Advertisment

ରୋହିତ ଗଲେ ସମ୍ବଲପୁର ପ୍ରସନ୍ନ ଆସିଲେ ରେଢ଼ାଖୋଲ

ଏଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥାତ୍ ପୁଣି ଥରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି ନବୀନ ।

ଅଦ୍ୟତନ ହୋଇଛି
Prasanna Acharya Will Contest From Rairakhol constituency

Prasanna Acharya

Advertisment

ବଦଳିଲେ ସମ୍ବଲପୁର-ରେଢ଼ାଖୋଲ ବିଜେଡି ପ୍ରାର୍ଥୀ । ଦୁଇ ପ୍ରାର୍ଥୀଙ୍କୁ ଅଦଳବଦଳ କଲା ବିଜେଡି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ରେଢ଼ାଖୋଲରୁ ପ୍ରାର୍ଥୀ କରିଥିବା ବେଳେ ରୋହିତ ପୂଜାରୀଙ୍କୁ ଦଳ ସମ୍ବଲପୁର ପଠାଇଛି । ପୂର୍ବରୁ ରୋହିତ ରେଢ଼ାଖୋଲରୁ ପ୍ରାର୍ଥୀ ହୋଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ । ତେବେ ସମ୍ବଲପୁରରୁ ପ୍ରାର୍ଥୀ ହେବା ପରଠାରୁ ପ୍ରସନ୍ନ ଅସନ୍ତୁଷ୍ଟ ଥିଲେ । ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ଉଦ୍ୟମ କରିଛି ।

Advertisment

ଅନ୍ୟପଟେ ନିମାପଡ଼ାରୁ କଟିଲା ସମୀର ଦାଶଙ୍କ ଟିକେଟ । ସମୀରଙ୍କ ସ୍ଥାନରେ ଦିଲୀପ ନାଏକ ହେଲେ ପ୍ରାର୍ଥୀ । ସେହିଭଳି ଆଜି ବିଜେଡି ପକ୍ଷରୁ ଅନ୍ୟ ବିଧାନସଭା ଗୁଡ଼ିକରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥାତ୍ ପୁଣି ଥରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି ନବୀନ

ଅଧିକ ପଢ଼ନ୍ତୁ: ବିଜେଡି ଖେଳୁଛି ଶପଥ କାର୍ଡ! ଅସନ୍ତୁଷ୍ଟ କର୍ମୀ-ଲୋକଙ୍କୁ ନେଇ ନେତା କରାଉଛନ୍ତି ଶପଥପାଠ

Advertisment

ତେବେ ନବୀନ ପୁଣି ଖେଳିଛନ୍ତି ପଶ୍ଚିମ ଓଡ଼ିଶା କାର୍ଡ। କଣ୍ଟାବାଞ୍ଜି ବିଧାନସଭା ଆସନରୁ ବି ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପକ୍ଷରୁ ଏହି ଘୋଷଣା ହୋଇଛି। ଅର୍ଥାତ୍ ନବୀନ ଏଥର ହିଞ୍ଜିଳି ସହ କଣ୍ଟାବାଞ୍ଜି, ଦୁଇଟି ଆସନରୁ ଲଢ଼ିବାକୁ ସ୍ଥିର କରିଛନ୍ତି। ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର କୌଣସି ଏକ ସ୍ଥାନରୁ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଆଲୋଚନା ହେଉଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। କଣ୍ଟାବାଞ୍ଜିରୁ ନବୀନଙ୍କ ବିପକ୍ଷରେ ରହିବେ କଂଗ୍ରେସ ହେଭିୱେଟ୍ ସନ୍ତୋଷ ସିଂ ସାଲୁଜା ଓ ବିଜେପିରୁ ଲକ୍ଷ୍ମଣ ବାଗ।

ସନ୍ତୋଷ ସିଂ ସାଲୁଜା ଏବେକାର ବିଧାୟକ ବି ଅଛନ୍ତି। କଣ୍ଟାବାଞ୍ଜି ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ଯଥାକ୍ରମେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼କୁ ଛୁଇଁଛି। ଅର୍ଥାତ୍ ଅନ୍ୟ ଅର୍ଥରେ କହିବାକୁ ଗଲେ କଣ୍ଟାବାଞ୍ଜି ଏକ ଷ୍ଟ୍ରାଡେଜିକ୍ ଲୋକେସନ ଭାବେ ଜଣାଶୁଣା।

Advertisment

୨୦୧୯ ବିଧାନସଭା ନିର୍ବାଚନ ମଧ୍ୟ ନବୀନ ପଟ୍ଟନାୟକ ଦୁଇଟି ଆସନ ଯଥାକ୍ରମେ ଗଂଜାମର ହିଞ୍ଜିଳି ସହ ପଶ୍ଚିମଓଡ଼ିଶାର ବିଜେପୁର ଆସନରୁ ଲଢ଼ିଥିଲେ। ପରେ ବିଜେପୁର ଆସନକୁ ଛାଡ଼ି ଦେଇଥିଲେ। ଆଉ ଏବେ ପୁଣି ସେହି ପଶ୍ଚିମ ଓଡ଼ିଶାର ଏକ ବିଧାନସଭା ଆସନ କଣ୍ଟାବାଞ୍ଜିକୁ ବାଛିଛନ୍ତି।

ତେବେ ଚିତ୍ରକୋଣ୍ତାରୁ ଲଢ଼ିବେ ଲକ୍ଷ୍ମୀପ୍ରିୟା ନାୟକ । ସେହିପରି ପଦ୍ମପୁରରୁ ଲଢ଼ିବେ ବର୍ଷା ସିଂ ବରିହା । କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତୀ ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂହ,  ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ମିଳିଲା ଟିକେଟ । 

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ