ଓଟିଭି ଫୋରସାଇଟ୍ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ ମାନିଛନ୍ତି, 5T ପାଇଁ ଆମେ ମଲୁ । ସେ କହିଛନ୍ତି, 5T ଖରାପ କନସେପ୍ଟ ନୁହେଁ । ଆମର ଇମ୍ପଲିମେଣ୍ଟେସନ ଭୁଲ୍ ହୋଇଗଲା । ଯିଏ ଇମ୍ପଲିମେଣ୍ଟ କଲେ ଠିକରେ ଇମ୍ପଲିମେଣ୍ଟେ କରିପାରିଲେନି । 5Tକୁ କିଏ କେଉଁ ଦିଗରେ ନେଲା, କିଏ କେମିତି ଇମ୍ପଲିମେଣ୍ଟ କଲା । ଆମେ 5T ରେ ମଲୁ । ସେମାନେ ଓଡ଼ିଆ ଅସ୍ମିତାରେ ମରିବେ । ସେଇଠି ମରିବେ । ନ୍ୟାରେସନ କ୍ରିଏଟ୍ କରିଦେଲେ ଆମେ ଗାଧେଇଗଲୁ । ସେମାନେ ଓଡ଼ିଆ ଅସ୍ମିତାରେ ମରିବେ ବୋଲି କହିଛନ୍ତି ଅରୁଣ । ଆମେ ଏବେ ପ୍ରତି କଥାରେ ଓଡ଼ିଆ ଅସ୍ମିତା କଥା ଉଠେଇବୁ । ମହାନଦୀରେ କାହିଁକି ପାଣି ଆସୁନି ? ପୋଲାଭରମର ଉଚ୍ଚତା କାହିଁକି ବଢ଼ିଲା ? ଭରତପୁର ଥାନା ଘଟଣାରେ ଓଡ଼ିଆ ଅସ୍ମିତା କେଉଁଠଇ ଅଛି ଦେଖାଅ ?
ପ୍ରଧାନମନ୍ତ୍ରୀ ଆସିଥିଲା ବେଳେ ଭୁବନେଶ୍ୱରରେ ସହଦେବ ନାୟକ ହତ୍ୟାକାଣ୍ଡ ହେଲା ଓଡ଼ିଆ ଅସ୍ମିତା କେଉଁଠି ଅଛି ଦେଖା ? ଏମିତି ପ୍ରଶ୍ନ ଉଠାଇବୁ ସିଏ ମରିବେ ବୋଲି କହିଛନ୍ତି ନୟାଗଡ଼ ବିଧାୟକ । ତେବେ ଏହାର ଚଟାପଟ୍ ଉତ୍ତର ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଥିଲେ ଓଡିଶାର ଅସ୍ମିତା ଓ ଐତିହ୍ୟ ପାଇଁ ଆମେ ମରିବାକୁ ପ୍ରସ୍ତୁତ ଅଛୁ । ଅରୁଣ ସାହୁ କହିଥିଲେ, ସେ ଦୃଷ୍ଟିରୁ ମୁଁ କହିନି । ମୁଁ ଜଣେ ସାହିତ୍ୟିକ । ମୁଁ ଲେଖାଲେଖି ଭଲ କରେ । ମୁଁ ବି ଓଡିଆ ଭାଷାକୁ ଭଲ ପାଏ । ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସାହୁ ପଚାରିଥିଲେ, କୋଡ୍ ନଥାଇ ଏକ ବିଭାଗ ଥିଲା 5T । ଏହି 5T ମଡେଲ୍ ଠିକ୍ ଥିଲା ନା ଭୁଲ୍ ଥିଲା ? ଏ ସଂପର୍କରେ ଉତ୍ତର ଦେଇଥିଲେ ଅରୁଣ ସାହୁ ।
ଅଧିକ ପଢ଼ନ୍ତୁ : ଡବଲ ଇଞ୍ଜିନର ସଂଜ୍ଞା ବୁଝାଇଲେ ଆଇନ ମନ୍ତ୍ରୀ, କାଉଣ୍ଟର କଲେ ଅରୁଣ-ସୋଫିଆ
ବିଧାୟକ ଅରୁଣ ସାହୁଙ୍କୁ ପ୍ରଶ୍ନ କରାଯାଇଥିଲା, ବିଶ୍ୱସ୍ତରରେ କିଟ୍ ନିନ୍ଦିତ ହେଲା । ବିଜେଡି ଏହି ପ୍ରସଙ୍ଗରେ ଆଗକୁ ଆସୁନାହିଁ । କିଟର ମୁଖ୍ୟ ଅଚ୍ୟୁତ ସାମନ୍ତ ବିଜେଡିର ପୂର୍ବତନ ସାଂସଦ ହୋଇଥିବାରୁ କିଟ୍ ଚୁପ୍ ରହିଛି କି ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ, ସେ ରାଜନୀତିରୁ ସନ୍ନ୍ୟାସ ନେଇ ସାରିଛନ୍ତି । ସେ ଏବେ ଆଉ ବିଜେଡିରେ ନାହାନ୍ତି । ଆମ ଦଳର ଉପମୁଖ୍ୟ ସଚେତକ ପ୍ରତାପ ଦେବ ଏ ସଂପର୍କରେ ବିଧାନସଭାରେ ଉଠାଇଛନ୍ତି । ଯିଏ ଦୋଷ କରିଛନ୍ତି, ସେମାନଙ୍କୁ ଦଣ୍ଡ ଦେବା ଦାୟିତ୍ୱ ସରକାରଙ୍କର । ସେମାନେ ଆରେଷ୍ଟ ହେଉଛନ୍ତି ୬ଟା ବେଳେ ବେଲ୍ ପାଉଛନ୍ତି ୮ଟା ବେଳେ । ଏହା ସେମାନଙ୍କୁ ପଚାର ବୋଲି କହି ପୃଥ୍ୱୀରାଜ ହରିଚନ୍ଦନଙ୍କ ଆଡକୁ ସେ ଇଶାରା ଦେଇଥିଲେ । ସରକାର ତଦନ୍ତ କମିଟି ଗଠନ କରିଛନ୍ତି, ଅନ୍ୟ କେସ ଭଳି ତଦନ୍ତ ରିପୋର୍ଟ କୁଆଡେ ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ବିରୋଧୀ ଦଳ ହିସାବରେ ଏ ସଂପର୍କରେ ଚାପ ସୃଷ୍ଟି କରିବା ତାଙ୍କର କାମ ବୋଲି ସେ ସ୍ୱୀକାର କରିଛନ୍ତି ।