Advertisment

ଆଠଗଡ଼ରେ ୧୯୯୦ରୁ ଜିତି ଆସୁଛନ୍ତି ରଣେନ୍ଦ୍ର ପ୍ରତାପ, ହେଲେ ଏବେ...?

ଟିକେଟ୍ ନାକଚକୁ ଚାଲେଞ୍ଜ କରି ନ୍ୟାୟିକ ଲଢେଇ ଜିତିବା ପରେ ରଣେନ୍ଦ୍ର ୨୦୧୨ ଉପନିର୍ବାଚନରେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଅଦ୍ୟତନ ହୋଇଛି
Ranendra Pratap Swain

Ranendra Pratap Swain

Advertisment

ଆଠଗଡ ନିର୍ବାଚନ ମଣ୍ଡଳୀରୁ ବର୍ତ୍ତମାନର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିଜେଡି ପୁଣି ପ୍ରାର୍ଥୀ କରେଇବ ନା ତାଙ୍କ ପୁଅକୁ ଟିକେଟ୍ ଦେବ ନା ଅନ୍ୟ କିଏ ପାଇବେ ଟିକେଟ୍ । ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । କାରଣ ରଣେନ୍ଦ୍ରଙ୍କ ନାଁରେ ରହିଛି ଦୁର୍ନୀତି ଅଭିଯୋଗ । ବିଜେପିରେ ବି ଅନେକ ଆଶାୟୀ । ହେଲେ ଦିନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଗଡ ବୋଲି କୁହାଯାଉଥିବା ଏଇ ଆସନରେ ଦୟନୀୟ ଅବସ୍ଥାରେ ଅଛି କଂଗ୍ରେସ ।

Advertisment

ଆଠଗଡ । କଟକ ଜିଲ୍ଲାର ଏଇ ଚର୍ଚ୍ଚିତ ବିଧାନସଭା ଆସନର ବିଧାୟକ ହେଉଛନ୍ତି ବିଜେଡିର ହେଭିୱେଟ୍ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ । ୧୯୯୦ ମସିହାରୁ ଏଠୁ ଜିତି ଆସୁଥିବା ରଣେନ୍ଦ୍ର କେବଳ ୨୦୦୯ ନିର୍ବାଚନରେ ଟିକେଟ୍ କଟିଯିବାରୁ ପ୍ରାର୍ଥୀ ହୋଇ ପାରିନଥିଲେ। ସେଥର ତାଙ୍କ ଅନୁଗତ ତଥା ସ୍ବାଧୀନ ପ୍ରାର୍ଥୀ ରମେଶ ରାଉତ ବିଜୟୀ ହୋଇଥିଲେ। ଟିକେଟ୍ ନାକଚକୁ ଚାଲେଞ୍ଜ କରି ନ୍ୟାୟିକ ଲଢେଇ ଜିତିବା ପରେ ରଣେନ୍ଦ୍ର ୨୦୧୨ ଉପନିର୍ବାଚନରେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଅଧିକ ପଢ଼ନ୍ତୁ: ବଦଳୁଛି ରାଜନୀତି ସମୀକରଣ; କିଏ ହାତେଇବ ନିମାପଡ଼ା ବିଧାନସଭା ଆସନ ?

ମୋଟାମୋଟି ଭାବେ ୧୯୯୦ରୁ ରଣେନ୍ଦ୍ରଙ୍କ କର୍ମଭୂମି ପାଲଟିଛି ଆଠଗଡ। ଗଣାହେଉଛି ବିଜେଡିର ଅଭେଦ୍ୟ ଦୁର୍ଗ ଭାବରେ । ଏବେ ଆଠଗଡର ଅପ୍ରତିଦ୍ୱନ୍ଦୱୀ ନେତା ହେଉଛନ୍ତି ରଣେନ୍ଦ୍ର। ସବୁ ଥର ପରି ଏଥର ଯେ ରଣେନ୍ଦ୍ର ବିଜେଡି ଟିକେଟ୍ ପାଇବେ, ସେ ଗ୍ୟାରେଣ୍ଟି ନାହିଁ ବୋଲି ଚର୍ଚ୍ଚା ହେଉଛି। ଆଲୋଚନା ହେଉଛି ସେ ଏଥର ତାଙ୍କ ପୁଅ ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କୁ ନିର୍ବାଚନୀ ମଇଦାନରେ ଏଣ୍ଟ୍ରି ଦେବାକୁ ଚାହୁଁଛନ୍ତି । ହେଲେ ଟିକେଟ୍ ରେସରେ ରଣେନ୍ଦ୍ରଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ସାଜିଛନ୍ତି ଯୁବନେତା ମାନସ ବସ୍ତିଆ । ବିଜେଡିର ରାଜ୍ୟ ସଂଗଠନ ସହ ସୁ ସଂପର୍କରେ ଥିବା ମାନସଙ୍କୁ ନିର୍ବାଚନମଣ୍ଡଳୀରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି।

Advertisment

ଗତ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ୯୮୧୧୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିଲେ ବିଜେପି ପ୍ରାର୍ଥୀ ତଥା ଆଠଗଡ ରାଜପରିବାର ସଦସ୍ୟ ବ୍ରଜେନ୍ଦ୍ର ରାୟ। ସେ ୪୦ ହଜାର ୧୧୯ ଖଣ୍ଡ ଭୋଟ ପାଇଥିଲେ। ଏଇ ଆସନରେ ତୃତୀୟ ସ୍ଥାନରେ ରହୁଥିବା ବିଜେପି ପ୍ରଥମ ଥର ପାଇଁ ଦ୍ବିତୀୟ ସ୍ଥାନକୁ ଆସିଥିଲା। ଗତ ଥରର ପ୍ରାର୍ଥୀ ବ୍ରଜେନ୍ଦ୍ର ଏଥର ବି ଟିକେଟ ଆଶାୟୀ ଥିଲା ବେଳେ ୨୦୦୯ରେ ଦଳୀୟ ଟିକେଟ୍ ପାଇଥିବା ତଥା ବର୍ତ୍ତମାନର ଜିଲ୍ଲା ବିଜେପି ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି ବି ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି। କିଛି ଦିନ ତଳେ ବିଜେପିରେ ଯୋଗ ଦେଇଥିବା ଗତଥରର ସ୍ୱାଧୀନ ପ୍ରାର୍ଥୀ ଯୁବନେତା ଅଭୟ ବାରିକ ବି ଟିକେଟ୍ ରେସରେ।

ଏଇ ନିର୍ବାଚନମଣ୍ଡଳୀ ଦିନେ ଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ । ବରିଷ୍ଠ କଂଗ୍ରେସ ନେତା ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଏଇଠୁ ଦୁଇଥର ୧୯୮୦ ଓ ୧୯୮୫ରେ ବିଜୟୀ ହୋଇଥିଲେ । ଏବେ କଂଗ୍ରେସର ଏଠି ଦୟନୀୟ ଅବସ୍ଥା । ଗତ ଥର ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ମାତ୍ର ୯ ହଜାର ୯୩୪ ଭୋଟ ପାଇଥିଲେ । ତେଣୁ ସେ ଆଠଗଡ ଛାଡି ପୁଣି ପୁରୀରୁ ନିର୍ବାଚନ ଲଢିବାକୁ ମନ ବଳାଇଛନ୍ତି । ଏବେ ସେମିତି କେହି ଟାଣୁଆ ନେତା ଆଠଗଡ କଂଗ୍ରେସ ଶିବିରରେ ନାହାନ୍ତି । ତଥାପି ପ୍ରସ୍ତୁତ ହେଉଛି କଂଗ୍ରେସ ।

Advertisment

ଅଧିକ ପଢ଼ନ୍ତୁ: ୨୦୨୪ରେ ଝରିଗାଁରେ ଉଡ଼ିବ କାହାର ଝଣ୍ଡା, ଏଥର ଶଙ୍ଖ-ହାତ ନା ଶଙ୍ଖ-ପଦ୍ମ ଭିତରେ ଲଢ଼େଇ ?

BJD BJP Congress Odisha Politics General Election 2024 Sattara Satranj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ