Advertisment

ବିଜେପି କହିଲା ଭଦ୍ରକ ହିଂସାରେ ବିଜେଡିର ଆଗଧାଡ଼ି କର୍ମୀ !

ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଲା ରାଜନୀତି । ଭଦ୍ରକ ଘଟଣାରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ୍ ।

author-image
Satyendu Shekher Mishra
undefined

BHADRAK VIOLENCE

ସାଂପ୍ରଦାୟିକ ହିଂସାକୁ ନେଇ ପୁଣି ତେଜିଲା ରାଜନୀତି। ଭଦ୍ରକ ଘଟଣାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି। ନୂଆ ସରକାରକୁ ଦୋଷ ଦେଲା ବିଜେଡି। ବିଜେପି କହିଲା- ଭଦ୍ରକ ହିଂସା ପଛରେ ବିଜେଡି ! ଭଦ୍ରକ ଘଟଣାକୁ ନେଇ ଗତକାଲି ବିଜେଡି ଅଭିଯୋଗ କରିଥିଲା,ବିଜେପି ସରକାର ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଂପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି। ବିଗତ ତିନି ମାସରେ ୪ ଥର ସାଂପ୍ରଦାୟିକ ଅଶାନ୍ତି ଦେଖାଯାଇଛି।

Advertisment

ଏହା ବିଜେପି ସରକାରର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ନବୀନ ଶଙ୍ଖ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ। ଜବାବ୍ ରଖି କଡ଼ା ଭାଷାରେ ନବୀନଙ୍କୁ ଟାର୍ଗେଟ କରିଛି ବିଜେପି। ଦଳ ଅଭିଯୋଗ କରିଛି ଭଦ୍ରକ ସାଂପ୍ରଦାୟିକ ହିଂସା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ବିଜେଡିର ଆଗଧାଡିର ସଦସ୍ୟ।

ତେଣୁ ହିଂସା ପଛରେ ବିଜେଡିର ହାତ ରହିଛି। ଜିଲ୍ଲା ସମୀକ୍ଷା ନାଁରେ ରାଜ୍ୟରେ ସାଂପ୍ରଦାୟିକ ହିଂସା ପାଇଁ ନବୀନ ଷଡ଼ଯନ୍ତ୍ର କରୁଛନ୍ତି । ଏହା ସହ ରାହୁଲଙ୍କ ରାସ୍ତାରେ ନବୀନ ଯାଉଥିବା ଅଭିଯୋଗ କରିଛି ବିଜେପି। କନ୍ଧମାଳ ଦଙ୍ଗା, ୨୦୧୭ର ଭଦ୍ରକ ହିଂସା, ସମ୍ବଲପୁର ହିଂସା ବେଳେ ମୁଖ୍ୟମନ୍ତ୍ରୀ କିଏ ଥିଲେ ପ୍ରଶ୍ନ କରିଛି ଦଳ। ତା ସହିତ କନ୍ଧମାଳ ଦଙ୍ଗାର ଯିଏ ମୁଖ୍ୟ ଅଭିଯୁକ୍ତ ସେ ବିଜେଡିର ରାଜ୍ୟସଭା ସାଂସଦ ଏବଂ କମିଶନ୍ ତଦନ୍ତ ରିପୋର୍ଟକୁ କାହିଁକି ଚାପିକି ରଖିଲେ ନବୀନ ବାବୁ ସ୍ପଷ୍ଟ କରନ୍ତୁ ବୋଲି କହିଛି ବିଜେପି।

Advertisment

ଏପଟେ ଭଦ୍ରକ ହିଂସା ଘଟଣାର ୪ ଦିନ ପରେ ବି ଧିରେ ଧିରେ ସ୍ଥିତି ସୁଧୁରୁଥିବା ବେଳେ ସ୍ଥିତି ସମୀକ୍ଷା ପାଇଁ ଆଜି ଗ୍ରାଉଣ୍ଡରେ ପହଞ୍ଚିଥିଲେ ଡିଜିପି ୱାଇ.ବି. ଖୁରାନିଆ। ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ମଧ୍ୟ ଧାମନଗର ଏବଂ ଭଦ୍ରକରେ ସମୀକ୍ଷା କରିଛନ୍ତି। ପୋଲିସ ଡିଜି କହିଛନ୍ତି, ସ୍ଥିତି ନିୟନ୍ତ୍ରଣର ଅଛି। ଦିନେ ଦୁଇ ଦିନରେ ସ୍ୱାଭାବିକ ହେବ। ଏବେ ବି ଜିଲ୍ଲାର ୩ ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ରହିଛି। ଜିଲ୍ଲା ତମାମ ଆଉ ୪୮ ଘଣ୍ଟା ଧରି ଇଣ୍ଟରନେଟରେ କଟକଣା ଲଗାଯାଇଛି।

ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ସହ ଗୋଟିଏ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ଏବଂ ଧାମନଗର ଓ ଦୋବଲରେ ୬ ପ୍ଲାଟୁନ ପୋଲିସ ଫୋର୍ସ ଓ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି। ଏବେ ଯାଏଁ ମୋଟ ୩୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

BJD BJP Congress Odisha Politics
Advertisment
Advertisment