• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୋଲିସକୁ ଚକମା ଦେଇ ଖସିଗଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଇମ୍ରାନଙ୍କୁ ଗିରଫ ପାଇଁ କୋର୍ଟଙ୍କ ଗିରଫ ପରୱାନା ଧରି ପୋଲିସ ତାଙ୍କ ଘରେ ପହଞ୍ଚିବା ବେଳକୁ ଇମ୍ରାନ ଗାଏବ । ପରେ ଖାଲି ହାତରେ ଫେରିଲା ପୋଲିସ୍ ।

ତୋଷଖାନା ମାମଲାରେ ଗତ ଫେବ୍ରୁଆରୀ ୨୮ ତାରିଖରେ ଇମ୍ରାନ କୋର୍ଟରେ ହାଜର ହୋଇନଥିବାରୁ ତାଙ୍କୁ ଗିରଫ କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ଲାହୋରର ସେସନ୍ସ କୋର୍ଟ । ତେଣୁ ଇମ୍ରାନଙ୍କୁ ଆଜି ଗିରଫ ପାଇଁ ତାଙ୍କ ଲହୋର ସ୍ଥିତ ଘରେ ପହଞ୍ଚିଥିଲା ଇସଲାମାବାଦ ପୋଲିସ ।

ସେପଟେ ପୂର୍ବରୁ ଏ ସମ୍ପର୍କରେ ସୂଚନା ପାଇ ତାଙ୍କ ଘର ଆଗରେ ବହୁ ସଂଖ୍ୟାରେ ଅନୁଗତ ତଥା ପିଟିଆଇର ବହୁ କର୍ମୀ ଏକାଠି ହୋଇଥିଲେ । ଅନ୍ୟପଟେ ଇସାଲାମାବାଦ ପୋଲିସର ନୋଟିସ ମିଳିଛି, କିନ୍ତୁ ଏଥିରେ ଗିରଫ ପାଇଁ ନିର୍ଦ୍ଦେଶ ନଥିବା କଥା କହିଛନ୍ତି ପାକିସ୍ତାନ ତେହରିକ ଇ ଇନସାଫ୍ ଦଳର ଉପାଧ୍ୟକ୍ଷ ।

ଏ ସମ୍ପର୍କରେ ଆଇନଜୀବୀଙ୍କ ସହ ପରାମର୍ଶ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବୋଲି ଇମ୍ରାନଙ୍କ ଦଳ ପକ୍ଷରୁ କୁହାଯାଇଛି । ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କିଛି ଦିନ ଆଗରୁ ତାଙ୍କ ନାଁରେ ଲାହୋରରେ ସେସନ୍ସ କୋର୍ଟ ଆରେଣ୍ଟ ୱାରେଣ୍ଟ ଜାରି କରିଥିଲେ ।

ତୋଷଖାନା ମାମଲାରେ କୋର୍ଟରେ ହାଜର ନ ହେବାରୁ ଏହି ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଥିବାର ସୂଚନା ମିଳିଥିଲା । ସବୁ ଫର୍ମାଲିଟି ପରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କୁ ମିଳିଥିବା ଉପହାରକୁ ଇମ୍ରାନ ବିକି ଦେଇଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ ତାଙ୍କ ନାଁରେ ମାମଲା ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now