କେନ୍ଦ୍ରାପଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଂସଦ ପ୍ରାର୍ଥୀ ବୈଜୟନ୍ତଙ୍କ ସହ ସବୁ ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିଥିଲେ । କେନ୍ଦ୍ରାପଡ଼ା ସଭାରେ ସାଂସଦ ପ୍ରାର୍ଥୀ ବୈଜୟନ୍ତଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୈଜୟନ୍ତ ମୋ ବନ୍ଧୁ, ଜଣେ କର୍ମଠ ବ୍ୟକ୍ତି । ଏଥର ବୈଜୟନ୍ତଙ୍କୁ ରେକର୍ଡ ଭୋଟରେ ବିଜୟୀ କରାନ୍ତୁ ବୋଲି ଭୋଟରଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଅନ୍ୟପଟେ କେନ୍ଦ୍ରାପଡ଼ା ସଭାରେ ବିଜେଡ଼ିକୁ ପ୍ରଧାନମନ୍ତ୍ରୀ ମୋଦି ଶାଣିତ ଆକ୍ରମଣ କରିଛନ୍ତି । ଆଗାମୀ ୫ ବର୍ଷ ଦ୍ରୁତ ବିକାଶ, ଭବ୍ୟ ନିର୍ମାଣର ବର୍ଷ ହେବ । ୪ ଜୁନ୍ ପର ୬ ମାସ ଦେଶ ବିକାଶର ନୂଆ ଗତି ଧରିବ । ଦେଶରେ ଯେତେ ପରିବାରବାଦୀ ପାର୍ଟି ଅଛି, ନିରାଶା ଚରମରେ ଅଛି । ବାରମ୍ବାର ହାରିବା ଯୋଗୁଁ ଲୋକ ତାଙ୍କୁ ପ୍ରଶ୍ନ କରୁଛନ୍ତି । ଆଗାମୀ ୬ ମାସ ମଧ୍ୟରେ ପରିବାରବାଦୀ ପାର୍ଟି ଭାଙ୍ଗିଯିବ । କବ୍ଜାକାରୀ ଗୋଷ୍ଠୀରୁ ମୁକ୍ତି ଚାହୁଁଛି ଓଡ଼ିଶା । ଆପଣ ସମସ୍ତଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି ବୋଲି କହିଛନ୍ତି ମୋଦି
Also Read
ଅଧିକ ପଢ଼ନ୍ତୁ: ନବୀନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ପଛରେ କାହା ଷଡ଼ଯନ୍ତ୍ର ? ପଚାରିଲେ ମୋଦି...
ଆହୁରି କହିଛନ୍ତି ଯେ, ‘ଜୁନ୍ ୧୦ର ନିମନ୍ତ୍ରଣ ଦେବାକୁ ମୁଁ ଏଠାକୁ ଆସିଛି । ୧୦ ଜୁନ୍ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ । ବିଜେପି ମୁଖ୍ୟମନ୍ତ୍ରୀ ଏହି ମାଟିର ପୁଅ କିମ୍ବା ଝିଅ ହେବେ । ଓଡ଼ିଆ ସଂସ୍କୃତି ଉପରେ କବ୍ଜା ଚାହୁଁଥିବା ଗୋଷ୍ଠୀରୁ ମୁକ୍ତି ଚାହୁଁଛି ଓଡ଼ିଶା । ଓଡ଼ିଶା ଏଥର ଚାହୁଁଛି ଡବଲ ଇଂଜିନ ସରକାର । ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂକମ୍ପ ହେବ । ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବା ଆମେ ଦେଖିବା । ଓଡ଼ିଶାରେ ବିଜେପି ପାଇଁ ଲୋକ ବମ୍ପର ଭୋଟିଂ କରିଛନ୍ତି । ୨୫ ବର୍ଷ ପରେ ଲୋକ ପରିବର୍ତ୍ତନ ପାଇଁ ଭୋଟ କରିଛନ୍ତି । ଦାଦନ ସରକାର ହଟାଇବା ପାଇଁ ଓଡ଼ିଶା ଭୋଟ କରିଛି ।’
ସେହିପରି ପୁଣି ମହାପ୍ରଭୁଙ୍କ ରତ୍ନଭଣ୍ଡାର କଥା ଉଠାଇ ବିଜେଡ଼ିକୁ ଟାର୍ଗେଟ୍ କରିଛନ୍ତି ମୋଦି । କହିଛନ୍ତି ଯେ, ‘ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟେରାଙ୍କୁ ହଟାଇବାକୁ ଓଡ଼ିଶା ଭୋଟ୍ ଦେଇଛି । ବିଜେପି ଆସିଲେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବ । ଓଡ଼ିଶାର ସର୍ବାଙ୍ଗିନ ବିକାଶ ପାଇଁ ମୁଁ ପ୍ରତିଶ୍ରୁତି ବଦ୍ଧ । ଆପଣଙ୍କର ବିକାଶ, ମୋଦିର ସଂକଳ୍ପ । ପକ୍କା ଘର ଦେବା ନାଁରେ ବିଜେଡି ବହୁତ ବଡ଼ ଘୋଟାଲା କରିଛି । ପକ୍କା ଘର ମିଳିବାକୁ ଲୋକ ଏଥର ବିଜେପିକୁ ଭୋଟ ଦେଇଛନ୍ତି । ଲୋକଙ୍କୁ ଭେଟି କହନ୍ତୁ, ମୋଦି ଆପଣଙ୍କୁ ପକ୍କା ଘର ଦେବେ । ଓଡ଼ିଶାରେ ପାଣି ଅଛି, ଚାଷୀର ଜମି କିନ୍ତୁ ଶୁଖିଲା ପଡ଼ିଛି । ଏହି ଅବସ୍ଥା ବଦଳାଇବା ପାଇଁ ଓଡ଼ିଶା ବିଜେପିକୁ ଭୋଟ ଦେଇଛି । ମୋଦି ଚାଉଳକୁ ବିଜେଡିର ଲୁଟ୍ ଶେଷ ପାଇଁ ଭୋଟ ଦେଇଛି ଓଡ଼ିଶା । ଓଡ଼ିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ ସରକାର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦୃଢ଼ୋକ୍ତି ବାଢ଼ିଛନ୍ତି ।