Advertisment

ବିଧାନସଭାରେ ‘ପରୀ’ ତାତି, ଆଲୋଚନା ନ କରି ଗୃହ ଅଚଳ କଲା ବିଜେଡି

ଗତକାଲି ସାମ୍ବାଦିକ ସମ୍ମିଳନୀ। ଆଉ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ। ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିରୋଧରେ ବିଜେଡିର ହଲ୍ଲାବୋଲ୍। ପରୀ ଘଟଣାକୁ ବିଜେପି ରାଜନୀତିକରଣ କରିଥିବା କହି, ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ ।

author-image
Santosh Kumar Sahoo
undefined

Politics heats up over Pari murder case

ପୁଣି ପରୀ ମାମଲାକୁ ନେଇ ତେଜିଲା ରାଜନୀତି। ମୁହାଁମୁହିଁ ବିଜେଡି-ବିଜେପି। ଅଚଳ ହେଲା ବିଧାନସଭା। ପରୀ ମାମଲାରେ ରାୟ ଆସିବା ପରେ ଆଜି ବିଜେପି ନେତାଙ୍କ କ୍ଷମା ପ୍ରାର୍ଥନା ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ। ଗାନ୍ଧି ମୂର୍ତ୍ତି ଆଗରେ ପ୍ରତିବାଦ ବି କରିଥିଲେ। ତେବେ ହଠାତ୍ କାହିଁକି ପରୀ ମାମଲାରେ ବିଜେଡିର ଏମିତି ଷ୍ଟାଣ୍ଡ ତାକୁ ନେଇ ଏବେ ଚର୍ଚ୍ଚା । ସେପଟେ ରାୟ ଆସିବା ପରେ ଏଥିରେ ସନ୍ତୁଷ୍ଟ ନ ଥିବା ପରୀର ବାପା ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି।

Advertisment

ଗତକାଲି ସାମ୍ବାଦିକ ସମ୍ମିଳନୀ। ଆଉ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ। ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିରୋଧରେ ବିଜେଡିର ହଲ୍ଲାବୋଲ୍। ପରୀ ଘଟଣାକୁ ବିଜେପି ରାଜନୀତିକରଣ କରିଥିବା କହି, ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ । ପ୍ରଶ୍ନକାଳ ଆରମ୍ଭରୁ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ଏମିତି ପ୍ରତିବାଦ କରିଥିଲେ ବିଜେଡି ବିଧାୟକମାନେ। ଫଳରେ ଗୋଟିଏ ମିନିଟ୍ ବି ଚାଲି ପାରିଲାନି ଗୃହ। ମୁଲତବୀ ଘୋଷଣା ପରେ ସିଧା ଗାନ୍ଧି ମୂର୍ତ୍ତି ତଳେ ଯାଇ ପ୍ରତିବାଦ କରିଥିଲେ। ପ୍ରଶ୍ନ, ହଠାତ୍ କାହିଁକି ବିଜେଡିର ଏପରି ଆଭିମୁଖ୍ୟ ? ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ବଦଳରେ କାହିଁକି ପରୀ ପ୍ରସଙ୍ଗ ଉଠାଇ ବିଧାନସଭା ଅଚଳ କରିଦେଲା ଶାସକ ଦଳ ? ଖୋଦ୍ ପରୀର ବାପା, ମା କୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ କାହିଁକି ଏତେ ଉତ୍ସାହିତ ବିଜେଡି ? ନା ପରୀ କଳଙ୍କ ଛଡ଼ାଇବାକୁ ବିଧାନସଭା ବନ୍ଦ କରି ରାଜ୍ୟ ତମାମ ବାର୍ତ୍ତା ଦେବାକୁ ବିଜେଡିର ଏହି ଷ୍ଟଣ୍ଟ ?

ତେବେ ବିଜେଡିର ଏହି ପ୍ରତିବାଦର ଜବାବ ଦେଇ ବିଜେପି କହିଛି, ସରକାର ତଦନ୍ତ ପ୍ରକ୍ରିୟା ଓଲଟପାଲଟ କରି ପ୍ରକୃତ ଦୋଷୀକୁ ଲୁଚାଇ ଅନ୍ୟ ଜଣେ ନିର୍ଦ୍ଦୋଷକୁ ଫଶାଇ ଦେଇଛନ୍ତି। ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦେଲେ ଆଗକୁ ବି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି ବିଜେପି। ଅନ୍ୟପଟେ କଂଗ୍ରେସ କହିଛି ଆଜି ଗୃହରେ ପରୀ ପ୍ରସଙ୍ଗ ଉଠାଇବାର ଆବଶ୍ୟକତା ନ ଥିଲା।

Advertisment

ଗତକାଲି ପରୀ ମାମଲାରେ ରାୟ ପ୍ରକାଶ କରି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିଲେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ। ଏପଟେ କିନ୍ତୁ ମାମଲାର ତଦନ୍ତ ଓ ରାୟକୁ ନେଇ ଏବେ ବି ସନ୍ତୁଷ୍ଟ ନାହାନ୍ତି ପରୀ ଏବଂ ଅଭିଯୁକ୍ତର ପରିବାର। କାହିଁକି ତଦନ୍ତକାରୀ ସଂସ୍ଥା, ପରୀର ବାପା ମା ଅଭିଯୋଗ କରୁଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିଲାନି ବୋଲି ପ୍ରଶ୍ନ କରିଛନ୍ତି ପରୀର ବାପା। ବିଧାୟକ ଅରୁଣ ସାହୁଙ୍କ ସଂପୃକ୍ତି ସହ ତାଙ୍କରି ଚାପରେ ମିଛ ସାକ୍ଷୀ ଦିଆଯାଇଛି ବୋଲି ପରୀର ବାପା ଅଭିଯୋଗ କରିଛନ୍ତି। ପ୍ରଶ୍ନ କରିଛନ୍ତି, ଝିଅର ଅଧା ଦେହାବଶେଷ କୁଆଡେ ଗଲା । ଏହାକୁ ନଷ୍ଟ କରିବା ପାଇଁ ମୃତଦେହରୁ ଯେଉଁ କେମିକାଲ ମିଳିଥିଲା ତାହା କେଉଁଠୁ ଆସିଥିଲା। ଅନ୍ୟପଟେ ପ୍ରତିପକ୍ଷ ଓକିଲ କହିଛନ୍ତି ତଳ କୋର୍ଟର ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବ।

ରାୟ ଆସିବାର କିଛି ଘଣ୍ଟା ପରେ ହିଁ ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପିକୁ ଟାର୍ଗେଟ କରିଥିଲା ବିଜେଡି। ଆଉ ତା ସତ୍ତ୍ୱେ ବି ଆଜି ବିଧାନସଭା ବନ୍ଦ କରିବାକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି। ବଡ଼ କଥା ହେଉଛି ଦଳ ଏମିତି ଷ୍ଟାଣ୍ଡ ନେଉଥିବା ବେଳେ ବିଧାୟକ ଅରୁଣ ସାହୁ ଏପର୍ଯ୍ୟନ୍ତ କିନ୍ତୁ କ୍ୟାମେରା ସାମ୍ନାକୁ ଆସୁ ନାହାନ୍ତି କି ନିଜ ପ୍ରତିକ୍ରିୟା ରଖୁନାହାନ୍ତି।

Odisha News Pari Murder Case BJD BJP Odisha Assembly
Advertisment
Advertisment