Advertisment

ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ

ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ । କାହିଁକି ବିଧାୟକ ପଦ ରଦ୍ଦ ନ ହେବ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି। ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Showcase Notice to 4 BJD MLA

Notice to 4 MLA

ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ । ନିମାପଡ଼ା ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ କରାଯାଇଛି । କାହିଁକି ବିଧାୟକ ପଦ ରଦ୍ଦ ନ ହେବ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି। ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି । ସରକାରୀ ଦଳର ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ୪ ବିଧାୟକଙ୍କୁ ଏହି ନୋଟିସ୍‌ କରାଯାଇଛି। ବାଚସ୍ପତିଙ୍କ ନିର୍ଦ୍ଦେଶରେ ନୋଟିସ କରିଛନ୍ତି ବିଧାନସଭା ସଚିବ।

Advertisment

ଅଧିକ ପଢ଼ନ୍ତୁ: କଟକରେ ମୋଦିଙ୍କ କଡ଼ା ମନ୍ତବ୍ୟ; ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !

ତେବେ ଏହି ୪ ବିଧାୟକ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ବିଜେପି ଟିକେଟ୍‌ ଦେଇଛି।

Advertisment

ତେବେ ଏହା ପୂର୍ବରୁ ଦୁଇ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଥିଲା । ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଏହାପରେ ଦଳ ବଦଳ ଅଭିଯୋଗ କରିଥିଲା ବିଜେଡି। ଯାହାଫଳରେ ବାଚସ୍ପତି ଉଭୟଙ୍କ ସଭ୍ୟ ପଦ ରଦ୍ଦ କରିଥିଲେ।

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଅଭିଯୋଗ କ୍ରମେ, ବାଚସ୍ପତି ଘଟଣାକୁ ବିଚାରକୁ ନେଇଥିଲେ। ଆଉ ଉଭୟ ଅରବିନ୍ଦ ଓ ପ୍ରେମାନନ୍ଦଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନୋଟିସ୍ କରିଥିଲେ। ମାତ୍ର ଉଭୟ ପହଞ୍ଚି ପାରିନଥିଲେ। ଶେଷରେ ବାଚସ୍ପତି ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗକୁ ବିଚାର କରି ଦୁଇ ବିଧାୟକଙ୍କ ସଭ୍ୟ ପଦକୁ ରଦ୍ଦ କରିଥିଲେ।

ଅଧିକ ପଢ଼ନ୍ତୁ: ‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’

ତେବେ ଅରବିନ୍ଦ ଢାଲି କହିଥିଲେ ମୁଁ ବିଳମ୍ବରେ ପହଞ୍ଚିଥିଲି, ମାତ୍ର ପକ୍ଷ ରଖିବାକୁ ଦିଆଗଲାନି । ଉଦ୍ଦେଶ୍ୟମୂଳକ ଭାବେ ମୋ ସଭ୍ୟ ପଦ ରଦ୍ଦ କରାଯାଇଛି, କିନ୍ତୁ ମୋ ନିର୍ବାଚନ ଲଢିବା ଉପରେ ଏହାର କୌଣସି ପ୍ରଭାବ ପଡିବନି। ସେହିପରି ପ୍ରେମାନନ୍ଦ ନାୟକ କହିଛନ୍ତି ମୁଁ ଏଥିରେ ବିଚଳିତ ନୁହେଁ।

ବ୍ୟବସ୍ଥା ଅନୁଯାୟୀ, ଯଦି ଜଣେ ବିଧାୟକ ନିର୍ବାଚନ ଜିତିବା ପରେ ଦଳ ବଦଳ କରନ୍ତି ଏବଂ ନିର୍ବାଚନ ଜିତିଥିବା ଦଳ ପକ୍ଷରୁ ଯଦି ସଭ୍ୟପଦ ରଦ୍ଦ ପାଇଁ ପିଟିସିନ୍ ଦାଖଲ ହୁଏ, ତାହାଲେ ବାଚସ୍ପତି ଦଳ ବଦଳ ନିରୋଧ ନିୟମ ଅନୁଯାୟୀ ସଭ୍ୟ ପଦ ରଦ୍ଦ କରିପାରିବେ। ସଭ୍ୟ ପଦ ରଦ୍ଦ ହେଲେ ବିଧାୟକ ଭତ୍ତା ପାଇବେନି କି ବ୍ୟକ୍ତିଗତ ସୁରକ୍ଷା କର୍ମୀ ବି ଆଉ ପାଇବେନି।

BJD Show Cause Notice Odisha Politics
Advertisment
Advertisment