକୁ ନେଇ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି । କଂଗ୍ରେସର କହିବା ଅନୁସାରେ ରାହୁଲ ତାଙ୍କ ମା’ଙ୍କୁ ସାକ୍ଷାତ କରିବାକୁ ଶିମଲା ଯାଉଥିଲେ । ହେଲେ ପରେ ସେ ଟ୍ରକ୍‌ ଡ୍ରାଇଭରଙ୍କୁ ଭେଟି ଅମ୍ୱଲା ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ । ଯାତ୍ରା ସମୟରେ ଟ୍ରକ୍‌ ଡ୍ରାଇଭର ମାନଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ରାହୁଲ ।

ନିକଟରେ ରାହୁଲ ‘ଭରତ ଯୋଡ଼’ ଯାତ୍ରା କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନ ବୁଲିଥିଲେ । କନ୍ୟାକୁମାରୀ ଠାରୁ ଶ୍ରୀନଗର ପର୍ଯ୍ୟନ୍ତ ‘ଭାରତ ଯୋଡା’ ଯାତ୍ରା ପରଠାରୁ କଂଗ୍ରେସ ସାଧାରଣ ସଭା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରୁଛି । ପୂର୍ବରୁ ବେଙ୍ଗାଲୁରୁରେ ଫୁଡ ଡେଲିଭରି ବୟ ସହ ବାଇକ ରାଇଡ୍ କରିଥିଲେ ରାହୁଲ ଗାନ୍ଧି ।