Advertisment

ଉତ୍ସାହିତ ନବନିର୍ବାଚିତ, ପ୍ରଥମ ଥର ବିଧାନସଭା ଯିବେ ରାଜ୍ୟର ୮୨ ବିଧାୟକ

କିଏ ପ୍ରଥମଥର ନିର୍ବାଚିତ ହୋଇଛି ତ କାହାକୁ ବର୍ଷ ବର୍ଷର ସଂଘର୍ଷ ପରେ ମିଳିଛି ସଫଳତା । ବିଜେଡିର ହେଭିୱେଟ ନେତା, ମନ୍ତ୍ରୀ ଏବଂ ଟାଣୁଆ ସଂଗଠକଙ୍କୁ ଦେଇଛନ୍ତି ମାତ୍ । ପିଢ଼ି ପରେ ପିଢ଼ି ପରିବାରବାଦ ରାଜନୀତିକୁ ଧରାଶାୟୀ କରି, ଗଡ ଭାଙ୍ଗି ଦେଇଛନ୍ତି କିଛି ନବାଗତ ।

ଅଦ୍ୟତନ ହୋଇଛି
New MLA

New MLA

Advertisment

କିଏ ପ୍ରଥମଥର ନିର୍ବାଚିତ ହୋଇଛି ତ କାହାକୁ ବର୍ଷ ବର୍ଷର ସଂଘର୍ଷ ପରେ ମିଳିଛି ସଫଳତା । ବିଜେଡିର ହେଭିୱେଟ ନେତା, ମନ୍ତ୍ରୀ ଏବଂ ଟାଣୁଆ ସଂଗଠକଙ୍କୁ ଦେଇଛନ୍ତି ମାତ୍ । ପିଢ଼ି ପରେ ପିଢ଼ି ପରିବାରବାଦ ରାଜନୀତିକୁ ଧରାଶାୟୀ କରି, ଗଡ ଭାଙ୍ଗି ଦେଇଛନ୍ତି କିଛି ନବାଗତ । ଆଉ ଏବେ, ପ୍ରଥମ ଥର ବିଧାନସଭା ଯିବାକୁ ଥିବା ବେଶ୍ ଉତ୍ସାହିତ ୮୨ ଜଣ ନବନିର୍ବାଚିତ ଲୋକ ପ୍ରତିନିଧି ।

Advertisment

ସରିଲା ନିର୍ବାଚନର ଅଗ୍ନି ପରୀକ୍ଷା । ବିଧାନସଭା ଟିକେଟ୍ ମିଳିବା ପରେ ସଜବାଜ ହେଉଛନ୍ତି ନିର୍ବାଚିତ ଲୋକ ପ୍ରତିନିଧି । ଶେଷ ମୁହୂର୍ତ୍ତରେ ଦଳ ବଦଳାଇ ଦୁଇ ଦୁଇ ଥରର ବିଧାୟକ ଅକ୍ଷୟ ଆଚାର୍ଯ୍ୟ ଏବଂ ସିଟିଂ ଏମଏଲଏ ସୁକାନ୍ତ ନାୟକଙ୍କୁ ମାତ୍ ଦେଇଛନ୍ତି ନୀଳଗିରିର ସନ୍ତୋଷ ଖଟୁଆ । ପ୍ରଥମଥର ବିଧାୟକ, ନୂଆ କରି ଯିବେ ବିଧାନସଭା, ତେଣୁ ମନରେ ବେଶ୍ ଉତ୍ସାହ ।

ଅଧିକ ପଢ଼ନ୍ତୁ: ମୋଦି ୩.୦: ପଦବୀ ମିଳିବା ପରେ ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ

Advertisment

ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଭଟଲୀରେ ବିଜେଡିର ଟାଣୁଆ ସଂଗଠକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ହରାଇଛନ୍ତି ବିଜେପିର ଇରାଶିଷ ଆଚାର୍ଯ୍ୟ । ମନ୍ତ୍ରୀ ରେସରେ ବି ଇରାଶିଷଙ୍କ ନାଁକୁ ନେଇ ଚର୍ଚ୍ଚା । ସେପଟେ ବାଲେଶ୍ୱର ବିଗ୍ ଫାଇଟ୍ ରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ବିଜେପିର ଯୁବ ଚେହେରା ମାନସ ଦତ୍ତ ।

ପ୍ରଥମଥର ବିଧାନସଭାକୁ ସାମ୍ନା କରୁଥିବା ମାନସ କହିଛନ୍ତି, ବାପା ବିଧାୟକ ଥିବା ବେଳେ ବିଧାୟକଙ୍କ ଦାୟିତ୍ୱ ଓ କାର୍ଯ୍ୟ ସଂପର୍କରେ କିଛିଟା ଧାରଣା ରହିଛି, ଏବେ ଆହୁରି ଶିଖିବାକୁ ମିଳିବ । ଭୁବନେଶ୍ୱର ଏକାମ୍ର ଆସନରେ ବିଜେଡି ହେଭିୱେଟ୍ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ମାତ୍ ଦେଇଥିବା ବିଜେପିର ବାବୁ ସିଂ ହୁଅନ୍ତୁ ଅବା ବିଜେଡିର ଗଡ ଭଦ୍ରକରେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ହରାଇ ପଦ୍ମ ଫୁଟାଇଥିବା ସୀତାଂଶୁ ଶେଖର ମହାପାତ୍ର, ବିଧାନସଭାରେ ପ୍ରଥମ ଏଣ୍ଟ୍ରିକୁ ନେଇ ଯେତିକି ଉତ୍ସାହିତ, ସେତିକି ଯତ୍ନବାନ ଜନତାଙ୍କ ପ୍ରତି ନିଜ ଦାୟିତ୍ୱକୁ ନେଇ ।

Advertisment

ସେହିପରି କଟକ ସଦର ଆସନରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ ପରାଜିତ କରି ଚର୍ଚ୍ଚାକୁ ଆସିଛନ୍ତି ବିଜେପିର ନବାଗତ ପ୍ରକାଶ ଚନ୍ଦ୍ର ସେଠୀ। ୩୮୦୯ଖଣ୍ଡ ଭୋଟ୍‌ରେ  ଚନ୍ଦ୍ର ସାରଥିଙ୍କ ହ୍ୟାଟ୍ରିକକୁ ଅଟକାଇ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ପ୍ରକାଶ । କଟକ ସଦରବାସୀଙ୍କ ସ୍ନେହଶ୍ରଦ୍ଧା ଓ ଭଲପାଇବା ତାଙ୍କୁ ବିଜୟ କରାଇଛି ବୋଲି ପ୍ରକାଶ ପ୍ରତିକ୍ରିୟାରେ କହିଛନ୍ତି। ଖୋର୍ଦ୍ଧା ବେଗୁନିଆରେ ବିଜେଡିର ପ୍ରଦୀପ ସାହୁ ଏବଂ ନିଆଳିରେ ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ହ୍ୟାଟ୍ରିକରୁ ଅଟକାଇଥିବା ଛବି ମଲ୍ଲିକ ବି ବେଶ୍ ଉତ୍ସାହିତ ନିଜର ପ୍ରଥମ ବିଜୟ ଏବଂ ପ୍ରଥମଥର ବିଧାନସଭା ପ୍ରବେଶକୁ ନେଇ ।

ବାସୁଦେବପୁରରେ ୩୦ ବର୍ଷର ରାଉତରାୟ ଗଡରେ ଧସେଇ ପଶିଛନ୍ତି କଂଗ୍ରେସର ଅଶୋକ କୁମାର ଦାସ । ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ନାତି, ରାଜ୍ୟ ସରକାରଙ୍କ ବହୁ ବିଭାଗର ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ତଥା ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ କଡା ଟକ୍କର ଦେଇ ବିଧାନସଭା ଆସିଛନ୍ତି ଅଶୋକ । ଇଞ୍ଜିନିୟରରୁ ବିଧାୟକ ବନିଥିବା ଯୁବ କଂଗ୍ରେସ ନେତା ପବିତ୍ର ସାଉଁନ୍ତା ତ କହିଛନ୍ତି, ତାଙ୍କୁ ବିଧାନସଭା ପଠାଇଥିବା ଲକ୍ଷ୍ମୀପୁର ବାସୀଙ୍କ ପାଇଁ ସ୍ୱର ଉଠାଇବା ତାଙ୍କ ପ୍ରଥମ କାମ ।

ସେପଟେ କଟକ-ବାରବାଟୀରେ ବାପାଙ୍କ ଗଡ ବଂଚାଇବାରେ ସମର୍ଥ ହୋଇଛନ୍ତି କଂଗ୍ରେସର ଯୁବ ଚେହେରା ସୋଫିଆ ଫିର୍ଦ୍ଦୋସ । ଚଳିତ ନିର୍ବାଚନରେ ୮୨ ଜଣ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମହିଳା ହେଉଛନ୍ତି ୭ ଜଣ ।

ଅଧିକ ପଢ଼ନ୍ତୁ: ଆସିଲା କେନ୍ଦ୍ର ମନ୍ତ୍ରୀ ମଣ୍ତଳ ତାଲିକା, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ..

Odisha Politics Odisha Elections General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ