Advertisment

ପଦ୍ମ ଧରିଲେ ଅନୁଭବ; ୨ ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା...

ପଦ୍ମ ଧରିଲେ ଅନୁଭବ ମହାନ୍ତି । ୨ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । କିଛି ମାସ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ ।

ଅଦ୍ୟତନ ହୋଇଛି
Anubhav Mohanty Joins BJP

Anubhav Mohanty

Advertisment

ପଦ୍ମ ଧରିଲେ ଅନୁଭବ ମହାନ୍ତି । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। କିଛି ମାସ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ। ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ ମଧ୍ୟ ଦେଖିବାକୁ ମିଳୁନଥିଲା। ବିଭିନ୍ନ ସମୟରେ ନିଜ ମନ୍ତବ୍ୟ ପାଇଁ ବିବାଦରେ ରହି ଆସିଥିଲେ। ନିଜ ପାରିବାରିକ କଳହକୁ ନେଇ ବି ବିବାଦରେ ଥିଲେ ।

Advertisment

ସୂଚନାଯୋଗ୍ୟଯେ,  ଗତକାଲି ବିଜେପିରେ ସାମିଲ ହୋଇଥିଲେ ପୂର୍ବତନ କୋରେଇ ବିଧାୟକ ତଥା ଓଲିଉଡ୍‌ ଅଭିନେତା ଆକାଶ ଦାସନାୟକ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ ଆକାଶ । ଅଭିନେତା ଅରିନ୍ଦମ ରାୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଆକାଶଙ୍କ ସମର୍ଥକ ମଧ୍ୟ ବିଜେପିରେ ମିଶିଥିଲେ । ପୂର୍ବରୁ ଅଭିନେତା ଅରିନ୍ଦମ ରାୟ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।

ଅଧିକ ପଢ଼ନ୍ତୁ: ଛିଣ୍ତୁନି ଅଙ୍କ; ଟିକେଟ ପାଇଁ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ

ତେବେ ଏଠି ପ୍ରଶ୍ନ ଉଠୁଛି, ସିନେଷ୍ଟାର ଶୂନ୍ୟ ହୋଇଯିବ କି ବିଜେଡି ? ୧୯ବେଳେ ହାଉଯାଉ ହେଉଥିଲେ, ହେଲେ ୨୪ ବେଳକୁ ସବୁ ବାଏ ବାଏ କରିଦେଲେ। ଆଗେ ସିଦ୍ଧାନ୍ତ ମହାପାତ୍ର ଓ ଅରିନ୍ଦମ ରାୟଙ୍କ ପରେ ଏକାଥରେ ଦୁଇ ଦୁଇଜଣ ଓଲିଉଡ୍ ଅଭିନେତା ଆକାଶଦାସ ନାୟକ ଓ ଅନୁଭବ ମହାନ୍ତି ବି ବିଜେଡିକୁ କରିଛନ୍ତି ଅଲବିଦା । 

Advertisment
Anubhav Mohanty BJP General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ