• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନରେ ବିପୁଳ ବିଜୟ ଓ କ୍ଷମତା ପରେ ଫୁଲ୍ ଜୋସରେ ଓଡିଶା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ଏହି ତିନି ରାଜ୍ୟର ଫଳାଫଳର ନିଶ୍ଚିତ ପ୍ରଭାବ ପଡ଼ିବ । ଭ୍ରଷ୍ଟ ବିଜେଡି ସରକାରକୁ ହଟାଇବାକୁ ରାଜ୍ୟ ବିଜେପି ଜୋରଦାର ପ୍ରୟାସ କରିବ ।

ଏଠାରେ ଆଖି କାନ ନ ଥିବା ସରକାର ଚାଲିଛି । ଦେଢ଼ କୋଟି ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । କିନ୍ତୁ ହେଲିକପଟରରେ ବୁଲିବାକୁ ୩ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଲୋକ ବୋହିବାକୁ ୫ ଶହ କୋଟି ଖର୍ଚ୍ଚ । ନିଜ ଉତ୍ତରାଧିକାରୀ ବାଛିବାକୁ ସରକାର ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି । ତା’ ସହିତ ଓଡ଼ିଶାର ଅସ୍ମିତା, ସଂସ୍କୃତି, ଭାବାବେଗ ସହିତ ଖେଳୁଛନ୍ତି । ୨୦୨୪ ରାଜନୀତିରେ ୟୁ ଟର୍ଣ୍ଣ ହେବ ।

ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା ଅଛି । ଏଠାରେ ମୋଦିଙ୍କ ସର୍ବାଧିକ ଲୋକପ୍ରିୟତା ଅଛି । ବିଜେପି ଏକପାଖିଆ ସରକାର ଗଢ଼ିବ ବୋଲି କହିଛନ୍ତି ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତିଙ୍କ ଅଭିଯୋଗ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି।

  • Reported by:
  • SOUMYA RANJAN SAHOO