• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆକ୍ଷେପ । ଆଜି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗର ନୁହଁନ୍ତି । ସେ ସାଧାରଣ ବର୍ଗର ହୋଇ ମଧ୍ୟ ମିଛରେ ଓବିସି ବର୍ଗରେ ଜନ୍ମ ହୋଇଥିବା ସାରା ଦେଶକୁ କହିଛନ୍ତି । ତେଣୁ ସେ ଦେଶରେ ଜାତି ଜନ ଗଣନା କରିବାକୁ ଦେବେନାହିଁ ବୋଲି ରାହୁଲ କହିଛନ୍ତି । ଓଡ଼ିଶାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଲୁଟୁଛନ୍ତି । ଓଡ଼ିଶାରେ ଯୁବପିଢ଼ିଙ୍କୁ ନିଯୁକ୍ତି ମିଳୁନାହିଁ ।

ପେଟ୍ରୋଲ ଓ ଖାଦ୍ୟ ସାମଗ୍ରୀ ଦର ବଢୁଛି ହେଲେ କିଛି ଫରକ ପଡ଼ୁନି ବୋଲି ରାହୁଲ ଅଭିଯୋଗ ଆଣିଛନ୍ତି । ରାହୁଲଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିନଥିବା ବେଳେ ମୋଦିଙ୍କ ଜାତି ପ୍ରସଙ୍ଗରେ ବିଜେପି କହିଛି ରାହୁଲ ରାଜନୈତିକ ଅପରିପକ୍ୱତାର ପରିଚୟ ଦେଇଛନ୍ତି । ସେପଟେ ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ତୃତୀୟ ଦିନ ଥିଲା ।

ଆଜି ଝାରସୁଗୁଡ଼ାରେ ପଦଯାତ୍ରା କରିଥିଲେ ରାହୁଲ । ବେଲପାହାଡରେ ଜନସଭାକୁ ସମ୍ବୋଧନ କରିଥିଲେ । ବେଲପାହାଡରେ ଜନସଭାକୁ ସମ୍ବୋଧନ କରି ରାହୁଲ କହିଥିଲେ, ଓଡ଼ିଶାରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଲୁଟୁଛନ୍ତି । ଏହି ଅବସରରେ ରାହୁଲ ଏକାଧିକ ଅଭିଯୋଗ ଆଣି ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛନ୍ତି ।

ଏହାପରେ ରାହୁଲ ଓଡିଶା ଗସ୍ତ ସାରି ଛତିଶଗଡରେ ପହଞ୍ଚିଛନ୍ତି । ଅନ୍ୟପଟେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଆସିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟି ଗୁହାରି ପତ୍ର ଦେଇଛନ୍ତି କୋଇଲା ଖଣିରୁ ଛଟେଇ ଶ୍ରମିକ । ଝାରସୁଗୁଡା ଜିଲ୍ଲା ଲଖନପୁର MCL କୋଇଲା ଖଣିର ‘ମହାଲକ୍ଷ୍ମୀ ଘରୋଇ କମ୍ପାନୀ’ରେ ନିଯୁକ୍ତି ପାଇ ମଧ୍ୟ ପରେ କାମ ହରାଇ ଥିବା ଶ୍ରମିକମାନେ ରାହୁଲଙ୍କୁ ସାକ୍ଷାତ କରିଥିଲେ ।

ପରେ ସେମାନେ ରାହୁଲ ଗାନ୍ଧୀଙ୍କୁ ପୁନଃ ନିଯୁକ୍ତି ପାଇଁ ଦାବି ଉପସ୍ଥାପନ କରିବାକୁ ଗୁହାରି କରିଥିଲେ । ପୁନଃ ନିଯୁକ୍ତି ଦାବିରେ ଏହି ଛଟେଇ ଶ୍ରମିକମାନେ ପୂର୍ବରୁ ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ ବି ସେମାନଙ୍କ କଥା ଶୁଣାଯାଉନଥିବା ନେଇ ରାହୁଲଙ୍କୁ ଅବଗତ କରିଥିଲେ । ଅନ୍ୟପଟେ ଗାଡ଼ି ଅଟକାଇ ରାହୁଲ ଶ୍ରମିକମାନଙ୍କ ସହ ପ୍ରାୟ ୧୦ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲେ ।