Advertisment

ପଦ୍ମପୁର ରାଜନୀତିର ପଶାପାଲିରେ ଏଣ୍ଟ୍ରି ମାରିଲା ନୂଆ ଇସ୍ୟୁ

ଧାମନଗର ପରେ ପଦ୍ଣପୁରରେ ରୋଚକ ଲଢେଇ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
undefined

Padampur by-poll

Advertisment

ଥମୁନି ପଦ୍ମପୁର ଭୋଟ୍ ରାଜନୀତି। ଫସଲ ବୀମା, ଇନପୁଟ୍ ସବସିଡି, ଜିଲ୍ଲା ଗଠନ ପରେ ଏବେ ରେଳ ପ୍ରକଳ୍ପ। ବରଗଡ଼- ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ପଦ୍ମପୁର ଦେଇ ଯିବାକୁ ଥିବାରୁ ଏବେ ପଲିଟିକ୍ସ ଫୋକସରେ ଏହି ପ୍ରକଳ୍ପ। ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଏହାକୁ ଅସ୍ତ୍ର କରିଛନ୍ତି ଉଭୟ ଦଳ। ୪ ବର୍ଷ ଧରି ଚୁପ୍ ବସିଥିବା ବଳେ ହଠାତ୍ ପ୍ରକଳ୍ପ ପ୍ରସଙ୍ଗକୁ ତାଜା କରିଛନ୍ତି ବିଜେପି-ବିଜେଡି। ଏମିତିକି ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଛି ଦୋଷ ଲଦାଲଦି।

Advertisment

ଅଧିକ ପଢ଼ନ୍ତୁ: ପଦ୍ମପୁର ଉପନିର୍ବାଚନ: କିଏ ହାତେଇବ ଆଦିବାସୀ ଭୋଟ ?

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼- ନୂଆପଡ଼ା ରେଳ ପ୍ରକଳ୍ପ ସଂପର୍କରେ ଘୋଷଣା କରିଥିଲେ। ତେବେ କେନ୍ଦ୍ର ହେଉ କି ରାଜ୍ୟ ଏହାକୁ ନେଇ କେହି କେବେ ତତ୍ପର ନଥିବା କୁହାଯାଉଛି। ତେବେ ଭୋଟ ପୂର୍ବରୁ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ବିଜେଡି ମୁଖପାତ୍ର ପ୍ରକଳ୍ପର କାର୍ଯ୍ୟକାରିତାରେ ବିଳମ୍ବକୁ ନେଇ ଦୋଷ ଲଦିଥିଲେ। ଯାହାର ତୁରନ୍ତ ଜବାବ ଦେଇଛନ୍ତି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡକୁ ପ୍ରକଳ୍ପ ଦାୟିତ୍ୱ ଦିଆଯାଇଥିବା ସେ ଦର୍ଶାଇଛନ୍ତି। ରାଜ୍ୟ ବିଜେପି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରର ଚିଠିକୁ ଦେଖାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ରାଜ୍ୟ ସରକାର ଜମି ଅଧିଗ୍ରହଣ କରିପାରୁନଥିବା କହି ବର୍ଷିଛି ଦଳ। ବିଜେଡି ଏହାର ଜବାବ ରଖିଛି। 

୧୪୨ କିଲୋମିଟର ଦୀର୍ଘ ବରଗଡ-ନୂଆପଡ଼ା ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ନେଇ ୨୦୧୮ ଡିସେମ୍ବର ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। ପ୍ରକଳ୍ପରେ ୨୪୦୭ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରି ପୂର୍ବତଟ ରେଲେଓ୍ୱ ପକ୍ଷରୁ ୧୧ ଜାନୁୟାରୀ ୨୦୧୯ରେ ରେଳ ମନ୍ତ୍ରଣାଳୟକୁ  ଜଣାଇଥିଲା। ମାର୍ଚ୍ଚ ୨୨, ୨୦୨୧ରେ ରାଜ୍ୟ  ସରକାର ପ୍ରକଳ୍ପ ବାବଦକୁ ମାଗଣା ଜମି ଓ ୩ଶହ କୋଟି ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଡିସେମ୍ବର ୩୧, ୨୦୨୧ରେ ପ୍ରକଳ୍ପକୁ ଇନ୍ ପ୍ରିନିସିପୁଲ୍ ଆପ୍ରୁଭାଲ୍ ମିଳିଥିବା ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ରେଳ ମନ୍ତ୍ରଣାଳୟ ହେଲେ ଏଯାଏଁ ପ୍ରକଳ୍ପ ଆରମ୍ଭ ହୋଇପାରିନି ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଧାମନଗର ପରେ ପଦ୍ଣପୁରରେ ରୋଚକ ଲଢେଇ ହେବାକୁ ଯାଉଛି। ବିଜେଡି ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ବିଜେପି ସମାନ ଫଣ୍ଡାରେ ବିଜେଡି ଉପରେ ପ୍ରତିଆକ୍ରମଣ କରୁଛି। ତେବେ କାହା ଉପରେ ଭରସା କରୁଛନ୍ତି ପଦ୍ମପୁରବାସୀ ତା ଉପରେ ନଜର ରହିଛି। 

padmapur-bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ