Advertisment

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ଚାଲିଗଲା ବିଜୁଳି: ବିଭ୍ରାଟକୁ ନେଇ IDCO-ଟାଟାପାୱାର ଦୋଷ ଲଦାଲଦି

କାର୍ଯ୍ୟକ୍ରମରେ ଦେଶର ଭବିଷ୍ୟତମାନଙ୍କୁ ଯେତେବେଳେ ଦୀକ୍ଷାନ୍ତ ଭାଷଣ ଦେଉଥିଲେ ମହାମହିମ, ଠିକ୍ ସେତିକିବେଳକୁ ଚାଲିଗଲା ବିଦ୍ୟୁତ।ଅଭିଭାଷଣ ଆରମ୍ଭର ୪ ମିନିଟ୍ ୧୧ ସେକେଣ୍ଡ ଭିତରେ ପାୱାର୍ ଫେଲ୍।

ଅଦ୍ୟତନ ହୋଇଛି
undefined

Power Outage During President's Address

Advertisment

ଯେତେ ସମାଲୋଚନା ହେଉ କିମ୍ବା ଯେତେ ଦୋଷ ବି ଦିଆଯାଉ... କମ୍ ପଡ଼ିଯିବ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଆଗରେ। ଦେଶର ରାଷ୍ଟ୍ରପତିଙ୍କ ସଭାରେ ବି ଯେ ବିଦ୍ୟୁତ ବିଭ୍ରାଟ ହେବ, କିଟି କିଟି ଅନ୍ଧାର ଭିତରେ ଛିଡ଼ା ହୋଇ ଅଭିଭାଷଣ ରଖିବେ ମହାମହିମ। ତା’ପୁଣି ତାଙ୍କ ଜନ୍ମମାଟିରେ... ୟାଠୁ ଲଜ୍ଜାଜନକ ଘଟଣା ବା ଆଉ କ’ଣ ଘଟିପାରେ ? ସ୍ଥାନ ମୟୁରଭଞ୍ଜ ଜିଲ୍ଲା ବାରିପଦା... ମଞ୍ଚ ମୟୁରଭଞ୍ଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ... ଅବସର ଥିଲା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ।

Advertisment

ଆଉ ସେହି କାର୍ଯ୍ୟକ୍ରମରେ ଦେଶର ଭବିଷ୍ୟତମାନଙ୍କୁ ଯେତେବେଳେ ଦୀକ୍ଷାନ୍ତ ଭାଷଣ ଦେଉଥିଲେ ମହାମହିମ, ଠିକ୍ ସେତିକିବେଳକୁ ଚାଲିଗଲା ବିଦ୍ୟୁତ।ଅଭିଭାଷଣ ଆରମ୍ଭର ୪ ମିନିଟ୍ ୧୧ ସେକେଣ୍ଡ ଭିତରେ ପାୱାର୍ ଫେଲ୍। ନା ଶୁଭିଲା ରାଷ୍ଟ୍ରପତିଙ୍କ ଅଭିଭାଷଣ...ନା କିଏ କାହାକୁ ଦେଖିପାରିଲେ...ନା କେହି ଜାଣିପାରିଲେ କ’ଣ ଘଟିଗଲା...ତାହାରି ଭିତରେ ପୋଡ଼ିୟମର ଝାପସା ଲାଇଟରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜେନେରେଟର ଦ୍ବାରା ବିଜୁଳି ପୁନର୍ବାହାଲ ହେବା ପୂର୍ବରୁ ପ୍ରାୟ ୯ ମିନିଟ୍ କାଳ ରାଷ୍ଟ୍ରପତି ଉପସ୍ଥିତ ଥିବା ମଞ୍ଚ ଅନ୍ଧାର ହୋଇଗଲା। ଆଉ ସେହି ଅନ୍ଧାରରେ ଭାଷଣ ଦେଲା ବେଳେ ଭାଷଣ ଛଳରେ ଏକ ପଂକ୍ତି ଉଚ୍ଚାରଣ କରି ରାଷ୍ଟ୍ରପତି ବି ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଅଧିକ ପଢ଼ନ୍ତୁ: ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି ! ବିଦ୍ୟୁତ ବିଭ୍ରାଟ ପାଇଁ ଦାୟୀ କିଏ ?

Advertisment

ତେବେ ଦେଶର ପ୍ରଥମ ନାଗରିକଙ୍କ ସଭାରେ ଏଭଳି ବିଭ୍ରାଟ ହେଲା କେମିତି ? ରାଷ୍ଟ୍ରପତିଙ୍କ ଅଭିଭାଷଣବେଳେ ଯେଉଁ ଲଜ୍ଜାଜନକ ଘଟଣା ଘଟିଲା ଏଥିପାଇଁ କିଏ ଦାୟୀ ? ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣବେଳେ ଆଲୋକ ପାଇଁ ନଥିଲା କି ବିକଳ୍ପ ବ୍ୟବସ୍ଥା ? ଯଦି ଜେନେରେଟର୍ ଥିଲା, କାହିଁକି ବ୍ୟବହାର କରାଯାଇନଥିଲା? ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପୁର୍ବରୁ ଛୁଞ୍ଛି ମାଛି ପରୀକ୍ଷା ହୁଏ। ତେବେ କେଉଁଠି ରହିଲା ତ୍ରୁଟି ? ଏବେ ଏଭଳି ନାନା ପ୍ରଶ୍ନ ମୁଣ୍ଡ ଟେକୁଥିବାବେଳେ ସଭାଗୃହଟି ଇଡ଼କୋର ତତ୍ତ୍ବାବଧାନ ଥିଲା। ଆମର କିଛି ଦୋଷ ନାହିଁ କହି ହାତଟେକି ଦେଇଛି ବିଦ୍ୟୁତ ବିତରଣ କଂପାନୀ।

ଅପରପକ୍ଷେ ଘଟଣାକୁ ନେଇ ଜାରି ରହିଛି ଖୋଳତାଡ଼। କାହିଁକି ଚାଲିଗଲା ବିଜୁଳି ? ମନୁଷ୍ୟକୃତ ଅବହେଳା ନା ହଠାତ କୌଣସି ଯାନ୍ତ୍ରିକ ତ୍ରୁଟି ? ଜେନେରେଟରଠୁ ଆରମ୍ଭ କରି ଟ୍ରାନସଫର୍ମର ଯାଏଁ ଯାଞ୍ଚ କରାଯାଇଛି। ଏହି ଘଟଣାକୁ ଏକ ଅନିଚ୍ଛାକୃତ ତ୍ରୁଟି ଦର୍ଶାଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଦୁଃଖିତ ବୋଲି କହିଥିବାବେଳେ ବିଶ୍ବବିଦ୍ୟାଳୟ କୂଳପତି ଏହାକୁ ଦୁର୍ଭାଗ୍ୟଜନକ ଘଟଣା କହି କ୍ଷମା ମାଗିଛନ୍ତି। ଏପରିକି ଇସ୍ତଫା ଦେବାକୁ ପଡ଼େ, ମୁଁ ଦେଇଦେବି ବୋଲି କୁଳପତି କହିଛନ୍ତି।

Advertisment

ସେପଟେ ଏହିଘଟଣାରେ ବିଶ୍ବବିଦ୍ୟାଳୟର ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଘଟଣା ସଂପର୍କରେ ବୈଠକ ଡାକିବା ସହ କେନ୍ଦ୍ରାଞ୍ଚଳ ଆରଡିସି କହିଛନ୍ତି, ଅନୁସନ୍ଧାନ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ଅପରପକ୍ଷେ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଘଟିଛି, ଏହାର ତଦନ୍ତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

ଏକଦା ରାଷ୍ଟ୍ରପତିଙ୍କ ଗାଁ ଉପରବେଡାବାସୀଙ୍କୁ ବିଜୁଳି ସେବାରୁ ବଞ୍ଚିତ କରାଯାଇଥିଲା। ଆଉ ଏବେ ରାଷ୍ଟ୍ରପତି ହୋଇ ସେହି ଜନ୍ମମାଟିରେ ଅଭିଭାଷଣ ରଖୁଥିବାବେଳେ ବିଜୁଳି ବିଭ୍ରାଟ, ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

President Of India Odisha Politics Odisha Visit Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ