Advertisment

ରାଜ୍ୟରେ ପ୍ରଥମ ଫେଜ୍ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୨୫ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲର ପ୍ରକ୍ରିୟା ।

author-image
Santosh Kumar Sahoo
undefined

1st Phase Election

୨୪ ମହାସଂଗ୍ରାମ ପାଇଁ ରାଜ୍ୟରେ ଆରମ୍ଭ ହେଲା ପ୍ରକ୍ରିୟା । ମେ' ୧୩ ଭୋଟ୍ ପାଇଁ ବାହାରିଲା ବିଧିବଦ୍ଧ ବିଜ୍ଞପ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନ ସମସ୍ତ ୨୮ଟି ବିଧାନସଭା ଆସନରେ ଭୋଟ୍ ପଡ଼ିବ। ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ସବୁଠି ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ହେଲେ ଭୋଟର ଓ ପୁଲିଂ ପାର୍ଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ମତଦାନ ଶେଷ ସମୟକୁ ଭିନ୍ନ ଭିନ୍ନ ରଖାଯାଇଛି । କେଉଁଠି ଅପରାହ୍ଣ ୪ଟାରେ ଭୋଟ୍ ଗ୍ରହଣ ଶେଷ ହେବାକୁ ଥିଲା ବେଳେ କେଉଁଠି ୫ଟା, ପୁଣି କେଉଁଠି ୬ଟାରେ ସରିବ ଭୋଟ୍ ।

Advertisment

ବିଶେଷକରି ମାଓ ପ୍ରଭାବିତ ଅଞ୍ଚଳରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହଣ ୪ଟାରୁ ୫ଟା ଭିତରେ ଶେଷ କରାଯିବ। ଭୋଟ୍‌ ଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ସହ ଅଂଶୁଘାତ ସ୍ଥିତିର ମୁକାବିଲା ପାଇଁ ମଧ୍ୟ ବିଶେଷ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯାଇଥିବା ସୂଚନା ଦେଇଛନ୍ତି ସିଇଓ । ଏଥିସହ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେଇ ସିଇଓ କହିଛନ୍ତି, ଆଚରଣ ବିଧି ଲାଗୁ ହେବା ପରେ ରାଜ୍ୟରୁ ଏପର୍ଯ୍ୟନ୍ତ ନଗଦ ଟଙ୍କା ସହ ମଦ, ମାଦକ ଦ୍ରବ୍ୟ, ଉପହାର ସାମଗ୍ରୀ ବାବଦକୁ ୧୧୮ କୋଟି ଟଙ୍କା ଜବତ ହେଲାଣି । ସେହିପରି ସାରା ରାଜ୍ୟରୁ ସି-ଭିଜିଲ୍ ଆପରେ ୩ ହଜାର ୮୭୩ ଅଭିଯୋଗ ଆସିଥିଲା ବେଳେ ରାଜନୈତିକ ଦଳ ଅପେକ୍ଷା ସାଧାରଣ ଲୋକ ସବୁଠୁ ବେଶି ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ସିଇଓ ।

ଏପଟେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଉ ପାଉ ଆରମ୍ଭ ହୋଇଯାଇଛି ପ୍ରାର୍ଥିପତ୍ର ଦାଖଲ ପର୍ବ । ପ୍ରଥମ ଦିନରେ ନବରଙ୍ଗପୁର ଲୋକସଭା କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ ନିଜ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ କଂଗ୍ରେସର ମୋହନା ବିଧାୟକ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ଓ ଚିକିଟି ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ନିଜ ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ।

Advertisment

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୨୫ରେ ନାମାଙ୍କନ ପତ୍ର ଦାଖଲ ଶେଷ ହେଉଥିଲା ବେଳେ, ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ୨୯ ତାରିଖ ଧାର୍ଯ୍ୟ କରାଯାଇଛି । ଏଇ ପର୍ଯ୍ୟାୟରେ ମୋଟ୍ ୬୨ ଲକ୍ଷ ୮୪ ହଜାର ୬୪୯ ମତଦାତା ଥିବା ବେଳେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ବିଜ୍ଞପ୍ତି ଜାରି ସଂକ୍ରାନ୍ତ ପ୍ରେସ୍‌ ବ୍ରିଫିଂ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରି ନିର୍ବାଚନକୁ କିଭଳି ସୁରୁଖୁରୁରେ କରାଯାଇପାରିବ ସେନେଇ ପରାମର୍ଶ ଲୋଡ଼ିଛନ୍ତି।

Nomination Filing First Phase Voting General Election 2024
Advertisment
Advertisment