• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସଚିବ-ଜିଲ୍ଲାପାଳଙ୍କ ଟ୍ରାନସଫର୍ ଓ ପୋଷ୍ଟିଂକୁ ନେଇ ବିବାଦ । ଗୋଟିଏ ପଦବିରେ ବର୍ଷ ବର୍ଷ ଧରି ରହିବା ନେଇ ବିରୋଧୀଙ୍କ ଅସନ୍ତୋଷ । ଜଣଙ୍କୁ ଏକାଧିକ ପଦବି ଦେବା ନେଇ ସରକାରଙ୍କୁ ଟାର୍ଗେଟ୍ । ଆଜି ବିଧାନସସଭାରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହା କଣ 5T, ମୋ ସରକାର କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟ ନରାୟଣ ମିଶ୍ର ।

ବରିଷ୍ଠ ଅଧିକାରୀମାନେ ଗୋଟିଏ ପୋଷ୍ଟରେ ଦୀର୍ଘ ବର୍ଷ ଧରି ରହି ବେପାର ଓ ନିଜର ସ୍ୱାର୍ଥ ହାସଲ କରୁଥିବା ସାଂଘାତିକ ଅଭିଯୋଗ ଆଣିଥିଲେ ଜୟ ନାରାୟଣ । ଗୋଟିଏ ପରେ ଗୋଟିଏ ଉଦାହରଣ ରଖି ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂର ଗୁମର ଖୋଲିଥିଲେ । ଜୟ ନାରାୟଣ କହିଥିଲେ କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାପାଳ ଗୋଟିଏ ଗୋଟିଏ ଜିଲ୍ଲାରେ ୬ ବର୍ଷ ଧରି ରହିବା, ବରିଷ୍ଠ IAS ଜି. ମାଥିଭାଥନନ୍ ନଗର ଉନ୍ନୟନ ବିଭାଗର ସଚିବ ପଦରେ ୯ ବର୍ଷ, ଖାଦ୍ୟ ଯୋଗାଣ ସଚିବ ବୀର ବିକ୍ରମ ଯାଦବ ଏକା ପଦବିରେ ୬ବର୍ଷ ଧରି ରହିବା ସହ ଏକାଧିକ ବିଭାଗ ଦାୟିତ୍ୱରେ ଅଛନ୍ତି ।

ସୁଶୀଲ କୁମାର ଲୋହାନି ପଂଚାୟତିରାଜ ସଚିବ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧକାରୀ, IPS ଅରୁଣ ବୋଥ୍ରା କ୍ରାଇମବ୍ରାଞ୍ଚ ଏଡିଜି ସହ ପରିବହନ କମିଶନର ଭଳି ଏକାଧିକ ଦାୟିତ୍ୱରେ ରହିବା ନେଇ ସାମାଲୋଚନା କରିଛନ୍ତି ଜୟନାରାୟଣ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ସହ ବୁକ୍ ସର୍କୁଲାର-୪୭ର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରିଛନ୍ତି ।

ସେ ଖଣି କାରବାର ଓ କେନ୍ଦୁଝର ଜିଲ୍ଲାପାଳଙ୍କ କଥା ଉଠାଇ ଖଣି ପଇସାରେ ସରକାର ଚାଲିଥିବା ଅଭିଯୋଗ କରିଛନ୍ତି । ସେପଟେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ୍ଙ୍କୁ ଏ ସଂପର୍କରେ ପ୍ରଶ୍ନ କରାଯିବା ବେଳେ ସେ ଏହାକୁ ଏଡ଼ାଇ ଯାଇଥିଲେ । ଗୋଟିଏ ପଦବିରେ ଦୀର୍ଘ ବର୍ଷ ଧରି କାହିଁକି ରହୁଛନ୍ତି ଅଫିସର ? ସେମାନଙ୍କୁ କାହିଁକି ଦିଆଯାଉଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦବି ? କ୍ଷମତା କେନ୍ଦ୍ର ସହ ସୁସଂପର୍କ ଓ ହଁ ରେ ହଁରେ ଭରୁଥିବାରୁ ସେମାନଙ୍କୁ ଏଭଳି ଅନୁକଂପା ଦେଖାଯାଉଥିବା କୁହାଯାଉଛି ।

ଗୋଟିଏ ପଟେ ରାଜ୍ୟ ପ୍ରଶାସନରେ ଓଡିଆ ଓ ଅଣଓଡିଆ ଅଫିସରଙ୍କ ମଧ୍ୟରେ ବଡ଼ ଫିଲିଂ ରହିଥିବା କୁହାଯାଉଛି । ଅଣଓଡିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ସହ ଓଡ଼ିଆ ଅଫିସରଙ୍କୁ ଅବହେଳା କରାଯାଉଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି ।