Advertisment

ମୋଦିଙ୍କୁ ବିରୋଧ କରି ରିସ୍କ ନେବାକୁ ଚାହୁଁନାହାନ୍ତି କି ନବୀନ ?

ତୃତୀୟ ସାମ୍ମୁଖ୍ୟକୁ ବିଜେଡି ସୁପ୍ରିମୋଙ୍କ ନା ପରେ ଉଠିଲା ପ୍ରଶ୍ନ

author-image
Prangyan Parimita
ଅଦ୍ୟତନ ହୋଇଛି
undefined

odisha politics

ନବୀନ ନିବାସରେ ନୀତୀଶଙ୍କ ସହ ଭେଟଘାଟ୍ ...ଦିନକ ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ । ପରସ୍ପର ବିରୋଧୀ ଦୁଇ ତୁଙ୍ଗ ନେତାଙ୍କ ସହ ଦୁଇ ଦିନରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ଏ ଦୁଇ ମୁଲାକାତକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଏହାକୁ ଦେଖି ୨୪ ମହା ଲଢ଼େଇ ପୂର୍ବରୁ ନବୀନ ଫୁଙ୍କି ଫୁଙ୍କି ଗୋଟି ଚଳାଇବା ଆରମ୍ଭ କରିଥିବା କୁହାଯାଉଛି। କାରଣ ନବୀନଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭେଟିବାବେଳେ ନବୀନ କହିଥିଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । ଆଉ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ କହିଲେ ବିଜେଡି ତୃତୀୟ ସାମ୍ମୁଖ୍ୟରେ ଯିବ ନାହିଁ । ସମଦୂରତା ନୀତିରେ ଏକାକି ଲଢ଼ିବ।

Advertisment

ହେଲେ ଏଠି ପ୍ରଶ୍ନ ନୀତୀଶଙ୍କୁ ଭେଟିବାର ଦିନକ ପରେ ମୋଦୀଙ୍କୁ କାହିଁ ଭେଟିଲେ ନବୀନ ? ଏହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନା ତତ୍କାଳ ପ୍ରାୟୋଜିତ ? ଉଭୟ ମୋଦି ନବୀନଙ୍କ ଭିତରେ କି କଥା ହୋଇଛି ? ୨୦ ମିନିଟର ଆଲୋଚନାରେ ରାଜ୍ୟ ସ୍ୱାର୍ଥ ବାଦ୍ ଅନ୍ୟ କିଛି ରାଜୈନତିକ

ପ୍ରସଙ୍ଗ ସ୍ଥାନ ପାଇଛି କି ? ଏୟା ବି କୁହାଯାଉଛି ନୀତୀଶ ଦେଇଥିବା ପ୍ରସ୍ତାବ ଉପରେ ମୋଦିଙ୍କ ସହ ଚର୍ଚ୍ଚା ହୋଇଛି। ଯେଉଁଥିପାଇଁ ସେଇ ଦିଲ୍ଲୀରୁ ତୃତୀୟ ସାମ୍ମୁଖ୍ୟକୁ ସିଧା ସିଧା ନବୀନ ନା କଲେ ବୋଲି କୁହାଯାଉଛି। କାରଣ ସମ୍ଭବତଃ ମୋଦିଙ୍କ ବିରୋଧରେ ଯାଇ ନବୀନ କିଛି ରିସ୍କ ନେବାକୁ ଚାହୁଁନାହାଁନ୍ତି ।

Advertisment

ଅପରପକ୍ଷେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ନବୀନ-ମୋଦିଙ୍କ ଏ ଭେଟଘାଟର ପଡ଼ିବ କି ପ୍ରଭାବ।...ନବ ଦାସ ହତ୍ୟା ଘଟଣା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ସମ୍ବଲପୁର ହିଂସା, ରାଜ୍ୟରେ ଶାସନ କରୁଛି କିଏ ଏମିତି କିଛି ପ୍ରସଙ୍ଗକୁ ନେଇ ସିଧା ମୁଖ୍ୟମନ୍ତ୍ରୀଙ୍କ ଉପରେ ହମଲା କରୁଥିବା ବିଜେପି ଆଗକୁ କି ଆଭିମୁଖ୍ୟ ଗ୍ରହଣ କରିବ ତାକୁ ନେଇ ଚର୍ଚ୍ଚା।...

ଏପଟେ ନୀତିଶ–ନବୀନ ଓ ମୋଦୀ-ନବୀନ ଭେଟଘାଟକୁ ନେଇ ଜାତୀୟ ରାଜନୀତି ବି ହଲଚଲ୍। ମୁହାଁମୁହିଁ ବିଜେପି ଓ ଜେଡିୟୁ ସହ ବିହାର ମେଣ୍ଟ ସରକାରରେ ଥିବା ଆରଜେଡି।...

CM Naveen Patnaik PM Narendra Modi Nitish Kumar Odisha Politics
Advertisment
Advertisment