Advertisment

ପାଣ୍ତିଆନ୍‌ଙ୍କ ପାଇଁ ମୁଣ୍ଡନ ହେଲେ, ଭୋଗ ବାଣ୍ଟିଲେ...

ପାଣ୍ତିଆନ୍‌ଙ୍କ ପାଇଁ ମୁଣ୍ଡନ ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ବାଳ। ମୁଣ୍ଡନ ସହ ଭୋଗ ବଣ୍ଟନ କଲେ।

ଅଦ୍ୟତନ ହୋଇଛି
Man shaved head for VK Pandian

Man shaved head for VK Pandian

Advertisment

ରାଜ୍ୟରୁ ତାମିଲ୍ ଶାସନ ହଟିବା ପରିପ୍ରେକ୍ଷୀରେ ମୁଣ୍ଡନ ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ବାଳ। ମୁଣ୍ଡନ ସହ ଭୋଗ ବଣ୍ଟନ କଲେ। ରାଜ୍ୟରୁ ତାମିଲ୍ ଶାସନର ଅବସାନ ହେଲା । 

Advertisment

ଗାଁସାଥୀଙ୍କ ଭାଗ୍ୟ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଥିବା ଭି.କେ. ପାଣ୍ଡିଆନ୍‌ଙ୍କର ସବୁ ମନ୍ଦ ଯୋଜନାକୁ ଓଡ଼ିଶାବାସୀ ପଣ୍ଡ କରିଦେଲେ । ଏଭଳି ଅଭିଯୋଗ ସହ ଓଡ଼ିଶାରେ ହେବାକୁ ଯାଉଥିବା ବିଜେପି ସରକାରକୁ ସଂଘ ତରଫରୁ ସ୍ୱାଗତ କରୁଥିବା କହିଛନ୍ତି ଗାଁ ସାଥୀ।

ତେବେ ବିଜେଡି ସରକାରରେ ଚର୍ଚ୍ଚିତ ଆଇଏଏସ୍ ଦମ୍ପତି ଭିକେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ। ନିର୍ବାଚନ ବେଳେ ଦୁଇ ଅଫିସରଙ୍କର ଶାସକ ବିଜେଡି ସହ ରାଜନୈତିକ ଲିଙ୍କ୍ ଓ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଅଧିକ ଥିଲା। ସେଥିପାଇଁ ଭାରତୀୟ ନିର୍ବାଚନ କମିଶନ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ବିଭାଗ ପରିବର୍ତ୍ତନ କରିଥିଲେ । ତେବେ ନିର୍ବାଚନ ସରିଲା ପରେ ଯେତେବେଳେ ସତ୍ତା ପରିବର୍ତ୍ତନ ହେଲା, ଦୁହିଁଙ୍କ ରଙ୍ଗ ବଦଳି ଗଲା। ପ୍ରଥମେ ୬ମାସର ଲମ୍ୱା ଛୁଟିରେ ଗଲେ IAS ସୁଜାତା ରାଉତ କାର୍ତ୍ତିକେୟନ। ତା’ ପରେ ରାଜନୀତିରୁ ଅବସର ଘୋଷଣା କଲେ ଭିକେ ପାଣ୍ଡିଆନ।

Advertisment

ଅଧିକ ପଢ଼ନ୍ତୁ: ଭାଙ୍ଗିଗଲା ଅଫିସର୍ ଦୁର୍ଗ, କିଏ ଇସ୍ତଫା ଦେଲେ ତ କିଏ ଛୁଟିରେ ଗଲେ...

ସୁଜାତା ଆସନ୍ତା ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଯାଇଛନ୍ତି। ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ସେ କାର୍ଯ୍ୟ କରୁଥିଲେ। ସେ ମିଶନ ଶକ୍ତି କଥା ବୁଝୁଥିଲା ବେଳେ ହିଁ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଓ ଏହାପରେ ବିଭାଗ ପରିବର୍ତ୍ତନ ହୋଇଥିଲା। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଏବେ ସେ ଛୁଟି ନେଇଥିବା କାରଣରେ ଦର୍ଶାଇଛନ୍ତି। ପାଣ୍ଡିଆନ ଯେତେବେଳେ ଦିଲ୍ଲୀ ଯାଇଥିଲେ, ସେହି ସମୟ ଭିତରେ ହିଁ ସୁଜାତା ୬ମାସର ଚାଇଲ୍ଡ କେୟାର ଲିଭ ଆପ୍ଲାଇ କରି ବିଦେଶ ଯାଇଛନ୍ତି। 

Advertisment

ସେପଟେ ଓଡ଼ିଶା ନଫେରି ଭିଡିଓ ଛାଡ଼ି ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ଭିକେ ପାଣ୍ଡିଆନ । ଓଡ଼ିଶାରେ ବିଜେଡିର ଶୋଚନୀୟ ପରାଜୟ ପରେ ପାଣ୍ଡିଆନ ଦମ୍ପତ୍ତିଙ୍କ ଏପରି ନିଷ୍ପତ୍ତି ଏବେ ଚର୍ଚ୍ଚାର କାରଣ ପାଲଟିଛି। ଚଳିତ ନିର୍ବାଚନ ବେଳେ ସୁଜାତା କାର୍ତ୍ତିକେୟନ୍ ବିଜେଡିର ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା ରାଜ୍ୟ ବିଜେପି। ଅଭିଯୋଗ ପରେ ସୁଜାତାଙ୍କୁ ମିଶନ ଶକ୍ତି ବିଭାଗରୁ ହଟାଯାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ବି ସେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ ଆଣି ତାଙ୍କୁ ନିଲମ୍ବନ କିମ୍ବା ରାଜ୍ୟ ବାହାରକୁ ବଦଳି କରିବାକୁ ଦାବି କରିଥିଲା ଭାରତୀୟ ଜନତା ପାର୍ଟି। ୨୦୨୪  ନିର୍ବାଚନରେ ବିଜେଡି ମାଟି କାମୁଡିବା ପରେ ଦଳରେ ସୃଷ୍ଟି ହୋଇଥିଲା ବିଦ୍ରୋହ। ଭିକେ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ ଦଳର ନେତା ଓ କର୍ମୀ। ହୁଏତ ଏହି କାରଣରୁ ନିଜ ଭିଡିଓରେ ବିଜୁ ପରିବାରକୁ କ୍ଷମା ମାଗିଥିଲେ ପାଣ୍ଡିଆନ। 

VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ