ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ପ୍ରକାଶ। ନିଜ ଇସ୍ତଫା ପତ୍ରରେ ପ୍ରକାଶ କହିଛନ୍ତି ଯେ, ମୁଁ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ୱାସ ରଖେ। ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଂଗଠନ ସହ ଜଡିତ ରହିଛି, ଏଣୁ ମୁଁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମଣିଲି। ଟାଙ୍ଗୀ-ସାଲେପୁର ଲୋକଙ୍କ ସହ ୨୫ ବର୍ଷ ହେଲା ଯୋଡିହୋଇ ରହିଛି, ଆଗାମୀ ଦିନରେ ମଧ୍ୟ ସେମାନଙ୍କ ଋଣ ସୁଝିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।
Also Read
ଗତ ନିର୍ବାଚନରେ କଟକ ବାରବାଟୀରୁ ପ୍ରାର୍ଥୀ ହୋଇଥିଲେ ପ୍ରକାଶ। ନିର୍ବାଚନ ପୂର୍ବରୁ ବିଜେଡିକୁ ଆସି ସେ କଟକ-ବାରବାଟୀ ଆସନରୁ ଟିକେଟ ହାତେଇଥିଲେ। ୨୦୧୪ରେ ସାଲେପୁରରୁ କଂଗ୍ରେସ ଟିକେଟରେ ଜିତିଥିଲେ। ପରେ କଂଗ୍ରେସରୁ ବିଜେପି ଯାଇ ସେଇଠୁ ବିଜେଡିକୁ ଯାଇଥିଲେ ପ୍ରକାଶ। ତେବେ ପ୍ରକାଶଙ୍କ ଇସ୍ତଫା ଏବଂ ତାଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
-ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା
— ଓଟିଭି (@otvkhabar) October 10, 2024
-ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା
-ଗତ ନିର୍ବାଚନରେ କଟକ ବାରବାଟୀରୁ ପ୍ରାର୍ଥୀ ହୋଇଥିଲେ
-୨୦୧୪ରେ ସାଲେପୁରରୁ କଂଗ୍ରେସ ଟିକେଟ୍ରେ ଜିତିଥିଲେ#PrakashBehera #BJD pic.twitter.com/62SjAVQBpS