• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭୋଟିଂ ଲାଗି ବାଲାଟ୍ ପେପର ବ୍ୟବସ୍ଥା

  • ପ୍ରତି ବୁଥରେ ଭୋଟ୍ ଦେଇ ପାରିବେ ୩ ଶହରୁ ୫ ଶହ ଲୋକେ

  • ଭୋଟିଂ ପାଇଁ ବାଲାଟ ପେପର ବ୍ୟବସ୍ଥା ହୋଇଛି

ଆଜି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ । ସକାଳ ୭ଟାରୁ ଭୋଟ୍ ଆରମ୍ଭ ହୋଇସାରିଥିବା ବେଳେ ଏହା ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଭୋଟ୍ ପାଇଁ ବାଲାଟ ପେପର ବ୍ୟବସ୍ଥା ହୋଇଛି । ଗୋଟିଏ ଗୋଟିଏ ବୁଥରେ ୩ଶହରୁ ୫ଶହ ଭିତରେ ଭୋଟର୍ ଭୋଟ ଦେବାର ବ୍ୟବସ୍ଥା ହୋଇଛି । ଏହି ପର୍ଯ୍ୟାୟରେ ୨୨ ହଜାରରୁ ଅଧିକ ବୁଥ୍ ରହିଥିବା ବେଳେ ୩ ହଜାର ୩୫୭ ବୁଥ୍ ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଛି । କୋଭିଡ୍ ଗାଇଡଲାଇନ୍ ଭିତରେ ଭୋଟ୍ ଗ୍ରହଣ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଭୋଟର୍ ତାଲିକାରେ ତାଙ୍କ ନାଁ ରହିଛି ନା ନାହିଁ ଫାଷ୍ଟ ପୋଲିଂ ଅଫିସରଙ୍କ ନିକଟରେ ଯାଞ୍ଚ କରିବେ । ପରିଚୟ ଯାଞ୍ଚ ପାଇଁ ଭୋଟର୍ ଆଇଡି, ଆଧାର, ପାନ୍ କାର୍ଡ ସମେତ ୧୩ଟି ପରିଚୟ ପତ୍ରକୁ ଗ୍ରହଣ କରାଯିବ । ତାପରେ ସେକେଣ୍ଡ ପୋଲିଂ ଅଫିସର୍ ପାଖକୁ ଯାଇ ବାଁ ହାତର ବିଶି ଅଙ୍ଗୁଳିରେ କାଳି ଲଗାଇବେ । ସେଠାରୁ ୪ଟି ପଦବୀ ପାଇଁ ବାଲାଟ୍ ପେପର୍ ନେଇ ପୋଲିଂ ଚ୍ୟାମ୍ବରକୁ ଯିବେ । ପ୍ରଥମେ ସରପଂଚ, ତାପରେ ଓ୍ୱାର୍ଡମେମ୍ବର, ଏହାପରେ ପଞ୍ଚାୟତ ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ଉଦ୍ଦିଷ୍ଟ ବାଲାଟ୍ ପେପରରେ ଭୋଟ୍ ଦେବେ ।

ସରପଂଚ ପଦବୀ ଲାଗି ଗୋଲାପୀ, ଓ୍ୱାର୍ଡ ମେମ୍ବର ଲାଗି ହଳଦିଅଆ, ସମିତି ସଭ୍ୟ ଲାଗି ନୀଳ ଓ ଜିଲ୍ଲା ପରିଷଦ ଜୋନ୍ ଲାଗି ଧଳା ରଙ୍ଗର ବାଲାଟ୍ ପେପର୍ ରଖାଯାଇଛି । ଭୋଟ୍ ଗ୍ରହଣ ସରିବା ପରେ ବାଲାଟ୍ ବକ୍ସଗୁଡ଼ିକୁ ସିଲ୍ କରାଯାଇ ବ୍ଲକ୍ ହେଡ କୱାରରରେ ଥିବା ଷ୍ଟ୍ରଙ୍ଗ୍ ରୁମକୁ ଅଣାଯିବ । ଦିନେ ଛାଡି ଦିନେ , ଏମିତି ୫ଟି ପର୍ଯ୍ୟାୟରେ ୨୪ ତାରିଖ ପର୍ଯ୍ୟାନ୍ତ ଭୋଟ୍ ଗ୍ରହଣ ହେବ ।