/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713966466.jpg)
Raghunathpali
ପାଖଉଛି ନିର୍ବାଚନୀ ତାରିଖ । ସରଗରମ ହେଉଛି ପ୍ରଚାର ମଇଦାନ। କାହାକୁ ମିଳିବ ଜନତାଙ୍କ ସମର୍ଥନ । ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡା ମୁକାବିଲା । ଏହି ଆସନରେ ଶାସକ ବିଜେଡି ତିନି ତିନି ଥର ବିଜୟ ହୋଇଛି ସତ, କିନ୍ତୁ ଏବେ ଆଉ ସମାନ ସ୍ଥିତି ନାହିଁ । ଲୋକଙ୍କ ଠାରୁ ବିଧାୟକ ଦୁରେଇ ଯାଇଥିବା ଅଭିଯୋଗ ହୋଇଛି ।
ବିଧାୟକ ନିଖୋଜ ବୋଲି ଲୋକେ ପୋଷ୍ଟର ମାରିଥିଲେ। ବିଜେଡି ପାଇଁ ଏଥର ଜିତିବା କଷ୍ଟକର ହୋଇପଡିବ ବୋଲି ଚର୍ଚ୍ଚା ହେଉଛି । ଲୋକଙ୍କ ବିରୋଧକୁ ପ୍ରଶମନ କରାଇବାକୁ ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଅନ୍ୟପଟେ ବିଜେପି ନୂଆ ଚେହେରା ଦୁର୍ଗା ତନ୍ତିଙ୍କୁ ମଇଦାନକୁ ଓହ୍ଲାଇଛି। ସେ ଏବେ ଫୁଲ ଦମରେ ପ୍ରଚାରରେ ଲାଗିପଡିଛନ୍ତି । କଂଗ୍ରେସ ଗୋପାଲ ଦାସ ପ୍ରାର୍ଥୀ ହୋଇଥିବା ବେଳେ ନିଜ ସମର୍ଥକଙ୍କ ସହିତ କରୁଛନ୍ତି ପ୍ରଚାର ।
ରାଉରକେଲାକୁ ଦୁଇଭାଗ କଲେ ଗୋଟିଏ ରାଉରକେଲା ନିର୍ବାଚନ ମଣ୍ଡଳୀ ଓ ଅନ୍ୟଟି ରଘୁନାଥପାଲି ନିର୍ବାଚନ ମଣ୍ଡଳୀ । କିନ୍ତୁ ବିଡମ୍ବନାର ବିଷୟ ଶାସକ ଦଳର ଗଡ ଥିବା ରଘୁନାଥପାଲିରେ ବିକାଶ ସେମିତି ଆଖିଦୃଶିଆ ହୋଇନି । ଏମିତି ବହୁ ସ୍ଥାନ ଅଛି ଯେଉଁଠି ପାଣି, ବିଜୁଳି, ରାସ୍ତା ସାତ ସପନ ହୋଇଛି । ସ୍ମାର୍ଟସିଟି ରାଉରକେଲାରେ ଯେତିକି ଉନ୍ନତି ହୋଇଛି ସେତିକି କିନ୍ତୁ ରଘୁନାଥପାଲିର ହୋଇନି । ସ୍ଥାନୀୟ ପ୍ରସଙ୍ଗରେ ଲୋକେ ଏଥର ଭୋଟ ଦେବେ ବୋଲି କହିଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ ଚଳିତ ନିର୍ବାଚନରେ ଏଥର କଡା ଟକ୍କର ହେବ ।
ଅର୍ଚ୍ଚନା ବେହେରା ବିଧାୟକ ପ୍ରାର୍ଥିଙ୍କ ବାଇଟ ଭୁବନେଶ୍ୱରରୁ ରଶ୍ମି ରଞ୍ଜନ ଦାସ ୨୨ ତାରିଖ ଦିନ ଆଣିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)