Advertisment

ବିଜେପିରେ ମିଶିଲେ ପର୍ଶୁରାମ ଧଡ଼ା, ଟିକେଟ ନ ଦେବାରୁ ଛାଡ଼ିଥିଲେ ବିଜେଡି

ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପର୍ଶୁରାମ ଧଡ଼ା। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
Parshuram Dhada Joins BJP

Parshuram Dhada

Advertisment

ବିଜେଡି ଛାଡିଥିଲେ, ଆଜି ପଦ୍ମ ଧରିଲେ । ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ଆଜି ବିଧିବଦ୍ଧ ଭାବରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସହ ପ୍ରଭାରୀ ଲତା ଉସେଣ୍ଡି ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପର୍ଶୁରାମ ଧଡ଼ା ।

Advertisment

ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପର୍ଶୁରାମ ଧଡ଼ା। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ ଯାଉଛି। ଓଡ଼ିଶା କାହିଁକି ପଛରେ ରହିବ, ସୋର କାହିଁକି ପଛରେ ରହିବ। କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ପର୍ଶୁରାମ ଧଡ଼ା । ସେହିପରି ଟିକେଟ ପାଇଁ କୌଣସି ଆଶା ଅଛି କି ପ୍ରଶ୍ନରେ ପର୍ଶୁରାମ କହିଛନ୍ତି କି ମୋର କୌଣସି ଆଶା ନାହିଁ, ଦଳ ଯାହା ଦାୟିତ୍ୱ ଦେବ ତୁଲାଇବି।

ଅଧିକ ପଢ଼ନ୍ତୁ: ନବୀନଙ୍କୁ ଚେକ୍‌ ଦେବା ପାଇଁ ଶାହଙ୍କ ହୁଙ୍କାର; ସୋନପୁରରୁ ପଡ଼ିଲା ମୂଳଦୁଆ

Advertisment

ଟିକେଟ ନ ମିଳିବାରୁ କିଛି ଦିନ ତଳେ ସେ ବିଜେଡି ଛାଡିଥିଲେ । ୨୦୧୪ ଓ ୨୦୧୯ରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପର୍ଶୁରାମ ଧଡ଼ା । ୨୦୦୯ରେ ସୋରରୁ ବିଜେପି ଟିକେଟରେ ନିର୍ବାଚନ ଲଢି ମାତ୍ର ୩୬୦ ଖଣ୍ଡ ଭୋଟ ବ୍ୟବଧାନରେ ହାରିଥିଲେ । ଚଳିତ ନିର୍ବାଚନରେ ବିଜେଡି ମାଧବ ଧଡ଼ାଙ୍କୁ ସୋରରୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡିଥିଲେ ପର୍ଶୁରାମ ଧଡା । ଏବେ ପୁଣି ଥରେ ଘର ବାହୁଡ଼ା କରିଛନ୍ତି ।

ଇସ୍ତଫାପତ୍ର ବିଜେଡି ସୁପ୍ରିମୋଙ୍କୁ ପଠାଇବା ପରେ ପର୍ଶୁରାମ କହିଥିଲେ, “ମୋତେ ଦୁଇଥର ସୁଯୋଗ ଦେଇଥିବାରୁ ବିଜେଡି ସୁପ୍ରିମୋଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସୋରବାସୀଙ୍କ ପାଖରେ ମଧ୍ୟ ମୁଁ କୃତଜ୍ଞ । ସୋରକୁ ମୁଁ ବିଜେଡିର ଦୁର୍ଗରେ ପରିଣତ କରିଛି। କିନ୍ତୁ ବର୍ଷେ ହେବ କିଛି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି। ଏଠାରେ କେମିତି ବିଜୁ ଜନତା ଦଳ ଖଣ୍ଡଖଣ୍ଡ ହେବ ସେ ଉଦ୍ୟମ ସେମାନେ ଆରମ୍ଭ କରିଥିଲେ। ସେମାନେ ଆଜି ସଫଳ ହୋଇଛନ୍ତି।

Advertisment

ମୁଁ ଏଠାରେ ଯେଉଁ ବିକାଶର ଧାରା ଆଗକୁ ନେଉଥିଲି,ସେଥିରେ ରୋକ ଲଗାଇବା ପାଇଁ ସେମାନେ କରିଥିବା ଉଦ୍ୟମରେ ସଫଳ ହୋଇଛନ୍ତି। ବିଜେଡି ସୁପ୍ରିମୋ ବୋଧେ ଜାଣି ପାରି ନାହାନ୍ତି। ଏବେ ସମୀକ୍ଷା କରିବାର ସମୟ ଆସିଛି। ଆଶା ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ପ୍ରାର୍ଥିପତ୍ରରୁ ମୁଁ ବଞ୍ଚିତ ହେବାରୁ ବିଜେଡିରୁ ଇସ୍ତଫା ଦେଇଛି। ମୋର ଶୁଭେଚ୍ଛୁ ମାନଙ୍କ ସହ ଆଲୋଚନା କରି ଆଗାମୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବି ବୋଲି କହିଥିଲେ।

ଅଧିକ ପଢ଼ନ୍ତୁ: ‘ବାବୁଙ୍କ ପାଇଁ ଗୋଟିଏ ଆସନ ଛାଡ଼ିବେ ମୁଖ୍ୟମନ୍ତ୍ରୀ’

ମୁଁ ନିର୍ବାଚନ ନିଶ୍ଚିତ ଲଢ଼ିବି। କୌଣସି ଦଳରୁ ଲଢ଼ିବି ନା ସ୍ୱାଧୀନ ଭାବେ ପ୍ରାର୍ଥୀ ହେବି, ସେକଥା ଲୋକଙ୍କ ସହ ପରାମର୍ଶ କରିବା ପରେ ଘୋଷଣା କରିବି। ମୋତେ ଟିକେଟ ନଦେବା ବିଜେଡି ପାଇଁ ମହଙ୍ଗା ପଡ଼ିବ କି ନା, ସେକଥା ସମୟ ଆସିଲେ ଜଣାପଡ଼ିବ” ବୋଲି ସେ କହିଥିଲେ ।

BJP General Elections 2024 Parshuram Dhada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ