Advertisment

ଜନ୍ମମାଟିରେ ରାଷ୍ଟ୍ରପତି: ଜାଣନ୍ତୁ ମଧ୍ୟାହ୍ନ ଭୋଜନରେ କ’ଣ ଖାଇଲେ ମାଡାମ୍ ଦ୍ରୌପଦୀ ମୁର୍ମୁ ?

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉତ୍ସବମୁଖର ସାରା ମୟୂରଭଞ୍ଜ। ସତେ ଯେମିତି ନୂଆ ରୂପରେ ସଜେଇ ହୋଇଛି ପୁରା ଜିଲ୍ଲା। ରାଷ୍ଟ୍ରପତିଙ୍କ ପାଇଁ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
President Droupadi Murmu Odisha visit

President Droupadi Murmu Odisha visit

ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକଙ୍କୁ ଭେଟିବା ସହ ସେମାନଙ୍କ ସହ ମିଶି କଥା ବି ହୋଇଛନ୍ତି। ଆଜି ରାଷ୍ଟ୍ରପତି ମୟୂରଭଞ୍ଜ ଗସ୍ତରେ ଆସି ନିଜ ଗାଁକୁ ଯାଇଛନ୍ତିା ରାଷ୍ଟ୍ରପତି ହେବା ପରେ ଏହା ଥିଲା ଜନ୍ମମାଟିକୁ ମହାମହିମଙ୍କ ପ୍ରଥମ ଗସ୍ତ। ତେଣୁ ଲୋକେ ବି ଥିଲେ ବି ବେଶ୍ ଉତ୍ସାହିତ। ରାଷ୍ଟ୍ରପତିଙ୍କୁ ଏତେ ପାଖରୁ ଦେଖି ଅଞ୍ଚଳବାସୀଙ୍କ ଖୁସି କହିଲେ ନସରେ। ଶହ ଶହ ସଂଖ୍ୟାରେ ଲୋକେ ବାଦାମପାହାଡ଼ ହେଲିପ୍ୟାଡ୍‌ଠୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯାଏ ରୁଣ୍ଡ ହୋଇଥିଲେ।

Advertisment

ରାଷ୍ଟ୍ରପତି ଆଜି ନିଜ ସ୍କୁଲ SLSକୁ ଯାଇଥିଲେ। ସ୍ୱାମୀ ଓ ଦୁଇ ପୁଅଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସ୍କୁଲର ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ସହ ବିସ୍ତୁତ ଆଲୋଚନା କରିଥିଲେ। ଏହାସହ ଆଦିବାସୀଙ୍କ ପୂଜାର ଆସ୍ଥାନ ଗୋଷାଣୀକୁ ଯାଇଥିଲେ ରାଷ୍ଟ୍ରପତି। ସେଠି କିଛି ସମୟ ପୂଜା ବି କରିଥିଲେ। ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ଅନେକ ସ୍ଥାନୀୟ ନେତା ଓ ବ୍ୟକ୍ତିବିଶେଷ ରହିଛନ୍ତି।

ମଧ୍ୟାହ୍ନ ଭୋଜନରେ କ’ଣ ଖାଇଲେ ରାଷ୍ଟ୍ରପତି ? 

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉତ୍ସବମୁଖର ସାରା ମୟୂରଭଞ୍ଜ। ସତେ ଯେମିତି ନୂଆ ରୂପରେ ସଜେଇ ହୋଇଛି ପୁରା ଜିଲ୍ଲା। ପାହାଡ଼ପୁରଠୁ ଆରମ୍ଭ କରି ରାଇରଙ୍ଗପୁର ଯାଏ ଆଦିବାସୀ ଓ ପରମ୍ପରାର ଝଲକ ଦେଖିବାକୁ ମିଳିଛି। କେଉଁଠି ନାଚ ଗୀତ ତ ଆଉ କେଉଁଠି ଢୋଲ ବାଦ୍ୟର ତାଳେ ତାଳେ ଝୁମିଥିଲେ ସମସ୍ତେ। ରାଷ୍ଟ୍ରପତିଙ୍କ ପାଇଁ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ହୋଇଥିଲା।ଆଜି ମଧ୍ୟାହ୍ନ ଭୋଜନରେ ପଖାଳ, ବଡ଼ି ଚୁରା, ଶାଗ ଭଜା, ଆଳୁ ଭଜା, ସମେତ ଯାହା ଯାହା ରାଷ୍ଟ୍ରପତିଙ୍କ ପସନ୍ଦ ସେସବୁ ମେନ୍ୟୁରେ ରହିଥିଲା।

Advertisment

ସେ ସିନା ରାଷ୍ଟ୍ରପତି କିନ୍ତୁ ପ୍ରଥମେ ଏ ମାଟିର ଝିଅ। ଏମାଟି ତାଙ୍କୁ ସବୁ କିଛି ଦେଇଛି। ନାଁ...ସମ୍ମାନ...ପରିଚୟ, ସବୁକିଛି। ତେଣୁ ଆଜି ରାଷ୍ଟ୍ରପତି ହେବା ପରେ ବି ସେ ସେମିତି ହିଁ ବ୍ୟବହାର କରିଥିଲେ। ହେଲିକପ୍ଟରରୁ ନିଜ ଜନ୍ମମାଟିରେ ଓହ୍ଲାଇଥିଲେ ରାଷ୍ଟ୍ରପତି। ତାଙ୍କୁ ଦେଖିବାକୁ ଶତାଧିକ ଲୋକ ଅପେକ୍ଷା କରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସବୁ ଯେପରି ବୁଝି ପାରିଥିଲେ। କାରକେଡ୍‌ରୁ ହଠାତ୍ ଓହ୍ଲାଇ ପଡ଼ିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଅପେକ୍ଷା କରିଥିବା ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ଚାଲି ଚାଲି ଲୋକଙ୍କ ପାଖକୁ ପହଞ୍ଚିଥିଲୋ ଯେମିତି ପୁରୀ ବଡ଼ଦାଣ୍ଡରେ, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଚାଲିଥିଲେ, ଠିକ୍ ସେହିପରି ଆଜି ବି ଚାଲି ଥିଲେ ରାଷ୍ଟ୍ରପତି।

President Of India Droupadi Murmu
Advertisment
Advertisment