Advertisment

ମିଳୁନି ସହମତି; ଝୁଲି ରହିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଭାଗ୍ୟ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟ ଇସ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଏହା ପଶ୍ଚିମ ଓଡ଼ିିଶା ଲୋକଙ୍କ ଭାବାବେଗ ସହ ଜଡିତ ଥିବାରୁ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ।

ଅଦ୍ୟତନ ହୋଇଛି
undefined

WODC Office

Advertisment

କେଉଁଠି ହେବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ହେଡ୍ କ୍ୱାର୍ଟର? ଦୀର୍ଘବର୍ଷ ପରେ ବି କାହିଁକି ହୋଇପାରୁନି ସହମତି? କିଏ ପୁରାଉଛି କେଁ? ନେତା ନା ସରକାର? WODCର ହେଡ୍‌ କ୍ୱାଟର୍‌ ସ୍ଥାପନ ନେଇ ଛିଣ୍ଡୁନି ଅଙ୍କ । ପରିଷଦ ବୈଠକରେ ବାରମ୍ବାର ଆଲୋଚନା ସତ୍ତ୍ୱେ ସଦସ୍ୟଙ୍କ ମଧ୍ୟରେ ହୋଇପାରୁନି ସହମତି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବିଧାୟକମାନେ ସେମାନଙ୍କ ଜିଲ୍ଲାରେ ପରିଷଦର ହେଡ୍ କ୍ୱାର୍ଟର ସ୍ଥାପନ କରିବାକୁ ଦାବି କରିଛନ୍ତି । ଯାହା ଫଳରେ ସୃଷ୍ଟି ହୋଇଛି ସମସ୍ୟା ।

Advertisment

ବରଗଡ଼, କଳହାଣ୍ଡି  ନୂଆପଡ଼ା ଜିଲ୍ଲା ର ବିଧାୟକମାନେ ଏ  ପ୍ରସଙ୍ଗରେ ଜୋରଦାର୍ ଦାବି ଉପସ୍ଥାପନ କରିଛନ୍ତି । ଏପରିକି ଏମ୍ଏଲ୍ଏଙ୍କ ମଧ୍ୟରେ ଏନେଇ ଏକ ପ୍ରକାର ଟଣାଓଟରା ଲାଗିଛି । ପ୍ରଥମେ ୨୦୨୧ ଡିସେମ୍ବର ଓ ପରେ ୨୦୨୨ ମେ ମାସରେ ବସିଥିବା ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା, ହେଲେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ନେଇ ସହମତି ହୋଇପାରି ନଥିଲା ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟ ଇସ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଏହା ପଶ୍ଚିମ ଓଡ଼ିିଶା ଲୋକଙ୍କ ଭାବାବେଗ ସହ ଜଡିତ ଥିବାରୁ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ଅର୍ଥାତ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ହିଁ ରହିବ । ଆଉ ଏହି ବୈଠକର ବିବରଣୀ ପତ୍ରରେ WODCର ସଦସ୍ୟ ଥିବା ସବୁ ଦଳର ବିଧାୟକ ଓ ସାଂସଦମାନେ ସ୍ୱାକ୍ଷର କରିଛନ୍ତି । ରାଜ୍ୟ ସରକାର ପରିଷଦର ହେଡ୍ କ୍ୱାର୍ଟର ପଶ୍ଚିମ ଓଡିଶାକୁ ସ୍ଥାନ୍ତାନ୍ତର କରିବା ପାଇଁ WODCକୁ ଚିଠି ଲେଖିଥିଲେ । ଉତ୍ତରରେ WODC ଏହା ଉଲ୍ଲେଖ କରିଛି, ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ବିରୋଧୀ ।

Advertisment

ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଗଠନ ହୋଇଥିଲା WODC । ତା ସହିତ ବିକାଶମୂଳକ କାର୍ଯ୍ୟ ପାଇଁ ପରିଷଦକୁ ୨୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି । ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ମଧ୍ୟ ବିଭିନ୍ନ ଜିଲ୍ଲା ଗସ୍ତ କରି ସମୀକ୍ଷା କରୁଛନ୍ତି । ହେଲେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ନେଇ ସହମତି ଆଣିପାରୁ ନଥିବା କୁହାଯାଉଛି । ସେପଟେ ଯୋଜନା ଓ ସଂଯୋଜନ ମନ୍ତ୍ରୀ କହିଛନ୍ତି, ପରିଷଦର ମୁଖ୍ୟାଳୟ ସ୍ଥାନାନ୍ତର ପ୍ରସଙ୍ଗ ଏବେ ହାଇକୋର୍ଟରେ ବିଚାରାଧିନ ରହିଛି । 

ପଶ୍ଚିମ ଓଡିଶାରେ ହାଇକୋର୍ଟ ର ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସଙ୍ଗ ହେଉ କି ସ୍ୱତନ୍ତ୍ର କୋଶଲ ରାଜ୍ୟ ପ୍ରତିଷ୍ଠା ଦାବି, ସବୁଥିରେ ଖୋଦ୍ ପଶ୍ଚିମ ଓଡ଼ିଶାର ଜିଲ୍ଲା-ଜିଲ୍ଲା ମଧ୍ୟରେ ହିଁ ଭିନ୍ନ ମତ ରହିଛି । ଯେଉଁଥିପାଇଁ ପରିଷଦ ହେଡ୍‌କ୍ୱାର୍ଟର ହେଉ କିମ୍ବା ସ୍ଥାୟୀ ବେଞ୍ଚ କୌଣସି ଗୋଟିଏ ବି ସମ୍ଭବ ହେଉନାହିଁ ।

Advertisment
Western Odisha WODC Politics Heat Up WODC Office
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ