Advertisment

ଓଡ଼ିଶାରେ କଂଗ୍ରେସର କର୍ଣ୍ଣାଟକ ଓ ତେଲେଙ୍ଗାନା ଫର୍ମୂଲା, ଇସ୍ତାହାରରେ ଦେଲା ୧୦ ଗ୍ୟାରେଣ୍ଟି

ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କୁ କଂଗ୍ରେସରର ୧୦ଟି ଗ୍ୟାରେଣ୍ଟି। ପ୍ରଥମରେ ରହିଛି ବୋନସ୍ ସହିତ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ପ୍ରଦାନ, କୃଷି ଋଣ ଛାଡ଼ ଓ ଚାଷୀଙ୍କୁ ମାସିକ ୨ ହଜାର ଟଙ୍କାର ପେନସନ୍।

author-image
Santosh Kumar Sahoo
undefined

Congress 10 Guarantee

ଓଡ଼ିଶାରେ କଂଗ୍ରେସର କର୍ଣ୍ଣାଟକ ଓ ତେଲେଙ୍ଗାନା ଫର୍ମୁଲା। ଲୋକଙ୍କୁ ଗ୍ୟାରେଣ୍ଟି ଦେଇ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛି ଦଳ। ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ୧୦ଟି ଗ୍ୟାରେଣ୍ଟି ଦେବା ସହିତ ୯୦ଟି ସଂକଳ୍ପ କରିଛି। ଫୋକସରେ ରହିଛନ୍ତି ଚାଷୀ, ମହିଳା, ଯୁବପିଢ଼ି, ପଛୁଆ ବର୍ଗ ଓ ଚିଟଫଣ୍ଡ ଜମାକାରୀ।

Advertisment

ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କୁ କଂଗ୍ରେସରର ୧୦ଟି ଗ୍ୟାରେଣ୍ଟି। ପ୍ରଥମରେ ରହିଛି ବୋନସ୍ ସହିତ ଧାନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା ପ୍ରଦାନ, କୃଷି ଋଣ ଛାଡ଼ ଓ ଚାଷୀଙ୍କୁ ମାସିକ ୨ ହଜାର ଟଙ୍କାର ପେନସନ୍। ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ମାଗଣା। ୫ ଲକ୍ଷ ଯୁବକ, ଯୁବତୀଙ୍କୁ ଚାକିରି । ବେକାରୀଙ୍କୁ ଦିଆଯିବ ମାସିକ ୩ ହଜାର ଟଙ୍କାର ଭତ୍ତା। ସବୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଋଣ ଛାଡ଼। ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨୦୦୦ ଟଙ୍କା ଭତ୍ତା, ପ୍ରତି ପରିବାରକୁ ମାସକୁ ୫ ଶହ ଟଙ୍କାରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର। ସରକାରୀ ଓ ପ୍ରାଇଭେଟ୍‌ ହସପିଟାଲରେ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା। ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ମାସିକ ଭତ୍ତା ୨ ହଜାର ଟଙ୍କା ପ୍ରଦାନ। ଶିକ୍ଷାନୁଷ୍ଠାନ ଓ ଚାକିରିରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା। ୬ ମାସରେ ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ।

ଏଥି ସହ ୯୦ଟି ସଂକଳ୍ପ ମଧ୍ୟ କରିଛି କଂଗ୍ରେସ। ଦଳ ସଂକଳ୍ପରେ ରହିଛି ଚାଷୀଙ୍କ ଉନ୍ନତି, ଶିଳ୍ପାୟନ ପାଇଁ ରୁଗଣ ଶିଳ୍ପର ପୁନଃରୁଦ୍ଧାର, ଅଣୁ, କ୍ଷୁଦ୍ରଶିଳ୍ପ, ହସ୍ତତନ୍ତ ଓ ପାୱାରଲୁମ୍‌କୁ ପ୍ରୋତ୍ସାହନ, ବ୍ୟାଙ୍କ୍ ଅଫ୍ ଓଡ଼ିଶା ପ୍ରତିଷ୍ଠା, ଷ୍ଟାର୍ଟଅପ୍‌କୁ ସୁଧମୁକ୍ତ ଋଣ, ପାଠ ପଢା ଓ ଚାକିରିରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ, ଗରିବ ଝିଅଙ୍କ ବାହାଘର ପାଇଁ ୨ ଲକ୍ଷ ସାହାଯ୍ୟ କରିବାର ସଂକଳ୍ପ କରିଛି କଂଗ୍ରେସ। ଏହା ସହିତ ୧୦୦ ଦିନରେ ସରକାରୀ ପଦବୀରେ ସ୍ଥାୟୀ ନିଯୁକ୍ତି, ପ୍ରତ୍ୟେକ ପଞ୍ଚାୟତର ୧୦ ଶିକ୍ଷିତ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି, ଶିକ୍ଷା ବିଭାଗରେ ସବୁ ଖାଲି ପଦବୀ ପୂରଣ, ଠିକା ଶିକ୍ଷକ ନିଯୁକ୍ତି ବନ୍ଦ କରିବାକୁ ମଧ୍ୟ ସଂକଳ୍ପ କରାଯାଇଛି। ସେହିପରି ୧୦୦ ଦିନରେ ଜାତିଭିତ୍ତିକ ଜନଗଣନା ପାଇଁ ବି ପ୍ରତିଶ୍ରୁତି ଦେଇଛି କଂଗ୍ରେସ। ପ୍ରତିକ୍ରିୟାରେ ବିଜେପି ଓ ବିଜେଡି କହିଛନ୍ତି, ଯେତେ ପ୍ରତିଶ୍ରୁତି ଦେଲେ ବି କଂଗ୍ରେସ ଓଡ଼ିଶାର ଭରସା ଜିତି ପାରିବ ନାହିଁ।

Advertisment

୨୪ ବର୍ଷ ହେଲା ଓଡ଼ିଶାରେ କ୍ଷମତାକୁ ଫେରିପାରନି କଂଗ୍ରେସ। ଗତ ଥର ବିରୋଧୀ ଦଳ ଆସନ ବି କଂଗ୍ରେସ ହାତରୁ ଛଡ଼ାଇ ନେଇଥିଲା ବିଜେପି। ଏଥର ମୋଦିଙ୍କ ଗ୍ୟାରେଣ୍ଟିକୁ କାଉଣ୍ଟର ସହିତ ଶଙ୍ଖ-ପଦ୍ମ ମେଣ୍ଟ ଦ୍ୱନ୍ଦ୍ୱରୁ ଫାଇଦା ଉଠାଇ, ରାଜ୍ୟବାସୀଙ୍କ ବିଶ୍ୱାସ ଜିତିବାକୁ ଲକ୍ଷ୍ୟ ରଖିଛି ଦଳ।

Congress Assembly Elections General Elections 2024
Advertisment
Advertisment