• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଧାନସଭାରେ ଆଜି ଉଠିପାରେ 5-ଟି ପ୍ରସଙ୍ଗ । 5-ଟି ସଚିବଙ୍କ ଗସ୍ତ ଓ ରାଜ୍ୟରେ ଅଗଣତାନ୍ତ୍ରିକ ବ୍ୟବସ୍ଥା ଚାଲିଥିବା ଅଭିଯୋଗ କରି ବିରୋଧୀ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇପାରନ୍ତି । ତେଣୁ ସରଗରମ ରହିପାରେ ବିଧାନସଭା । ବିରୋଧୀ ବିଜେପି ଓ କଂଗ୍ରେସ ଦଳ ନିଜ ନିଜ ରଣନୀତି ଅନୁସାରେ ସରକାରଙ୍କୁ ଘେରିବେ ବୋଲି ସୂଚନା ମିଳିଛି ।

ସରକାରୀ ଅର୍ଥକୁ ଦଳୀୟ କାର୍ଯ୍ୟରେ ବିନିଯୋଗ କରିବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ, ବଜେଟ୍ ଅର୍ଥ ଖର୍ଚ୍ଚ ନହେବା ଭଳି ପ୍ରସଙ୍ଗକୁ ଆୟୁଧ କରିବେ ବିରୋଧୀ । ତା’ ସହ ଲୋୟର ପିଏମଜିରେ ବସିଥିବା ବିଭିନ୍ନ ସଙ୍ଗଠନ କଥା ବି ଉଠିବ ।

ଶାସକ ଦଳ ବି ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି । ଆଜି ପ୍ରଶ୍ନକାଳରେ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସ୍ୱାସ୍ଥ୍ୟ, ନିର୍ମାଣ, ଖଣି ଓ ଇସ୍ପାତ ଭଳି ବିଭାଗର ପ୍ରଶ୍ନ ରହିଛି ।

  • Reported by:
  • HARIHARA CHAND