Advertisment

ମୋଦି ଗ୍ୟାରେଣ୍ଟିକୁ ନେଇ ବଢୁଛି ଭକ୍ତଙ୍କ ଆଶା; ଖୋଲିବ କି ଶ୍ରୀମନ୍ଦିର ୪ ଦ୍ବାର ?

ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର। ଫିଟିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ। ରାଜ୍ୟରେ ବିଜେଡି ସରକାରର ପତ୍ତନ ଆଉ ବିଜେପି ସରକାରର ଅଭୁତ୍ଥାନ ପରେ ଶ୍ରୀଜଗନ୍ନାଥ ଭକ୍ତଙ୍କ ମନରେ ସଂଚାର ହୋଇଛି ଏମିତି ଆଶା।

ଅଦ୍ୟତନ ହୋଇଛି
undefined

Ratna Bhandar

Advertisment

ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିରର ୪ ଦ୍ବାର ? ଶ୍ରୀଜିଉଙ୍କ ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବ କି ପରଦା ? କାରଣ ଏ ଦୁଇ ପ୍ରମୁଖ ମୁଦ୍ଦାକୁ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚଳିତ ନିର୍ବାଚନରେ ବିଜେଡି ସରକାରର ଉପରେ କଡ଼ା ହମଲା କରିଥିଲେ । ଏବେ ବିଜେପି ସରକାର ଗଢ଼ିବାକୁ ଯାଉଥିବା ବେଳେଭକ୍ତ, ସେବାୟତ ଓ ସାଧାରଣ ଜନତାଙ୍କ ମନରେ ୪ ଦ୍ବାର ଖୋଲିବାର ଆଶା ଏବଂ ରତ୍ନଭଣ୍ଡାର ଖୋଲିବାର ପ୍ରକ୍ରିୟା ଆରମ୍ଭ ନେଇ ଦେଖାଦେଇଛି ବଡ଼ ସମ୍ଭାବନା ।

Advertisment

ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର। ଫିଟିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ। ରାଜ୍ୟରେ ବିଜେଡି ସରକାରର ପତ୍ତନ ଆଉ ବିଜେପି ସରକାରର ଅଭୁତ୍ଥାନ ପରେ ଶ୍ରୀଜଗନ୍ନାଥ ଭକ୍ତଙ୍କ ମନରେ ସଂଚାର ହୋଇଛି ଏମିତି ଆଶା। କୋଭିଡ୍ ମହାମାରୀ ପରଠୁ ଶ୍ରୀମନ୍ଦିର ୪ ଦ୍ବାର ନଖୋଲିବା, ଏବଂ ୨୦୧୮ ଏପ୍ରିଲରୁ ରତ୍ନଭଣ୍ଡାର ନେଇ ପ୍ରହେଳିକା ପରେ ଏହାକୁ ନେଇ ଏପର୍ଯ୍ୟନ୍ତ ଅପେକ୍ଷାରେ କୋଟି କୋଟି ଭକ୍ତ। 

ଅଧିକ ପଢ଼ନ୍ତୁ:  ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

Advertisment

ଆଉ ଏପଟେ ୨୪ ନିର୍ବାଚନରେ ଏ ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିଥିଲା ବିଜେପି। ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପର୍ଯ୍ୟନ୍ତ ବିଜେପିର ତମାମ ନେତା ରାଜ୍ୟବାସୀଙ୍କ ଭାବାବେଗ ସହ ଜଡ଼ିତ ଏ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇ ଥିଲେ। ଦଳ କ୍ଷମତାକୁ ଆସିଲେ ଏ ସମ୍ପର୍କରେ ଠୋସ୍ ନିଷ୍ପତ୍ତି ନେବାର ପ୍ରତିଶ୍ରୁତି ଦେଇଥିଲେ । ତେଣୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ରତ୍ନଭଣ୍ଡାରକୁ ନେଇ ଯେଉଁ ଉତ୍ସୁକତା ସୃଷ୍ଟି ହୋଇଥିଲା ଏବଂ ଚାରି ଦ୍ବାର ଖୋଲିବାକୁ ନେଇ ଯେଉଁ ଅପେକ୍ଷା ରହିଥିଲା ତାର ଖୁବଶୀଘ୍ର ଅନ୍ତ ଘଟିବା ନେଇ ଆଶା ରଖିଛନ୍ତି ଉଭୟ ଭକ୍ତ ଓ ସେବାୟତ।

୨୦୨୪ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଏବେ ଆସିଛି, ଦଳ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ସମୟ। ବିଶେଷକରି ରତ୍ନଭଣ୍ଡାର ଚାବି ଖୋଜିବା, ରତ୍ନଭଣ୍ଡାର ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟକୁ ସାର୍ବଜନୀନ କରିବା ଓ ଭକ୍ତଙ୍କ ଲାଗି ୪ ଦ୍ବାର ଖୋଲିବା ଆଦି ପ୍ରସଙ୍ଗ ବିଜେଡି ପରାଜୟର କାରଣ ଏବଂ ବିଜେପିର ବିଜୟରେ ସହାୟକ ହୋଇଥିବାରୁ ଦଳ ଏ ପ୍ରତିଶ୍ରୁତି ତଥା ପ୍ରସଙ୍ଗକୁ ସର୍ବାଦୌ ଗୁରୁତ୍ବ ଦେବା ଅନୁମାନ କରାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲେ ପାଣ୍ଡିଆନ୍ ? BJD ର ବିପର୍ଯ୍ୟୟ ପରେ ଗାଏବ୍ ଦ୍ୱିତୀୟ ସର୍ବଶକ୍ତିମାନ୍ ନେତା

Jagannath Temple Puri Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ