Advertisment

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଥାନାରେ ତଳେ ବସାଇଥିଲେ, ପାଣି ବି ଦେଇନଥିଲେ: ପୀତାମ୍ବର ଆଚାର୍ଯ୍ୟ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଅପରାଧୀ ଭଳି ବ୍ୟବହାର କରିଛି ପୋଲିସ୍ । ଗିରଫ ପରେ ଥାନାରେ ତଳେ ବସାଇଥିଲା, ଖାଇବାକୁ ବି ଦେଇନଥିଲା । ଏଭଳି କିଛି ସାଂଘାତିକ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ।

ଅଦ୍ୟତନ ହୋଇଛି
advocate pitambar acharya On BJPs Prashant Jagdev Arrested

Odisha Election

Advertisment

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଅପରାଧୀ ଭଳି ବ୍ୟବହାର କରିଛି ପୋଲିସ୍ । ଗିରଫ ପରେ ଥାନାରେ ତଳେ ବସାଇଥିଲା, ଖାଇବାକୁ ବି ଦେଇନଥିଲା । ଏଭଳି କିଛି ସାଂଘାତିକ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାର ଶୁଣାଣି ଖୋର୍ଦ୍ଧା କୋର୍ଟରେ ହୋଇଛି।

Advertisment

ପ୍ରଶାନ୍ତଙ୍କ ପାଇଁ ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥିଲେ । ପ୍ରଶାନ୍ତଙ୍କୁ ଗିରଫ କରିବା ପରେ ପୋଲିସ୍ ଦୁର୍ବବ୍ୟହାର ଓ ଅତ୍ୟାଚାର କରିଥିବା ପୀତାମ୍ବର ଅଭିଯୋଗ କରିଛନ୍ତି । ପ୍ରଶାନ୍ତଙ୍କୁ ଥାନାରେ ତଳେ ବସାଇଥିଲା ଏପରିକି ପାଣି ବି ପିଇବାକୁ ଦେଇନଥିଲା । ପୋଲିସ୍ ଖୋଲାଖୋଲି ଭାବେ ସମସ୍ତ ନିୟମ କାନୁନକୁ ଉଲଂଘନ କରିଥିଲା।

ଅଧିକ ପଢ଼ନ୍ତୁ: କୁଆଡ଼େ ଆସିଛ..ଆମ ଗାଁ ପାଇଁ କ’ଣ କରିଛ..ଏଯାଏଁ କେଉଁଠି ଥିଲ..?

ପ୍ରଶାନ୍ତ ଅନ୍ୟ ଜିଲ୍ଲାକୁ ନିର୍ବାଚନ ଦାୟିତ୍ୱରେ ଯେପରି ଯାଇ ପାରିବେନି ସେ ନେଇ ତାଙ୍କ ସହ ଅତ୍ୟାଚାର କରାଯାଇଥିଲା ବୋଲି ପୀତାମ୍ବର ଅଭିଯୋଗ କରିଛନ୍ତି । ପୀତାମ୍ବର ଲଗାଇଥିବା ଅଭିଯୋଗକୁ ନେଇ ଖୋର୍ଦ୍ଧା ପୋଲିସର ପ୍ରତିକ୍ରିୟା ମିଳିପାରିନି । ଅପରପକ୍ଷେ ମାମଲାରେ ଶୁଣାଣି ସରିବା ପରେ ରାୟ ସଂରକ୍ଷିତ ରହିଛି।

Advertisment

ଚିଲିକା ବିଧାୟକଙ୍କୁ ପୋଲିସ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଗିରଫ କରିଛି । କିନ୍ତୁ ସିସିଟିଭି ଫୁଟେଜ୍ କହୁଛି ବିଧାନସଭା ଇଭିଏମକୁ ଜଗଦ୍ଦେବ ନୁହନ୍ତି, ଆଉ କେହି ଭାଙ୍ଗିଛନ୍ତି । ସିସିଟିଭି ଫୁଟେଜ୍ ଜାରି କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଅପରାଜିତା ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ସିସିଟିଭି ଫୁଟେଜ । ଯେଉଁଥିରେ ଜଣାପଡୁଛି ଯେ, ବୁଥ୍ ଭିତରେ କେତେ ଭିଡ଼ । ହୋ ହଲ୍ଲା ବି ଜାରି ରହିଛି । ଏହାରି ଭିତରେ ଜଗଦ୍ଦେବ ଲୋକସଭା କମ୍ପାର୍ଟମେଣ୍ଟରେ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି । ଏହାପରେ ସେ ବିଧାନସଭା କମ୍ପାର୍ଟମେଣ୍ଟ ଆଡକୁ ମତଦାନ କରିବାକୁ ଯାଉଥିବାବେଳେ, କେହି ଜଣେ ଯୁବକଙ୍କ ଧକ୍କାରେ ଇଭିଏମ୍ ସହ କମ୍ପାର୍ଟମେଣ୍ଟଟି ଭାଙ୍ଗି ତଳେ ପଡିଯାଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ବିଜେଡି ପାଇଁ କାମ କରି ଫସିଲେଣି ଗଣ୍ଡାଗଣ୍ଡା ଅଫିସର ! ଲିଷ୍ଟରେ ଅଛି ଏଇ ବାବୁଙ୍କ ନାଁ

ବିଧାନସଭା ଇଭିଏମ୍ କମ୍ପାର୍ଟମେଣ୍ଟ ଭାଙ୍ଗୁଥିବା ବେଳେ ଜଗଦ୍ଦେବ ସେଠାରୁ ବହୁ ଦୂରରେ ଥିଲେ । ଏଠି ପ୍ରଶ୍ନ, ବୁଥ୍ ଭିତରେ ଏତେ ସଂଖ୍ୟକ ଲୋକ ପଶିଲେ କେମିତି? ଏଭଳି ଭିଡ଼ରେ ମତଦାନ କେମିତି ଚାଲିଥିଲା? ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ କରିବା ପାଇଁ ମୁତୟନ ପୋଲିସ୍ କରୁଥିଲା କଣ? ପ୍ରିଜାଇଡିଂ ଅଫିସର୍ ଉତ୍ତେଜନାମୂଳକ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ତୁରନ୍ତ କାହିଁକି ଫୋର୍ସ ଡକାଇଲେନି?

ଗୋଟିଏ ପଟେ ଅପରାଜିତା ସିସିଟିଭି ଫୁଟେଜ୍‌କୁ ସାର୍ବଜନୀନ କରି ରାଜ୍ୟ ସରକାରକୁ ଘେରିଥିବା ବେଳେ ସରକାରୀ ଦଳ କିନ୍ତୁ ଅଜବ ଯୁକ୍ତି ରଖିଛି । ଅପରାଜିତାଙ୍କ ଅଭିଯୋଗର ସିଧାସଳଖ ଉତ୍ତର ନଦେଇ ବିଜେପି ଗୁଣ୍ଡାଙ୍କ ଦଳ ବୋଲି କହି ସେଇ ପୁରୁଣା ରେକର୍ଡକୁ ବଜାଇଛି । ଅନ୍ୟପଟେ ଖୋର୍ଦ୍ଧା ଏସ୍‌ପି କହିଛନ୍ତି ସିସିଟିଭି ଫୁଟେଜ୍ ଆମର ହସ୍ତଗତ ହୋଇନି । ଆମେ ସିସିଟିଭି ଫୁଟେଜ ମାଗିଛୁ । ପ୍ରଶାନ୍ତଙ୍କ ଓକିଲଙ୍କ ପ୍ରତିକ୍ରିୟା ହେଲା ଏହା ନିଶ୍ଚିତ ଭାବେ ଏକ ଷଡଯନ୍ତ୍ର।

Odisha Elections Prasant Jagdev General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ