Advertisment

ବିଜେପି ଛାଡ଼ିଲେ ସୁକାନ୍ତ ନାୟକ, ରାଜ୍ୟ ସଭାପତିଙ୍କୁ ପଠାଇଲେ ଧାଡ଼ିକିଆ ଇସ୍ତଫା ପତ୍ର

୨୦୧୯ ନିର୍ବାଚନ ପୂର୍ବରୁ ପ୍ରବଳ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ି ବିଜେପିକୁ ଆସିଥିଲେ ସୁକାନ୍ତ।

ଅଦ୍ୟତନ ହୋଇଛି
Sukant Nayak Quits BJP

Sukant Nayak

Advertisment

ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଧାଡ଼ିକିଆ ଇସ୍ତଫା ପତ୍ର ପଠାଇଛନ୍ତି। ସେଥିରେ କେବଳ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଲେଖିଛନ୍ତି ସୁକାନ୍ତ। ଆଜି ପ୍ରେସମିଟରେ ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି କିନ୍ତୁ କାହିଁକି ଛାଡ଼ିଲେ ସେ ସମ୍ପର୍କରେ କିଛି ବି କହି ନାହାନ୍ତି ।

Advertisment

୨୦୧୯ ନିର୍ବାଚନ ପୂର୍ବରୁ ପ୍ରବଳ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ି ବିଜେପିକୁ ଆସିଥିଲେ ସୁକାନ୍ତ। ବିଜେପି ଟିକେଟରେ ସେ ନୀଳଗିରିରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ। ତେବେ ବର୍ତ୍ତମାନ ଠିକ୍‌ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିବା ପରେ ସୁକାନ୍ତ କୁଆଡ଼େ ଯିବେ ତାକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି ।

Advertisment

BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ