Advertisment

ପଦ୍ମପୁର ଉପନିର୍ବାଚନ: ହୁସିଆର୍‌ ଷ୍ଟାର ପ୍ରଚାରକ ! ଗାଡ଼ି ଯାଞ୍ଚ କରୁଛି ପୋଲିସ୍‌

ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ। ଏପରିକି ଷ୍ଟାର ପ୍ରଚାରକଙ୍କ ଗାଡ଼ି ମଧ୍ୟ ପୋଲିସ୍‌ ଯାଞ୍ଚ କରୁଛି। ଗାଡ଼ି ଚଲାଉଥିବା ଡ୍ରାଇଭରଙ୍କ ପରିଚୟ ମଧ୍ୟ ରଖାଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Padampur Bypoll

Padampur Bypoll: Police Checking Vehicles of Star Campaigners

ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ। ଜୋରସୋରରେ ଚାଲିଛି ଦଳ ଓ ନେତାଙ୍କ ପ୍ରଚାର। ପ୍ରଶାସନ ବି ପ୍ରସ୍ତୁତ। ନିର୍ବାଚନକୁ ସୁରୁଖୁରରେ ପରିଚାଳନା କରିବା ପାଇଁ ପୋଲିସ ଓ ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି।

Advertisment

ଜାଗା ଜାଗାରେ ଯାଞ୍ଚ ହେଉଛି ଗାଡ଼ି। ଏପରିକି ଷ୍ଟାର ପ୍ରଚାରକଙ୍କ ଗାଡ଼ି ମଧ୍ୟ ପୋଲିସ୍‌ ଯାଞ୍ଚ କରୁଛି। ଗାଡ଼ିରେ କିଏ କିଏ ଅଛନ୍ତି, କେଉଁଠିକୁ ଯାଉଛନ୍ତି, କେଉଁ କମ୍ପାନୀର ଗାଡ଼ି ଏସବୁକୁ ଟିକିନିକି ଭାବେ ଲେଖୁଛି ପୋଲିସ୍‌। 

ଅଧିକ ପଢ଼ନ୍ତୁ: ପଦ୍ମପୁର ଭୋଟ୍ ପୂର୍ବରୁ ଚାଷୀଙ୍କୁ ବଶ କରିବାକୁ ଶାସକ ଦଳର ଚାଲ୍‌

ଗାଡ଼ି ଚଲାଉଥିବା ଡ୍ରାଇଭରଙ୍କ ପରିଚୟ ମଧ୍ୟ ରଖାଯାଉଛି। ଏହାସହ ସେମାନଙ୍କର ଫୋନ୍ ନମ୍ବର ମଧ୍ୟ ରଖା ଯାଉଛି। ଏନେଇ ବିରୋଧୀ ବିଜେପି ମଧ୍ୟ ଅଭିଯୋଗ ଆଣିଛି। କାରଣ ଡ୍ରାଇଭରର ନମ୍ବର ରଖିଲେ ନେତାଙ୍କ ଗତିବିଧି ଟ୍ରାକ୍ କରିବା ସହଜ ହେବ ବୋଲି ଦଳ ଅଭିଯୋଗ କରିଛି।  ଘଟଣାକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି।କିନ୍ତୁ ଏସ୍‌ପି କହିଛନ୍ତି ଯେ, ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। 

Advertisment

ଡିସେମ୍ବର ୫ରେ ଭୋଟିଂ ଥିବା ବେଳେ ୮ ତାରିଖରେ ଗଣତି ହେବ। ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଆସନ। 

BJD BJP Congress padmapur-bypoll
Advertisment
Advertisment