• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡିସେମ୍ବର ୫ରେ ପଦ୍ମପୁର ଉପ-ନିର୍ବାଚନ । ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ପଦ୍ମପୁର ପାଇଁ ଡିସେମ୍ବର ୫ ତାରିଖରେ ଭୋଟିଂ । ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ । ୧୮ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ଡିସେମ୍ବର ୫ରେ ଭୋଟିଂ ହେବାକୁ ସ୍ଥିର ହୋଇଥିବା ବେଳେ ୮ ତାରିଖରେ ଗଣତି ହେବ ।  ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଆସନ । ପଦ୍ମପୁର ସମେତ ରାଜସ୍ଥାନ, ବିହାର, ଛତିଶଗଡ଼, ଉତ୍ତରପ୍ରଦେଶର ଗୋଟିଏ ଲେଖାଏଁ ଆସନରେ ହେବ ଉପନିର୍ବାଚନ ।

ଗତ ଅକ୍ଟୋବର ୩ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ସଭାପତି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ହୋଇଯାଇଛି । ରାତିରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ବିଧାୟକ ବିଜୟ ରଞ୍ଜନ ସିଂ ବରିହା କିଛି ଦିନ ଧରି ଅସୁସ୍ଥତା କାରଣରୁ ଆପୋଲୋରେ ଚିକିତ୍ସିତ ହେଉଥିଲେ । ତାଙ୍କର ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।

ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ପରେ ୧୯୯୫ ଜନତା ଦଳ , ୨୦୦୦, ୨୦୦୯ ଓ ୨୦୧୯ରେ ବିଜୁ ଜନତା ଦଳରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାରରେ ୨୦୦୯ରେ ସେ ହରିଜନ- ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।