Advertisment

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଚାର ବେଳେ ହିଂସା, ଥାନାରେ ମାମଲା

ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରଚାର ବେଳେ ହିଂସା ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିବା  ପରେ ଥାନାରେ ମାମଲା ରୁଜୁ ହୋଇଛି।

ଅଦ୍ୟତନ ହୋଇଛି
Jharsuguda Bypoll

Politics heats up in Jharsuguda

Advertisment

ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରଚାର ବେଳେ ହିଂସା ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିବା ପରେ ଥାନାରେ ମାମଲା ରୁଜୁ ହୋଇଛି। ଗତକାଲି ଲଇକେରା ବ୍ଲକ୍ ନିକ୍ତିମାଲରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ପ୍ରଚାର କରୁଥିବା ବେଳେ ତାଙ୍କ ଗାଡ଼ିକୁ ଅଣ୍ଡା ଓ ଟେକାପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି।

Advertisment

ବିଧାୟିକାଙ୍କ ପ୍ରଚାର ବେଳେ ବିଜେପି ରାଲିକୁ ଅଣ୍ଡା ଓ ଟେକାପଥର ମାଡ଼ ନେଇ ଅଭିଯୋଗ ହୋଇଛି। ଏନେଇ ବିଧାୟିକା ଲଇକେରା ଥାନାରେ ଏତଲା ଦେଇଥିଲେ। କିଛି ବିଜେଡି କର୍ମୀ ଏ କାଣ୍ଡ କରିଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ପରେ କୁସୁମ ଟେଟେ ଓ ଅନ୍ୟ ବିଜେପି ନେତା ଥାନା ଆଗରେ ଧାରଣା ଦେଇଥିଲେ। ପୋଲିସ କୁସୁମ ଟେଟେଙ୍କ ଏତଲା ଗ୍ରହଣ କରିବା ସହ ୧୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

ସେପଟେ ଏହାର କିଛି ସମୟ ପରେ ବିଜେଡି ପକ୍ଷରୁ ଲଇକେରା ଥାନାରେ ଏକ ପାଲଟା ଅଭିଯୋଗ ମଧ୍ୟ କରାଯାଇଥିଲା। ବିଜେଡି କାର୍ଯ୍ୟକ୍ରମ ବେଳେ ବିଜେଡି ସମର୍ଥକଙ୍କୁ ପ୍ରଲୋଭନ ଦେଖାଇବା ସହ ପରେ ସେମାନଙ୍କୁ ମରଣାନ୍ତକ ଆକ୍ରଣ କରାଯାଇଥିବା ବିଜେଡି ଅଭିଯୋଗ କରିଛି। ବିଧାୟିକ କୁସୁମ ଟେଟେଙ୍କ ନିର୍ଦ୍ଦେଶରେ ଏହି ଘଟଣା ଘଟିଥିବା ବିଜେଡି ଅଭିଯୋଗ କରିଛି। ପୋଲିସ ଉଭୟ ପକ୍ଷରୁ ଏତଲା ରଖି ଘଟଣାର ତଦନ୍ତ କରୁଛି।

Advertisment
Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ