Advertisment

ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ଭୋଟ ଦେଇଛନ୍ତି, ହେଲେ ଶାସନ କିଏ କରୁଛି ?

ବିଜେଡି ନେତାଙ୍କ ମନ୍ତବ୍ୟ ସନ୍ଦେହ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟୀକରଣ ଦେବା ଦରକାର କହିଲେ ସାଲୁଜା ।

ଅଦ୍ୟତନ ହୋଇଛି
Odish Politics

Odish Politics

Advertisment

5ଟି ସଚିବଙ୍କୁ ବିରୋଧୀଙ୍କ ଟାର୍ଗେଟ ରାଜନୀତି ଥମୁନି। ବର୍ତ୍ତମାନ ନବୀନ ବାବୁ ନିଜେ ସବୁଆଡ଼େ ଯାଇ ପାରୁ ନଥିବାରୁ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଉଥିବା ବିଜେଡିର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏବେ ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟୀକରଣ ଦେବା ଦରକାର। ସେ ନିଜେ ସୁସ୍ଥ ଅଛନ୍ତି ଏବଂ ସେ ଓଡ଼ିଶାର ଶାସନ ସମ୍ଭାଳୁଛନ୍ତି ବୋଲି କହିବା ଉଚିତ। କାରଣ, ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। 

Advertisment

ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସିଧାସଳଖ ଓଡ଼ିଶାର ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି, ଇଷ୍ଟ ଇଣ୍ଡିଆ କମ୍ପାନୀ ଦୁଇ ଶହ ବର୍ଷ ଶାସନ କରିଥିଲା। ଏବେ ଓଡ଼ିଶାରେ ସାଉଥ ଇଣ୍ଡିଆ କମ୍ପାନୀ ଶାସନ ଚାଲିଛି। କିନ୍ତୁ ବିରୋଧୀ ଦଳର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ସରକାର ହେଉଛନ୍ତି ମୁଖ୍ୟମନ୍ତ୍ରୀ। ସଚିବଙ୍କୁ ପଠାଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣୁଛନ୍ତି। ତାହା ଉପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି ବୋଲି ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି।

ଅନ୍ୟପଟେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଢ଼ଙ୍ଗୀ ମଧ୍ୟ ରାଜ୍ୟ ସରକାରଙ୍କୁ ପୁଣି କଡ଼ା ସମାଲୋଚନା କରିଛନ୍ତି । ବର୍ତ୍ତମାନ ନବୀନ ବାବୁ ନିଜେ ସବୁଆଡ଼େ ଯାଇ ପାରୁ ନଥିବାରୁ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଉଥିବା ବିଜେଡିର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିବା ପରେ ଏହାକୁ ନେଇ ଟ୍ୱିଟ କରି ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମୁଖ୍ୟମନ୍ତ୍ରୀ ସବୁଆଡେ ଯାଇପାରୁ ନଥିବା ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ଚିନ୍ତିତ ବୋଲି ଲେଖିଛନ୍ତି । ଏହା ଏକ ଗୁରୁତର ଘଟଣା । କାହିଁକି ଏ ଅକ୍ଷମତା ? ଏହାର କାରଣ କଣ ? ଏ ସମ୍ପର୍କରେ ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି ଅପରାଜିତା ଟ୍ୱିଟ୍ କରିଛନ୍ତି । ତେବେ ଏନେଇ ପ୍ରଫୁଲ୍ଲ ସାମଲ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଏହାପୂର୍ବରୁ ଓଡ଼ିଶାର ଶାସନ ବ୍ୟବସ୍ଥା ହାଇଜାକ୍ ହୋଇଥିବା କଥା ଅପରାଜିତା କହିଥିଲେ । 5T ସଚିବ ଭି.କେ. ପାଣ୍ଡିଆନଙ୍କ ନାଁ ନନେଇ ଏମିତି ସାଂଘାତିକ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଆହୁରି ଅଭିଯୋଗ ଆଣିଥିଲେ ଯେ, ଓଡ଼ିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଦେଖିବାକୁ ମିଳୁଛି ।

ସେ କହିଛନ୍ତି ଯେ ନିର୍ବାଚିତ ଲୋକ ପ୍ରତିନିଧି ଦେଖିବାକୁ ମିଳୁନାହାନ୍ତି । ସଚିବସ୍ତରର ଅଧିକାରୀ ଉଡାଜାହଜରେ ବୁଲୁଛନ୍ତି, ସବୁଠି ପ୍ରାୟୋଜିତ ସମ୍ବର୍ଦ୍ଧନା ଗ୍ରହଣ କରୁଛନ୍ତି । ସାଧାରଣ ସଭାରେ ସରକାରୀ ପ୍ରକଳ୍ପ ଘୋଷଣା କରୁଛନ୍ତି । ଯାହାକି ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲର ଉଲ୍ଲଂଘନ ବୋଲି ଅଭିଯୋଗ ଆଣିଛନ୍ତି ଅପରାଜିତା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ବୁଲୁଛନ୍ତି ବୋଲି କହୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ସାଂସଦ ।

Advertisment
BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ