Advertisment

ବିଜେଡି ଉପରେ ଆଶାୟୀଙ୍କ ଚାପ, ନବୀନଙ୍କୁ ଭେଟିଲେ ବିଞ୍ଝାଲ ସମାଜର ସଦସ୍ୟ

ପଦ୍ମପୁର ଉପନିର୍ବାଚନକୁ ନେଇ ବିଜେଡିରେ ଅଙ୍କ ଛିଡିପାରିନି।

ଅଦ୍ୟତନ ହୋଇଛି
Padmapur Byelection

Padmapur Byelection

Advertisment

ପଦ୍ମପୁର ଉପନିର୍ବାଚନରେ ବିଜେଡିରୁ କିଏ ହେବେ ପ୍ରାର୍ଥୀ ? ରେସ୍‌ରେ ବିଜୟଙ୍କ ପତ୍ନୀ ଓ ପୁତୁରା ବୋହୂ ଥିବା ବେଳେ ଏବେ ଏଣ୍ଟ୍ରି ମାରିଛନ୍ତି ଝିଅ ବର୍ଷା। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଦାବି କରିଛନ୍ତି ବିଞ୍ଝାଲ ସମାଜ। ବହୁ ସଂଖ୍ୟାରେ ବିଞ୍ଝାଲ ସମାଜର କର୍ମକର୍ତ୍ତା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଦିବଙ୍ଗତ ବିଜୟଙ୍କ ପତ୍ନୀ ତିଲୋତ୍ତମାଙ୍କୁ ପ୍ରାର୍ଥୀ କଲେ ପୁରା ସମାଜ ତାଙ୍କୁ ସମର୍ଥନ କରିବ।

Advertisment

ବିଜେଡି ସେଠି ବିଜୟ ହେବ ବୋଲି ସମାଜ ପକ୍ଷରୁ କୁହାଯାଇଛି। ବିଜେଡି ତିଳୋତ୍ତମାଙ୍କ ବ୍ୟତୀତ ତାଙ୍କ ଝିଅ ବର୍ଷା ବରିହାଙ୍କୁ ବି ଟିକେଟ୍ ଦେଲେ ତାଙ୍କର ସମର୍ଥନ ରହିବ। କିନ୍ତୁ ଏହା ବ୍ୟତିତ୍ ଅନ୍ୟ କାହାକୁ ଟିକେଟ୍ ଦେଲେ ସମର୍ଥନ ରହିବନି ବୋଲି ଖୋଲାଖୋଲି ଭାବରେ କହିଛି ବିଞ୍ଝାଲ ସମାଜ।

ଅଧିକ ପଢ଼ନ୍ତୁ: ପଦ୍ମପୁର ଉପନିର୍ବାଚନକୁ ନେଇ ଅଙ୍କକଷା ! ଲାଗି ରହିଛି କଳ୍ପନାଜଳ୍ପନା

Advertisment

ପଦ୍ମପୁର ଉପନିର୍ବାଚନ କୁ ନେଇ ବିଜେଡିରେ ଅଙ୍କ ଛିଡିପାରିନି। ପତ୍ନୀ ତିଲୋତ୍ତମା ଓ ପୁତୁରା ବୋହୁ ମାଧବୀ ସିଂ ବରିହା ଇଚ୍ଛୁକ ଥିବା ପୂର୍ବରୁ ଜଣାପଡ଼ିଥିଲା। ସେହିପରି ନୂଆପଡା ଜିଲ୍ଲାରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢେଇଙ୍କ ଇସ୍ତଫା ଚର୍ଚ୍ଚା ପରେ ଏହି ଦ୍ୱନ୍ଦ୍ୱ ଅଧିକ ବଢିଛି।

ପଦ୍ମପୁର ଉପନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା । ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହେବା ପରେ ଏବେ ବିଜେଡିରୁ କିଏ ହେବେ ପ୍ରାର୍ଥୀ, ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ଆଜି ବିଜେଡି ସୁପ୍ରିମୋ ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି । ଦିବଙ୍ଗତ ନେତା ବିଜୟ ରଂଜନଙ୍କ ଧର୍ମପତ୍ନୀ ତିଳୋତ୍ତମା ସିଂ ବରିହାଙ୍କୁ ପ୍ରାର୍ଥୀ କରାଯିବ ନା ଅନ୍ୟ କାହାକୁ ଟିକଟ୍ ଦିଆଯିବ ସେ ନେଇ ବିଜେଡିରେ ଚାଲିଛି ବିଚାର ବିମର୍ଷ । ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଏବେଠାରୁ ମାଳ ମାଳ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଲେଣି । 

Advertisment
BJD CM Naveen Patnaik padmapur-bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ