• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: କଥାରେ ଅଛି ସରକାର କା ମେଲ୍‌ ଦରିଆ ମେ ଡାଲ୍‌ । ଏହି ଢଗକୁ ନେଇ ଅନେକ ଖବର ବିଭିନ୍ନ ସମୟରେ ପ୍ରକାଶ ପାଇଛି । ହେଲେ ସେ ସବୁ ସ୍ଥାନୀୟ ପ୍ରଶାସନ କିମ୍ବା ବେପରୁଆ ଦୟିତ୍ୱହୀନ ଜନସାଧାରଣଙ୍କୁ ନେଇ ଖବର ଥିଲା । ହେଲେ ଏହି ଟିକେ ଭିନ୍ନ । କାରଣ ଏହା କୌଣସି ପ୍ରଶାସନ କିମ୍ବା ଜନସାଧାରଣଙ୍କୁ ନେଇ ନୁହେଁ । ଏହି ଖବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଖର୍ଚ୍ଚରେ ଏବେ ରାଜ୍ୟ ବୁଲୁଛନ୍ତି । ତେବେ ଆପଣଙ୍କ ଭାବୁଥିବେ ମୁଖ୍ୟମନ୍ତ୍ରୀ ତ ସାରା ରାଜ୍ୟ ବୁଲିପାରିବେ ସରକାରୀ ଖର୍ଚ୍ଚରେ । ଏଥିରେ ଭୁଲ ରହିଲା କୋଉଠି ?

କିନ୍ତୁ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏବେ ବିନା କାରଣରେ ସରକାରୀ ଅର୍ଥ ବା ଲୋକଙ୍କ ଟଙ୍କାରେ ହେଲିକପ୍ଟର ଧରି ବୁଲୁଛନ୍ତି । ହେଲିକପ୍ଟର ଖର୍ଚ୍ଚ ଲୋକଙ୍କ ଟିକସ ଟଙ୍କାରୁ ହେଉଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଡ ବଣ୍ଟା କାର୍ଯ୍ୟକ୍ରମକୁ ବିଜେପିର କଡ଼ା ସମାଲୋଚନା । ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ବିଭିନ୍ନ ଅଞ୍ଚଳ ଗସ୍ତ କରି BSKY କାର୍ଡ ବଣ୍ଟନ କରୁଛନ୍ତି । ସମୀର ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯାଉଛନ୍ତି ହେଲେ କିଛି କହୁ ନାହାନ୍ତି । ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭିଡିଓ ପ୍ରଦର୍ଶିତ ହେଉଛି । ଯଦି କିଛି କହିବାର ନାହିଁ, ତେବେ ଟିକସଦାତାଙ୍କ ଅର୍ଥକୁ ଅପଚୟ କରି ମୁଖ୍ୟମନ୍ତ୍ରୀ କାହିଁକି ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚାଉଳ ଯୋଗାଇବା ପାଇଁ ଚିଠି ଲେଖିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ସମୀର । ଏଭଳି ଚିଠି ଲେଖିବା ହାସ୍ୟାସ୍ପଦ । କୋଭିଡ ପ୍ରଥମ ଓ ଦ୍ୱିିତୀୟ ଲହରରେ ମୋଦି ସରକାର ରାଜ୍ୟକୁ ୧୫ ମାସ ପାଇଁ ଚାଉଳ ଓ ଗହମ ଯୋଗାଇ ଦେଇଥିଲେ । ପ୍ରାୟ ୩ କୋଟି ୧୭ ଲକ୍ଷ ଲୋକଙ୍କୁ ଯେଉଁ ରାସନ ଦେଇଥିଲେ କେନ୍ଦ୍ର ସରକାର, ତାହା ପାଖାପାଖି ୫ ହଜାର ୨୧୪ କୋଟି ଟଙ୍କାରୁ ଅଧିକ ହେବ ।

ତେବେ ଏବେ ବି ଦେଶରେ କିଛି ରାଜ୍ୟ ରାସନ ନିଜେ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ସବୁବେଳେ ଦେଶରେ ଅନେକ ଉଦାହରଣ ସୃଷ୍ଟି କରୁଛନ୍ତି ବୋଲି କହୁଛନ୍ତି । ଏବେ ଚାଉଳ ଯୋଗାଇ ଉଦାହରଣ କାହିଁକି ସୃଷ୍ଟି କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସମୀର । ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଯେଉଁ ଅର୍ଥ ଦିଆଯାଉଛି ସେଥିରୁ ୫ ଲକ୍ଷ ଲୋକ ଟଙ୍କା ନେଉନାହାନ୍ତି । ସେ ଟଙ୍କା ଭୂତ କାର୍ଡ ନାଁରେ ଯାଉଛି । ମୁଖ୍ୟମନ୍ତ୍ରୀ କେବଳ ପତ୍ର ଲେଖି ନିଜ ଦାଇତ୍ୱ ଛିଣ୍ଡାନ୍ତୁ ନାହିଁ ବୋଲି ସମୀର କହିଛନ୍ତି ।

ଅନ୍ୟପଟେ ସମୀରଙ୍କ ଏଭଳି ସାଂଘାତିକ ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।