• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜନ୍ମମାଟି...ଜନ୍ମଭୂମିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲୋକଙ୍କୁ ଭେଟିଛନ୍ତି, ପାଖରୁ ମିଶିଛନ୍ତି ଆଉ ମନଭରି କଥା ବି ହୋଇଛନ୍ତି । ଆଜି ରାଷ୍ଟ୍ରପତି ମୁର୍ମୁ ମୟୂରଭଞ୍ଜ ଗସ୍ତରେ ଆସି ନିଜ ଗାଁକୁ ଯାଇଛନ୍ତି । ତେବେ ରାଇରଙ୍ଗପୁରରେ ସଂବର୍ଦ୍ଧନା ସଭାରେ ମହାମହିମ୍‌ ଭାବବିହ୍ୱଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି, ‘ସମୟ ବଡ଼ ବଳବାନ, ଯାହା ପାଇଛି, ତାହା ଆପଣମାନଙ୍କ ପାଇଁ । ଉପରବେଡାରେ ଜନ୍ମ ହୋଇଥିଲେ ବି ରାଇରଙ୍ଗପୁରରେ ଦ୍ୱିତୀୟ ଜନ୍ମ । ବାପା ମାଆ ସେତେ ପାଠ ପଢ଼ି ନଥିଲେ ବି ପାଠର ଗୁରୁତ୍ୱ ବୁଝିଥିଲେ । ସେଥିପାଇଁ ବାପା ମାଆ ମୋତେ ପାଠ ପଢ଼ାଇଲେ, ଚାକିରି କଲି । ପରବର୍ତ୍ତୀ ପର୍ଯ୍ୟାୟରେ ଚାକିରି ଛାଡ଼ି ଅନରାରୀ ଶିକ୍ଷକତା କଲି ।

ଏହାପରେ କାଉନସିଲର ଓ ପରେ ପରେ ଭାଇସ ଚେୟାରମ୍ୟାନ ହେଲି । ୩ ବର୍ଷ ପୂରି ନ ଥିଲା ଆପଣମାନେ ମୋତେ ବିଧାନସଭା ପଠାଇଲେ । ଏ ମାଟି ପାଖରେ ମୁଁ ଚିର ଋଣୀ, ସେ ଋଣ ଶୁଝିବାକୁ ମୁଁ ଚେଷ୍ଟା କରୁଛି । ଆଜି ମୁଁ ଯାହା ହୋଇଛି, ସବୁ ଏଇ ମାଟି ପାଇଁ । ଏ ମାଟିର ଋଣ ମୋ ଉପରେ ମଲ୍ଟିପ୍ଲାଏ ହୋଇଚାଲିଛି । ଏ ମାଟିର ଋଣ ଶୁଝିବାକୁ ମୋତେ କେତେ ଜନ୍ମ ଯେ ଲାଗିବ, ଜାଣିନି । ଏ ମାଟିର ନାଁ କେତେ ରଖିବି ଜାଣିନି, କିନ୍ତୁ କେବେ ବଦନାମ କରିବିନି । ’

ରାଷ୍ଟ୍ରପତି ହେବା ପରେ ଏହାଥିଲା ମହାମହିମଙ୍କ ପ୍ରଥମ ଗସ୍ତ । ତେଣୁ ଲୋକେ ବି ଥିଲେ ବି ବେଶ୍ ଉତ୍ସାହିତ ଅଛନ୍ତି । ମାଡାମ୍ ରାଷ୍ଟ୍ରପତିଙ୍କୁ ଏତେ ପାଖରୁ ଦେଖି ଖୁସି କହିଲେ ନସରେ । ଶହ ଶହ ସଂଖ୍ୟାରେ ଲୋକେ ବାଦାମପାହାଡ଼ ହେଲିପେଡଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯାଏଁ ରୁଢ଼ ହୋଇଥିଲୋ । ରାଷ୍ଟ୍ରପତି ଆଜି ନିଜ ସ୍କୁଲ SLSକୁ ଯାଇଥିଲେ । ସ୍ୱାମୀ ଓ ଦୁଇ ପୁଅଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ସ୍କୁଲର ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ସହ ବିସ୍ତୁତ ଆଲୋଚନା କରିଥିଲେ । ...

ତାସହ ଆଦିବାସୀଙ୍କ ପୂଜାର ଆସ୍ଥାନ ଗୋଷାଣୀକୁ ଯାଇଥିଲେ ରାଷ୍ଟ୍ରପତି । ସେଠି କିଛି ସମୟ ପୂଜା ବି କରିଥିଲେ । ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଖଣି ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ଅନେକ ସ୍ଥାନୀୟ ନେତା ଓ ବ୍ୟକ୍ତିବିଶେଷ ରହିଛନ୍ତି ।