Advertisment

Pandian Action Against Naveen: ‘ନବୀନ ବାବୁଙ୍କୁ ପାଗଳ କରି ରଖା ଯାଇଥିଲା’

ପଦ୍ମଲୋଚନ କହିଛନ୍ତି ନବୀନ ବାବୁଙ୍କୁ ପାଗଳ କରି ରଖା ଯାଇଥିଲା। କିଛି ବୁଝି ପାରୁ ନଥିଲେ, କିଛି ଜାଣି ପାରୁନଥିଲେ। କେତେବେଳେ ଫ୍ଲାଇଂ କିସ୍ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ ନବୀନ।

ଅଦ୍ୟତନ ହୋଇଛି
undefined

Pandian Action Against Naveen

Advertisment

ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସାଙ୍ଘାତିକ ବୟାନ। ପଦ୍ମଲୋଚନ କହିଛନ୍ତି, ନବୀନ ବାବୁଙ୍କୁ ପାଗଳ କରି ରଖା ଯାଇଥିଲା। କିଛି ବୁଝି ପାରୁ ନଥିଲେ, କିଛି ଜାଣି ପାରୁନଥିଲେ। କେତେବେଳେ ଫ୍ଲାଇଂ କିସ୍ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ ନବୀନ। ପାଣ୍ଡିଆନ କେତେବେଳ ତାଙ୍କ ହାତ ମାଡି ବସୁଥିଲେ, ଗୋଇଠା ମାରୁଥିଲେ।

Advertisment

ଆହୁରି କହିଛନ୍ତି ଯେ, ଏବେ ନବୀନ ସୁନ୍ଦର ଭାବେ ସମସ୍ତଙ୍କ ସହ ମିଶୁଛନ୍ତି, ସୁନ୍ଦର ଭାବେ କଥା ହେଉଛନ୍ତି। ଭାଗ୍ୟ ଭଲ ନବୀନ ମୁଖ୍ୟମନ୍ତ୍ରୀ ହେଲେ ନାହିଁ । ନହେଲେ ଭଲରେ ନଥାନ୍ତେ ବୋଲି ପଦ୍ମଲୋଚନ କହିବା ସହ ପାଣ୍ଡିଆନ ଚାହୁଁ ନଥିଲେ ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେ କହିଛନ୍ତି । 

Advertisment


ଅଧିକ ପଢ଼ନ୍ତୁ: ଘାଣ୍ଟୁଛି EOW, ମମତା କହିଲେ- ପାଣ୍ଡିଆନ, ବବି ବଳରେ ରାଜା ଚକ୍ର ବଳୀୟାନ

Advertisment

ସେପଟେ ବିଜେଡି କହିଛି ନବୀନଙ୍କ ବାବଦରେ ଭୁଲ ପ୍ରଚାର କରାଯାଉଛି । ପାଣ୍ଡିଆନ ନବୀନଙ୍କୁ କୌଣସି ଔଷଧ ଦେଉନଥିଲେ । ପଦ୍ମଲୋଚନ ନିଜ ପ୍ରଚାର ପାଇଁ ନବୀନଙ୍କୁ ମୋହରା କରୁଛନ୍ତି ବୋଲି ପ୍ରମିଳା ପାଲଟା ଆକ୍ଷେପ କରିଛନ୍ତି । 

ପଦ୍ମଲୋଚନ ପଣ୍ତା କେମିତି ଜାଣିଲେ ? ସେ ତ କଂଗ୍ରେସରେ ଥିଲେ । ବର୍ତ୍ତମାନ ବିଜେପିରେ ମାର୍କେଟିଂ ହେଉଛନ୍ତି । ସେ ନବୀନ ବାବୁଙ୍କ ବିଷୟରେ କଣ କହିବେ ? ନବୀନ ବାବୁଙ୍କ ବିଷୟରେ କଣ ଜାଣିଛନ୍ତି ? ମିଛ କଥା ଗୁଡ଼ା ପ୍ରଚାର କରୁଛନ୍ତି । ୮ ମାସ ସରକାରରେ କଣ କଲେଣି ? ତାଙ୍କର ଆଉ କିଛି ଭାଷା ନାହିଁ କି କଥା ନାହିଁ ? କେଉଁଥିରେ ଗୋଟିଏ ବି ପଇସା ନେଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିଲେଣି ? ସେ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହାଁନ୍ତି । ସେ ଚେଷ୍ଟା କରୁଛନ୍ତି ଆମ ଦଳ ବିଷୟରେ ଏମିତି କହି ପୁଣି ଲୋକଙ୍କ ପାଖରେ ପହଞ୍ଚି ପାରିବେ ବୋଲି । ଏମିତି ପ୍ରଶ୍ନ ଉଠାଇ ଅଭିଯୋଗ କରିଛନ୍ତି ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ ।

ଆହୁରି କହିଛନ୍ତି ଯେ, ନବୀନ ବାବୁଙ୍କ ବୟସ ହେଲାଣି ତାଙ୍କ ହାତ ଥରୁଥିଲା। ବୟସ ହେଲେ ସମସ୍ତଙ୍କ ହାତ ଥରିବ। ଦେଖିଥିଲେ ପାଣ୍ଡିଆନ୍ ନବୀନଙ୍କୁ ଔଷଧ ଦେଇଥିଲେ! ସେ ବି ଅପେକ୍ଷା କରନ୍ତୁ ତାଙ୍କର ବି ବୟସ ହେଲେ ହାତ ଥରିବ । 

ଅଧିକ ପଢ଼ନ୍ତୁ:  ଅଭିଯୋଗ ରଖିଲାନି ପୋଲିସ, ଥାନା ଭଙ୍ଗାରୁଜା କଲେ କିନ୍ନର

Naveen Patnaik BJP MLA VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ