Advertisment

‘ମୋଦି ତୃତୀୟ ଥର ନୁହେଁ, ଚତୁର୍ଥ ଥର ମଧ୍ୟ ପ୍ରଧାନମନ୍ତ୍ରୀ ହେବେ’: ରାଜନାଥ ସିଂ

କେହି କେବେ ଭାବିଥିଲେ କି ଜଣେ ଆଦିବାସୀ ଭଉଣୀ ଦେଶରେ ରାଷ୍ଟ୍ରପତି ହେବେ । ଏମିତି ଜଣେ ପ୍ରଧାନମନ୍ତ୍ରୀ ଆସିବେ ଆଉ ଆଦିବାସୀ ଭଉଣୀକୁ ରାଷ୍ଟ୍ରପତି କରିବେ।

ଅଦ୍ୟତନ ହୋଇଛି
Rajnath Singh Odisha Visit

Rajnath Singh

Advertisment

ଡବଲ ଇଂଜିନ ସରକାର ପାଇଁ ଓଡ଼ିଶା ଲୋକ ପୂରା ପ୍ରସ୍ତୁତ । ଓଡ଼ିଶା ନୂଆ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଦେଖିବାକୁ ମିଳୁଛି । ଓଡ଼ିଶା ଲୋକଙ୍କୁ ଅପିଲ୍‌, ଡବଲ୍‌ ଇଞ୍ଜିନ୍‌ ସରକାର ବନାନ୍ତୁ। ଡବଲ୍‌ ଇଞ୍ଜିନ୍ ସରକାର ହେଲେ ମୁଁ ପୁଣି ଏଠାକୁ ଆସିବି। ବାରିପଦା ଛଉ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଏଭଳି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ମୋଦିଜୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ । ମୋଦି ଚତୁର୍ଥ ଥର ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ। ଆଦିବାସୀ ଭାଇମାନଙ୍କୁ ସେନାରେ ପ୍ରାଥମିକତା ମିଳିବା ଉଚିତ ବୋଲି କହିଛନ୍ତି ରାଜନାଥ ।

Advertisment

ଅଧିକ ପଢ଼ନ୍ତୁ: ବ୍ରହ୍ମପୁରରୁ ବର୍ଷିଲେ ରାଜନାଥ; କହିଲେ, କେହି ବି ଅଟକାଇ ପାରିବେନି ‘ଡବଲ୍ ଇଞ୍ଜିନ ସରକାର’

ତା ସହ ରାଜନାଥ ସିଂ କହିଛନ୍ତି, କେହି କେବେ ଭାବିଥିଲେ କି ଜଣେ ଆଦିବାସୀ ଭଉଣୀ ଦେଶରେ ରାଷ୍ଟ୍ରପତି ହେବେ । ଏମିତି ଜଣେ ପ୍ରଧାନମନ୍ତ୍ରୀ ଆସିବେ ଆଉ ଆଦିବାସୀ ଭଉଣୀକୁ ରାଷ୍ଟ୍ରପତି କରିବେ। ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିଲା ବେଳେ ସେ ଅସହାୟ ହୋଇପଡ଼ିଥିଲେ। ଦିଲ୍ଲୀରୁ ୧୦୦ ଟଙ୍କା ଦେଲେ ଲୋକଙ୍କୁ ୧୪ ଟଙ୍କା ମିଳୁଥିଲା। ଭ୍ରଷ୍ଟାଚାର ଯୋଗୁଁ ଲାଭାର୍ଥୀଙ୍କୁ ତାଙ୍କ ପ୍ରାପ୍ୟ ମିଳୁନଥିଲା। କିନ୍ତୁ ମୋଦିଜୀ ଜନଧନ ଆକାଉଣ୍ଟ ଖୋଲି ସିଧା ଟଙ୍କା ପଠାଇଲେ। ଦିଲ୍ଲୀରୁ ଶହେ ଟଙ୍କା ଦେଲେ, ଲୋକେ ସିଧା ଶହେ ଟଙ୍କା ପାଇଲେ ବୋଲି ବାରିପଦାରେ କହିଛନ୍ତି ରାଜନାଥ ସିଂ।

Advertisment

BJP Congress Rajnath Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ