Advertisment

ଥମୁନି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା, ଦ୍ୱନ୍ଦ୍ୱରେ ଉଭୟ ଦଳର ନେତା ଓ କର୍ମୀ

କେବେ ହଟିବ ପରଦା ? କେବେ ଆସିବ ସ୍ପଷ୍ଟ ଚିତ୍ର ? ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭାର ପରଦିନଠାରୁ ଅର୍ଥାତ ଗତ ୬ ତାରିଖଠାରୁ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ।

author-image
Santosh Kumar Sahoo
BJD-BJP Alliance

BJD-BJP Alliance

୩ ଦିନ ଧରି କସରତ ଚାଲିଲା । ଗତ ବୁଧବାରଠୁ ଶୁକ୍ରବାର। ପୁଣି ସେ ଚର୍ଚ୍ଚାକୁ ୩ ଦିନରେ ଖଣ୍ଡନ କଲେ ବିଜେପିର ୩ ହେଭିୱେଟ୍ ନେତା। ରାଜ୍ୟ ସଭାପତି, ନିର୍ବାଚନ ପ୍ରଭାରୀ ଓ ନିର୍ବାଚନ ସହ ପ୍ରଭାରୀ। ତଥାପି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଉଭୟ ଦଳର ଶୀର୍ଷ ନେତୃତ୍ୱ ଏ ପ୍ରସଙ୍ଗ ଉପରେ ଖୋଲାଖୋଲି ଭାବେ କିଛି ନ କହିବା, ସସପେନ୍ସକୁ ଆହୁରି ବଢ଼ାଉଛି। ତେଣେ ଆଜି ବିଜେଡି କହିଛି, ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ।

Advertisment

କେବେ ହଟିବ ପରଦା ? କେବେ ଆସିବ ସ୍ପଷ୍ଟ ଚିତ୍ର ? ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭାର ପରଦିନଠାରୁ ଅର୍ଥାତ ଗତ ୬ ତାରିଖଠାରୁ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ। ଦ୍ୱନ୍ଦ୍ୱରେ ଉଭୟ ଦଳର ନେତା ଓ କର୍ମୀ। ବିଜେପି ରାଜ୍ୟ ସଭାପତି, ନିର୍ବାଚନ ପ୍ରଭାରୀଙ୍କ ପରେ ଆଜି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନିର୍ବାଚନ ସହ ପ୍ରଭାରୀ ଲତା ଉସେନ୍ଦି। ସିଧାସଳଖ ମେଣ୍ଟ ଆଲୋଚନାକୁ ଖଣ୍ଡନ କରିଛନ୍ତି। ଦିଲ୍ଲୀ ବୈଠକରେ କେବଳ ନିର୍ବାଚନ ଓ ଲଢ଼ିବା ନେଇ ଆଲୋଚନା ହୋଇଥିବା କହିଛନ୍ତି।

ଏଣେ ବିଜେଡିର ଶୀର୍ଷ ନେତୃତ୍ୱ ବି ଏ ପ୍ରସଙ୍ଗରେ ପୁରା ଚୁପ୍। ଯାହା କେବଳ କିଛି ନେତା ଗଣମାଧ୍ୟମ ଆଗରେ ମତ ରଖୁଛନ୍ତି। ଗତକାଲି ବିଧାୟକ ନୃସିଂହ ସାହୁ କହିଥିଲେ, ଓଡ଼ିଶାର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ମେଣ୍ଟ କରିବା ଲାଗି ଆଗ୍ରହୀ ଅଛି। ତେବେ ମେଣ୍ଟ ନେଇ ବିଜେଡି, ବିଜେପି ସହ ଆଲୋଚନା କରିଛି ନା ନାହିଁ ସେ ସଂପର୍କରେ କେହି ସ୍ପଷ୍ଟ କରୁନାହାଁନ୍ତି କିମ୍ବା ଏକାକୀ ଲଢ଼ିବେ ବୋଲି ବିଜେପିର ରାଜ୍ୟ ନେତୃତ୍ୱ ଭଳି ଦୃଢ଼ୋକ୍ତି ପ୍ରକାଶ କରୁ ନାହାନ୍ତି। ଆଜି ବି ବିଜେଡି ନେତା, ଦଳର ସୁପ୍ରିମୋଙ୍କ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯାଇଛି ବୋଲି କହିଛନ୍ତି।

Advertisment

ପ୍ରକୃତରେ ମେଣ୍ଟ ପାଇଁ କସରତ ଚାଲିଛି ନା ଏହା ଗୁଜବ? ତାକୁ ନେଇ ଏବେ ବି ସସପେନ୍ସ। କେଉଁଠି ରହିଛି ଅସୁବିଧା? ତୁଟୁନି କେଉଁ ଗଣିତ ? ଛିଣ୍ଡୁନି କି ଆସନ ଭାଗ ବଣ୍ଟା ? ନା ଶୀର୍ଷ ନେତୃତ୍ୱଙ୍କ ସହମତିରେ ସହମତ ହେଇ ପାରୁ ନାହାଁନ୍ତି ଗ୍ରାଉଣ୍ଡ ନେତୃତ୍ୱ? ସେପଟେ ୫ ଦିନ ହେଲା ଦୁଇ ଦଳର ନେତା ଓ କର୍ମୀଙ୍କୁ ନିଦ ନାହିଁ । ଉପର ମହଲରେ କ’ଣ ହେଉଛି, ସମସ୍ତେ ଅନ୍ଧାରରେ।

Narendra Modi BJD BJP General Elections 2024
Advertisment
Advertisment