• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପରୀ ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା । ଏଥିରେ ବିରୋଧୀ ହୀନ ରାଜନୀତି କରୁଛନ୍ତି । ଗତକାଲି ପରୀ ଘଟଣାରେ ଦୋଷୀ ଦଣ୍ଡ ପାଇଛି ।

ଏହା ବ୍ୟତୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଙ୍ଗରାଜ ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ BSKY ଯୋଜନା ପ୍ରସଙ୍ଗରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିକାଶ ଏବଂ ଅପରାଧକୁ ନେଇ ରାଜନୀତି କରିବା କଥା ନୁହଁ ବୋଲି ନିଜ ବିବୃତିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତକାଲି ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ରାୟ ଆସିଥିଲା । ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ହୋଇଥିଲା । ନୟାଗଡ଼ ଯଦୁପୁର ଅଞ୍ଚଳରୁ ୨୦୨୦ ଜୁଲାଇ ୧୪ ତାରିଖରେ ଜଣେ ୫ବର୍ଷୀୟ ଝିଅକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାର ବିଚାର କରି ଏଇ ରାୟ ଶୁଣାଇଥିଲେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ ।

କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଓ ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତିକରି ଚିଲଡ୍ରେନ୍ସ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମୁଦାଲାକୁ ସେକ୍ସନ୍ ୬ ପୋକ୍ସୋ ଆକ୍ଟ ଓ ଆଇପିସିର ଧାରା ୩୦୨, ୨୦୧, ୩୭୬, ୩୬୩ରେ ୨୦ ବର୍ଷ ସଶ୍ରମ କାରାଦାଣ୍ଡ ସହ ୬ ହଜାର ଟଙ୍କା ଜରିମାନା କରିଛନ୍ତି ।

  • Reported by:
  • KAPILENDRA PRADHAN