• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି । ପ୍ରଥମ ଥର ସାଂସଦ ହୋଇ ଆସିଥିବା ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ସଫଳତାର ସହ ନିର୍ବାଚନ କରାଇ ବିଶ୍ୱକୁ ମାର୍ଗ ଦେଖାଇଛି ବୋଲି କହିଛନ୍ତି । ସେପଟେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ବେଳେ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଜାରି ରହିଛି ।

ପ୍ରବଳ ବିରୋଧ ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ତାଗିଦ କରିଛନ୍ତି ବାଚସ୍ପତି । ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ପାଇଁ ତାଗିଦ କଲେ । ବିରୋଧୀଙ୍କୁ ଗୃହର ମଧ୍ୟଭାଗକୁ ଆସିବାକୁ ଉସୁକାଇବା ନେଇ ତାଗିଦ କରିଛନ୍ତି ବାଚସ୍ପତି । ଏହା ବିରୋଧୀ ଦଳ ନେତାଙ୍କ ମର୍ଯ୍ୟାଦାକୁ ଶୋଭା ଦେଉନି କହିଲେ । ଏହା ସହ ଏପରି ଆଚରଣ ସଂସଦର ଗରିମାକୁ ମଧ୍ୟ କ୍ଷୁଣ୍ଣ କରୁଛି ବୋଲି କହିଛନ୍ତି ବାଚସ୍ପତି ।

ଅଧିକ ପଢ଼ନ୍ତୁ: ଗଣତନ୍ତ୍ରର ଜନ୍ମ ଶ୍ରୀକ୍ଷେତ୍ରରେ ହୋଇଛି: ସମ୍ବିତ ପାତ୍ର

ତଥାପି ହୋହଲ୍ଲା ଜାରି ରହିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି । ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନରେ ଲୋକ ଆମକୁ ଜିତାଇଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ବିରୋଧୀଙ୍କୁ ବି କଡ଼ା ସମାଲୋଚନା କରିଛନ୍ତି । ମୁଁ କିଛି ଲୋକଙ୍କ ପୀଡ଼ା ବୁଝିପାରୁଛି କହିଲେ ପ୍ରଧାନମନ୍ତ୍ରୀ । ସେମାନଙ୍କ ପରାଜୟର ପୀଡ଼ା ମୁଁ ବୁଝି ପାରୁଛି ।

ଦୁର୍ନୀତି ପ୍ରତି ‘ଶୂନ୍ୟ ସହ୍ୟ’ନୀତି ରହିବ ବୋଲି ପ୍ରଥମରୁ କହିଥିଲି । ଆମ କାର୍ଯ୍ୟ ଲୋକ ଦେଖିଲେ, ଆମ ଉପରେ ବିଶ୍ୱାସ ରଖିଲେ । ଲୋକଙ୍କ ବିଶ୍ୱାସର ଫଳଶ୍ରୁତି ସ୍ୱରୂପ ୩ୟ ଥର ଆମକୁ ଜିତାଇଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆମ ପାଇଁ ନେସନ ଫାଷ୍ଟ, ଭାରତ ଆମ ପାଇଁ ସର୍ବାଗ୍ରେ । ଦେଶର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ପ୍ରୟାସ କରି ଚାଲିଛୁ ।

ଦେଶ ଲମ୍ବା ସମୟ ତୁଷ୍ଟୀକରଣ ମଡେଲ ଦେଖିସାରିଛି । ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟିକରଣ ମନ୍ତ୍ରରେ ଚାଲିଛୁ ବୋଲି କହିଛନ୍ତି । ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ବିକାଶ ପହଞ୍ଚିବା ହିଁ ସନ୍ତୁଷ୍ଟିକରଣ । ସେଥିପାଇଁ ଦେଶବାସୀ ଆମକୁ ତୃତୀୟ ଥର ବିଜୟୀ କରାଇଛନ୍ତି । ସମସ୍ତଙ୍କୁ ନ୍ୟାୟ, କାହା ପ୍ରତି ହେବନି ଅନ୍ୟାୟ ସିଦ୍ଧାନ୍ତରେ ଆମେ ଚାଲିଛୁ ।

ଦେଶବାସୀ ଆମ ନୀତିକୁ ଦେଖିଛନ୍ତି; ଆମ ନିୟତ, ନିଷ୍ଠା ଦେଖିଛନ୍ତି । ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ନେଇ ଲୋକଙ୍କ ପାଖକୁ ଯାଇଥିଲୁ ବୋଲି କହିଛନ୍ତି । ଲୋକ ଆମ ଲକ୍ଷ୍ୟକୁ ସ୍ୱୀକୃତି ଦେଇ ଆମକୁ ବିଜୟୀ କରାଇଥିଲେ । ଦେଶ ବିକଶିତ ହେଲେ, ଆଗାମୀ ପିଢ଼ିଙ୍କ ସ୍ୱପ୍ନ ପୂରଣ ହେବ ବୋଲି କହିଲେ ।

ଅଧିକ ପଢ଼ନ୍ତୁ: ରାହୁଲଙ୍କ ହିନ୍ଦୁ ବୟାନ, ଲୋକସଭାରେ ହଙ୍ଗାମା; ଦେଶବାସୀଙ୍କୁ କ୍ଷମା ମାଗିବାକୁ ଗୃହମନ୍ତ୍ରୀଙ୍କ ଦାବି

୨୦୧୪ ପୂର୍ବରୁ ନିରାଶାରେ ବୁଡ଼ିଥିଲା ଦେଶ । ୨୦୧୪ ପୂର୍ବରୁ କିଛି ହୋଇ ପାରିବନି ବୋଲି ଶବ୍ଦ ଶୁଣାଯାଉଥିଲା । ସରକାରଙ୍କ ଉପରେ ଲୋକଙ୍କ ବିଶ୍ୱାସ ନଥିଲା, ଅବିଶ୍ୱାସ ଭରିଥିଲା ବୋଲି କହିଛନ୍ତି ମୋଦି । ଦୈନିକ ନୂଆ ନୂଆ ଘୋଟାଲା ସମ୍ବାଦ ଶିରୋନାମା ପାଲଟୁଥିଲା । ଦିଲ୍ଲୀରୁ ୧ ଟଙ୍କା ଗଲେ, ତଳ ସ୍ତରରେ ୧୫ ପଇସା ପହଞ୍ଚୁଥିଲା ବୋଲି କହିଲେ ।

ଦୁର୍ନୀତି ଅବସ୍ଥା ଦେଖି ସାଧାରଣ ଯୁବକଟିଏ ବିଶ୍ୱାସ ହରାଇଥିଲା । ମାଗଣା ରାସନ ଦୂରର କଥା, ରାସନ ପାଇଁ ଲାଞ୍ଚ ଦେବାକୁ ପଡୁଥିଲା । ଦେଶ ନିରାଶାରେ ବୁଡିଥିବା ବେଳେ ଦେଶବାସୀ ଆମକୁ ଆଣିଥିଲେ । ବିଗତ ୧୦ ବର୍ଷ ଭିତରେ ଦେଶ ନିରାଶାରୁ ଉଦ୍ଧାର ହୋଇପାରିଛି ବୋଲି କହିଲେ । ନୈରାଶ୍ୟ ଗର୍ତ୍ତରୁ ଉଦ୍ଧାର ହୋଇ ଦେଶ ଆତ୍ମବିଶ୍ୱାସରେ ଭରିଯାଇଛି ।

‘କିଛି ହୋଇପାରିବନି’ଜାଗାରେ ଏବେ ‘ସବୁ ହୋଇପାରିବ’ର ବିଶ୍ୱାସ ଜନ୍ମିଛି । ୨୦୧୪ ପୂର୍ବରୁ ବାହ୍ୟ ଶକ୍ତି ଡରରେ ହାତରେ ହାତ ଛନ୍ଦି ବସୁଥିଲେ । ଏବେ ସର୍ଜିକାଲ ଷ୍ଟ୍ରାଇକରେ ଘରେ ପଶି ଆକ୍ରମଣ କରୁଛି ଭାରତ । ଭାରତ କିଛି ବି କରିଦେବ ବୋଲି ଏକ ବାର୍ତ୍ତା ଦିଆଯାଇଛି । ଜାମ୍ମୁ କାଶ୍ମୀରରେ କିଛି ହୋଇ ପାରିବନି ବୋଲି କୁହାଯାଉଥିଲା । ୩୭୦ ହଟାଇଲୁ, କାଶ୍ମୀର ଏବେ ଗଣତନ୍ତ୍ରର ବାର୍ତ୍ତାବହ ପାଲଟିଛି ବୋଲି କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now