Advertisment

ରାଜ୍ୟରେ କେତେ ହ୍ରାସ ପାଇଛି ବେକାରୀ ? ସର୍ଭେ ରିପୋର୍ଟକୁ କଟାକ୍ଷ କଲେ ବିରୋଧୀ

CMIEର କୌଣସି ବିଶ୍ୱସନୀୟତା ନ ଥିବା କହିଛନ୍ତି କଂଗ୍ରେସ ବିଧାୟକ ସାଲୁଜା।

ଅଦ୍ୟତନ ହୋଇଛି
How much unemployment has decreased in the state

How much unemployment has decreased in the state

Advertisment

ରାଜ୍ୟରେ କେତେ ହ୍ରାସ ପାଇଛି ବେକାରୀ, ତାକୁ ନେଇ ମୁହାଁମୁହିଁ ବିଜେପି ଓ ବିଜେଡି। ରାଜ୍ୟସଭାରେ ୨୦୨୨ ଡିସେମ୍ବରରେ ଦିଆଯାଇଥିବା ଏକ ଉତ୍ତର ଅନୁସାରେ ୨୦୨୦-୨୧ରେ ଓଡ଼ିଶାରେ ବେକାରୀ ହାର ଥିଲା ୫ ଦଶମିକ ୩ ପ୍ରତିଶତ। କାମ କରିବାକୁ ଯୋଗ୍ୟ ଥିବା ୧୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।  ଏହି ରିପୋର୍ଟ ଅନୁସାରେ ସାରା ଦେଶରେ ବେକାରୀ ହାର ୪ ଦଶମିକ ୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଥିଲା ୫ ଦଶମିକ ୩ ପ୍ରତିଶତ।

Advertisment

ତେବେ ୨୦୨୩ ଜାନୁଆରି ୧ର ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନମି, CMIE ରିପୋର୍ଟ ଅନୁସାରେ ୨୦୨୨ ଡିସେମ୍ବର ସୁଦ୍ଧା ଓଡ଼ିଶା ରେ ବେକାରୀ ହାର ହେଉଛି ଶୂନ ଦଶମିକ ନଅ ପ୍ରତିଶତ। ଏହି ତଥ୍ୟ ଉପରେ ପ୍ରଶ୍ନ ଉଠାଇଛି ବିଜେପି। ପୃଥ଼୍ବୀରାଜ ହରିଚନ୍ଦନ କହିଛନ୍ତି, ଏହା ଏକ ପ୍ରାୟୋଜିତ ସର୍ଭେ । ଆଗରୁ ତ ସବୁ ସର୍ଭେର ତଥ୍ୟ ଥିଲା ଯେ, ରାଜ୍ୟରେ ବେକାରୀ ସମସ୍ୟା ଅତି ଉତ୍କଟ। ଏହା ଭିତରେ ରାଜ୍ୟ ସରକାର ଏମିତି କଣ କରିଛନ୍ତି ଯେ, ବେକାରୀ କମିଗଲାଣି। ଏହା ସତ ନୁହେଁ, ନିର୍ବାଚନ ପୂର୍ବରୁ ମିଛ ସର୍ଭେ ରିପୋର୍ଟ ଦେଇ ଲୋକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ତାକୁ ବନ୍ଦ କରନ୍ତୁ।

ଅଧିକ ପଢ଼ନ୍ତୁ: ଯଦି ଅବସରପ୍ରାପ୍ତ ଚାକିରି ପାଇବେ, ତେବେ ବେକାରୀ ଯିବେ କୁଆଡ଼େ?

କଂଗ୍ରେସ ମଧ୍ୟ କହିଛି, ମୁଖ୍ୟମନ୍ତ୍ରୀ ଏକ ନମ୍ବର ହେବା ଯାହା, ଓ଼ଡ଼ିଶାରେ ବେକାରୀ ହାର ଶୂନ ଦଶମିକ ୯ ପ୍ରତିଶତ ଥିବା ସେୟା। ଏପରିକି ଓଡ଼ିଶା ବେକାରୀରେ ଏକ ନମ୍ବର ବୋଲି କହିଛନ୍ତି ସାଲୁଜା। CMIEର କୌଣସି ବିଶ୍ୱସନୀୟତା ନ ଥିବା କହିଛନ୍ତି କଂଗ୍ରେସ ବିଧାୟକ ସାଲୁଜା।  

Advertisment
Unemployment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ