Advertisment

ଜନତାଙ୍କ ଗହଣରେ ନୂଆ CM; ଶପଥ ଗ୍ରହଣ ପୂର୍ବରୁ ଶୁଣିଲେ ଗୁହାରି...

କାହା ଆଖିର ଲୁହ ପଢ଼ିଲେ...କାହା ମନର କୋହ ଶୁଣିଲେ । କେଉଁଠି ଛୋଟ ପିଲାଙ୍କୁ କୋଳେଇ ନେଲେ...କେଉଁଠି ବସ୍ତିରେ ପଶି ଲୋକଙ୍କ ଦୁଃଖ ବୁଝିଲେ। ଲୋକଙ୍କ ସାଥିରେ, ଲୋକଙ୍କ ଗହଣରେ ନୂଆ ସିଏମ୍ ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Odisha CM Mohan Majhi

ପ୍ରଥମ ଦିନରୁ ହିଁ ଲୋକଙ୍କ ପାଖକୁ ଗଲେ ମୋହନ ମାଝୀ। ଶପଥ ଗ୍ରହଣ ପୂର୍ବ ଜନତାଙ୍କ ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ । ଏ ସରକାର ଯେ ଲୋକଙ୍କ ସରକାର ଏବଂ ସେ ଯେ ଲୋକଙ୍କ ସିଏମ୍, ସେଇ ବାର୍ତ୍ତା ଝଲସିଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଦିନର ପ୍ରଥମ କାର୍ଯ୍ୟକ୍ରମରୁ ।  

Advertisment

କାହା ଆଖିର ଲୁହ ପଢ଼ିଲେ...କାହା ମନର କୋହ ଶୁଣିଲେ । କେଉଁଠି ଛୋଟ ପିଲାଙ୍କୁ କୋଳେଇ ନେଲେ...କେଉଁଠି ବସ୍ତିରେ ପଶି ଲୋକଙ୍କ ଦୁଃଖ ବୁଝିଲେ। ଲୋକଙ୍କ ସାଥିରେ, ଲୋକଙ୍କ ଗହଣରେ ନୂଆ ସିଏମ୍ । ଆଜି ପ୍ରଥମ ଦିନରୁ ହିଁ ଦେଖିବାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନଦରଦୀ ଚେହେରା । ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିବା ଆଗରୁ, ପ୍ରଥମେ ଜନତାଙ୍କ ମନକୁ ଛୁଇଁଥିଲେ ମୋହନ। ଜଣାଇବାକୁ ଚାହିଁଥିଲେ- ଏ ନୂଆ ସରକାର ଗରିବର ସରକାର । ସାଧାରଣ ଖଟିଖିଆର ସରକାର । ସବୁ ବର୍ଗର ସରକାର।

ଅଧିକ ପଢ଼ନ୍ତୁ: ମୋହନଙ୍କ ସଂଘର୍ଷମୟ ଯାତ୍ରା; ମୁଖ୍ୟମନ୍ତ୍ରୀ ବନିଲେ ସ୍କୁଲ୍ ପିଅନଙ୍କ ପୁଅ...

Advertisment

ଆଜି ସକାଳେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ସାଥିରେ ଧରି ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ବାହାରିଥିଲେ ମୋହନ ମାଝୀ । ଉତ୍କଳ ଗୌରବଙ୍କଠୁ ଉତ୍କଳ ମଣି । କବିସମ୍ରାଟଙ୍କ ଠୁ ବ୍ୟାସକବି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୯ ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୋହନ । ତେବେ ଏଜି ଛକରୁ ବାଣୀବିହାର ଆସିବା ବେଳେ, ରାସ୍ତାକଡ଼ରେ ଛିଡ଼ା ହୋଇଥିବା ପରିବହନ ବିଭାଗର ଜଣେ ପିଅନଙ୍କ ପାଖକୁ ଯାଇ ତାଙ୍କ ଗୁହାରି ଶୁଣିଥିଲେ । ସ୍ବଳ୍ପ ଦରମାରେ ପରିବାରର ପେଟ ପୁରୁନଥିବା ଶୁଣି, ତାଙ୍କୁ ଦେଇଥିଲେ ଆଶ୍ବାସନା ।

ବାଣୀବିହାର ଛକରେ କାରକେଡ୍ ରୋକି, କିଛି ଅଟୋ ଡ୍ରାଇଭର ଓ ଜଣେ ମହିଳାଙ୍କ ସହ କଥା ହୋଇଥିଲେ ମୋହନ। ଛଳଛଳ ଆଖିରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଆଗରେ ନିଜ ଦୁଃଖ ବଖାଣିଥିଲେ ମହିଳା ଜଣକ। ଏହାପରେ ଜଣେ ପୋଲିସ ଅଧିକାରୀଙ୍କୁ ଡାକି ତାଙ୍କ ନାଁ ଓ ଫୋନନମ୍ବର ଟିପି ନେବା ପାଇଁ ଏବଂ ପରେ ତାଙ୍କ ସହ ଅଫିସରେ ଦେଖା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। 

ମୈତ୍ରୀବିହାରରେ କ୍ରାନ୍ତିପୁରୁଷ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ପହଞ୍ଚିବା ପରେ, ଆଦିବାସୀ ପରଂପରା ଅନୁସାରେ ମୋହନଙ୍କ ପାଦ ଧୋଇ ଦେଇଥିଲେ ଆଦିବାସୀ ମହିଳା। ସେମାନଙ୍କ ସହ ସାନ୍ତାଳୀ ଭାଷାରେ କଥା ହୋଇଥିଲେ ମୋହନ ମାଝୀ। ମାଲ୍ୟାର୍ପଣ ପରେ ଅଚାନକ ପହଞ୍ଚିଥିଲେ ନିକଟସ୍ଥ ବସ୍ତିରେ ଥିବା ଜଣେ ଆଦିବାସୀ ମହିଳାଙ୍କ ଘରେ । ସ୍ଥାୟୀ ପଟ୍ଟା ଓ ଡ୍ରେନେଜ୍ ସମସ୍ୟା ସଂପର୍କରେ ମୋହନଙ୍କୁ ଜଣାଇବା ପରେ ସୀତା ହେମ୍ରମ ଓ ତାଙ୍କ ପୁଅ ରମେଶଙ୍କୁ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ନୂଆ ସିଏମ୍ । 

ଅଧିକ ପଢ଼ନ୍ତୁ: ଓଡ଼ିଶା ରାଜନୀତିରେ ନୂଆ ଯୁଗ, ଆରମ୍ଭ ହେଲା ମୋହନ ସରକାର

Odisha CM Mohan Charan Majhi Mohan Majhi
Advertisment
Advertisment