• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ସଜବାଜ । ନୂଆ ଭୋଟରଙ୍କୁ ଯୋଡ଼ିବା ଅଭିଯାନରେ ସାମିଲ ହୋଇଛନ୍ତି ୫ ଲକ୍ଷରୁ ଅଧିକ ଭୋଟର । ୩୦ ଜିଲ୍ଲାରେ ଅକ୍ଟୋବର ୨୭ରୁ ଗତ ମାସ ୩୦ ତାରିଖ ଯାଏଁ ଭୋଟର୍ ତାଲିକାରେ ସଂକ୍ଷିପ୍ତ ସଂଶୋଧନ କରାଯାଇଛି । ଯେଉଁଥିରେ ନାଁ ଯୋଡ଼ିବା ଓ ବାଦ୍ ଦେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଏଥିରୁ ସର୍ବାଧିକ ଭୋଟର ଖୋର୍ଦ୍ଧା ଜିଲ୍ଲାରେ ଯୋଡ଼ି ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରେ ୪୫ହଜାର ୩୯୮ ନୂଆ ଭୋଟର୍ ଥିବା ବେଳେ କଟକରେ ୪୪ ହଜାର ୭୩୨, ବଲାଙ୍ଗିରରୁ ୪୧ ହଜାର ୫୧୩, ଗଞ୍ଜାମ ଜିଲ୍ଲାରେ ୩୯ ହଜାର ୨୯୭ ଜଣ ଭୋଟର୍ ଯୋଡ଼ି ହୋଇଛନ୍ତି ।

ମୋଟ୍ ୫ ଲକ୍ଷ ୫୧ ହଜାର ୨୩୭ ନୂଆ ଭୋଟର୍ ଏହି ମାସକ ଭିତରେ ଯୋଡ଼ି ହୋଇଛନ୍ତି । ତା ସହ ୧ ଲକ୍ଷ ୮୭ ହଜାର ୪୦୫ ଜଣ ଭୋଟର୍ ବାଦ୍ ପଡ଼ିଛନ୍ତି । ଅନ୍ୟପଟେ ଦେଶ ତଥା ରାଜ୍ୟରେ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ । ଏଥିପାଇଁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କଲେଣି ଜାତୀୟ ତଥା ଆଞ୍ଚଳିକ ଦଳ । ଲୋକଙ୍କ ଭୋଟ ହାତେଇବାକୁ ବଳ କଷାକଷି ।

ଆସନ୍ତାକାଲି ୫ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ୫ ରାଜ୍ୟର ବିଧାନସଭା ଫଳାଫଳ ଆସନ୍ତା ସାଧାରମ ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ଆଲୋଚନା କରା ଯାଉଛି । ଏକଜିଟ ପୋଲି ଆକଳନ ଅନୁସାରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ୩ ହିନ୍ଦୀ ଭାଷୀ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ କଡା ଟକ୍କର। ସେହିପରି ତେଲେଙ୍ଗାନାରେ କଂଗ୍ରେସ ବିଆରଏସଠାରୁ କ୍ଷମତା ଛଡାଇ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପକ୍ଷରେ ମିଜୋରାମର ଚିତ୍ର ଅସ୍ପଷ୍ଟ ରହିଛି ।