Advertisment

‘ଓଡ଼ିଶାରେ ଆସୁଛି ବଡ଼ ଟର୍ଣ୍ଣିଂ ପଏଣ୍ଟ, ଏଥର ପଦ୍ମ ନିଶ୍ଚିତ ଫୁଟିବ’

ଏହି ରୋଡ୍‌ ସୋ’ରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପିର ୨ ବରିଷ୍ଠ ନେତା ସାମିଲ ହୋଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍‌ ସୋ’ ରେ ସାମିଲ୍‌ ହୋଇଥିଲେ।

author-image
Satyendu Shekher Mishra
Narendra Modi

Narendra Modi

ଓଡ଼ିଶାରେ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସୁଛି। ଆଜି ଭୁବନେଶ୍ୱରରେ ଏଭଳି ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ବିଜେପି ଉପରେ ଲୋକଙ୍କ ଅଦ୍ଭୁତ ବିଶ୍ୱାସ ରହିଛି। ଦେଶର ଅନ୍ୟ ଅଞ୍ଚଳରେ ଏଭଳି ପରିବେଶ ନଥାଏ କିନ୍ତୁ ଓଡ଼ିଶାରେ ଭାଷାଗତ ବିଭେଦ ଥିବା ସତ୍ତ୍ୱେ ଓଡ଼ିଶାର ଲୋକଙ୍କ ସହ ହୃଦୟ ଯୋଡ଼ି ହୋଇ ସାରିଛି।

Advertisment

ତେଣୁ ଓଡ଼ିଶାରେ ଏକ ବଡ଼ ଟର୍ଣ୍ଣି ପଏଣ୍ଟ ଆସୁଛି। ଖାଲି ଏତିକି ନୁହେଁ ମେଣ୍ଟ ଚର୍ଚ୍ଚାକୁ ନେଇ ବି ଜବାବ ରଖିଛନ୍ତି ମୋଦି। ବିଜେପି-ବିଜେଡି ସମ୍ପୂର୍ଣ୍ଣ ଭାବେ ଅଲଗା । ନିର୍ବାଚନ ବି ଅଲଗା ଲଢ଼ୁଛନ୍ତି। ଏବେ ଓଡ଼ିଶାରେ ଚାଲିଥିବା ସରକାର ପାଖରେ ଓଡ଼ିଶା ମାଟିର ବାସ୍ନା କିମ୍ବା ସଂସ୍କୃତି ନାହିଁ। ସାଧାରଣ ଜନତାଙ୍କ ଏହି ସରକାର ସହ କୌଣସି ଭାବେ ସମ୍ପର୍କ ନାହିଁ । ତେଣୁ ଏହା ବିରୋଧରେ ଭୋଟ୍ ପଡ଼ିବ। ଏଥର ଓଡ଼ିଶାରେ ପଦ୍ମ ନିଶ୍ଚିତ ଫୁଟିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଭୁବନେଶ୍ୱରରେ ପହଞ୍ଚି ରୋଡ୍‌ ସୋ’ ସରିବା ପରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ ଯାଏଁ ବିଶାଳ ରୋଡ୍ ସୋ କରିଛନ୍ତି ମୋଦି। ଫୁଲରେ ସୁସଜ୍ଜିତ କାରରେ ମୋଦି ଛିଡ଼ା ହୋଇ କରିଛନ୍ତି ରୋଡ୍‌ ସୋ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ବାହାରିଥିଲେ ମୋଦି।

Advertisment

ମିଶନ ଭୁବନେଶ୍ୱର ସାଙ୍ଗକୁ ମିଶନ ଓଡ଼ିଶା ଲକ୍ଷ୍ୟରେ ଏହି ବିଶାଳ ରୋଡ୍ ସୋ କରିଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ରେ ସାମିଲ ହୋଇଥିଲେ ବିଜେପିର ପ୍ରାୟ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା। ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରୁ କଡ଼ା ସୁରକ୍ଷା ବଳୟରେ ଆସି ରାଜ୍ୟ ବିଜେପି ଅଫିସରୁ ବାଣୀବିହାର ଛକ, ଅଢ଼େଇ କିଲୋମିଟର ଯାଏଁ କରାଯାଇଥିଲା ରୋଡ୍ ସୋ । ରାସ୍ତାରେ ଦୁଇ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ହଜାର ହଜାର ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ମୋଦି। 

ଏହି ରୋଡ୍‌ ସୋ’ରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପିର ୨ ବରିଷ୍ଠ ନେତା ସାମିଲ ହୋଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍‌ ସୋ’ ରେ ସାମିଲ୍‌ ହୋଇଥିଲେ।

ମୋଦିଙ୍କ ରୋଡ୍‌ ସୋ’ ପାଇଁ ରାସ୍ତାର ଦୁଇ ପାର୍ଶ୍ୱ ଝଲସୁଥିଲା ଓଡ଼ିଶାର କଳା ଓ ସଂସ୍କୃତି। ୧୦ଟି ସ୍ଥାନରେ ୧୦ଟି ଆଇକନ୍ ସ୍ଥାପନ କରାଯାଇଥିଲା। ବିଜେପି ଅଫିସ୍‌ ପରିସରରେ ହୁଳହୁଳି ଓ ଝାଞ୍ଜ ମୃଦଙ୍ଗ ସହ ସାହିଯାତ ପରମ୍ପରା ଦେଖିବାକୁ ମିଳିଥିଲା। ତା’ ସହ କୋଣାର୍କ ସୂର୍ଯ୍ୟମନ୍ଦିରର ଚକ ଓ ଶ୍ରୀଜୀଉଙ୍କ ରଥର ଉପରପାର୍ଶ୍ୱକୁ ନେଇ ତିଆରି ହୋଇଥିଲା ବିରାଟ୍ ଷ୍ଟେଜ୍ ବ୍ୟାକଡ୍ରପ୍। ରାମମନ୍ଦିର ପରିସରରେ ୨୦ ଜଣ ପୂଜକଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ ସହ ଆଳତୀ ଦୃଶ୍ୟ ବେଶ୍ ମନ୍ତ୍ରମୁଗ୍ଧ କରୁଥିବା ବେଳେ ରାମମନ୍ଦିରର ଡାହାଣ କଡ଼ରେ ରାମଲାଲାଙ୍କ ବିରାଟ୍ କଟଆଉଟ୍ ଦେଖିବାକୁ ମିଳିଥିଲା।

Narendra Modi BJD BJP Congress Odisha Politics General Election 2024
Advertisment
Advertisment