Advertisment

ମିଛ କହି ଛୁଟିରେ ଥିଲେ IPS ଆଶିଷ ସିଂ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ECIଙ୍କ ନିର୍ଦ୍ଦେଶ

ମିଛ କହିଥିଲେ ଆଇପିଏସ୍ ଆଶିଷ ସିଂ। ଫିଟ୍ ଥାଇ ନିଜ ସ୍ବାସ୍ଥ୍ୟ ବାବଦରେ ଦେଇଥିଲେ ଭୁଲ୍ ତଥ୍ୟ। ତେଣୁ ତାଙ୍କ ବିରୋଧରେ ହେବ ଆକ୍ସନ।

author-image
Santosh Kumar Sahoo
undefined

Asish Singh

IPS ଆଶିଷ ସିଂ ପୁରା ଫିଟ୍ । ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଦେଇଥିଲେ ଭୁଲ୍ ତଥ୍ୟ । ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ECI ସଫା ସଫା କହିଛନ୍ତି, ନିଜ ସ୍ୱାସ୍ଥ୍ୟ ବାବଦରେ ମିଛ କହିଥିଲେ ଆଶିଷ, ଭୁଲ୍ ତଥ୍ୟ ଦେଇଥିଲେ । ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

Advertisment

ସେହିପରି ଆଇପିଏସ୍ ଡି.ଏସ୍. କୁଟ୍ଟେଙ୍କ ଉପରୁ ପ୍ରତ୍ୟାହୃତ ହୋଇଛି ନିଲମ୍ବନ ଆଦେଶ । ସେ ତୁରନ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବେ ଏବଂ ନୂଆ ଜାଗାରେ ତାଙ୍କର ପୋଷ୍ଟିଂ କରାଯିବ । ତେବେ କୁଟ୍ଟେଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ ।

ନିର୍ବାଚନ ବେଳେ ମିଛ କହି ମେଡିକାଲ୍ ଲିଭରେ ଥିଲେ ଆଶିଷ ସିଂ। ନିର୍ବାଚନ କମିଶନ ଏହା ସ୍ପଷ୍ଟ କରିବା ପରେ ବଢିଲା କି ଆଶିଷଙ୍କ ଅଡୁଆ ? ତାଙ୍କ ବିରୋଧରେ କ’ଣ ହୋଇପାରେ କାର୍ଯ୍ୟାନୁଷ୍ଠାନ ? ସର୍ଭିସ କୋଡ୍‌ର ହୋଇଛି କି ଉଲ୍ଲଂଘନ ? ସେପଟେ ଆଇପିଏସ୍ କୁଟ୍ଟେଙ୍କ ବିରୋଧରେ ବି ବିଭାଗୀୟ ତଦନ୍ତ କ’ଣ ହେଉଛି, ତା ଉପରେ ରହିଛି ନଜର।

Advertisment

ପୂର୍ବରୁ ଏପ୍ରିଲ ୮ ତାରିଖରେ IPS ଡି.ଏସ୍.କୁଟ୍ଟେଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି । କୁଟ୍ଟେଙ୍କୁ ନିର୍ବାଚନ କାର୍ଯ୍ୟରେ ନ ଲଗାଇବାକୁ ECI ପୂର୍ବରୁ ନିର୍ଦ୍ଦେଶ ଦେଇଥିବା ବେଳେ ଏସପି ଓ IICଙ୍କୁ ଫୋନ୍ କରି କୁଟ୍ଟେ ବିଜେଡି କାର୍ଯ୍ୟ କରାଉଥିବା ବିଜେପି ଅଭିଯୋଗ କରିଥିଲା ।

ସେହିପରି ଆଇପିଏସ୍ ଆଶିଷ ସିଂ ନିର୍ବାଚନ ବେଳେ ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ବିଜେପି । ପୂର୍ବରୁ ମଧ୍ୟ ଆଶିଷଙ୍କ ବିରୋଧରେ ଆସିଥିଲା ଅଭିଯୋଗ । ଗତ ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ IG ପଦରୁ ହଟାଯାଇଥିଲା। ପରେ ତାଙ୍କୁ ଆଇଜି- ସିଏମ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ବି ଶାସକ ଦଳ ପାଇଁ ସେ କାମ କରୁଥିବା ଏବଂ ନିର୍ବାଚନ ବେଳେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା ।

ଶେଷରେ ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଥିଲେ ଇସିଆଇ। ଏଥିସହ ମେ ୪ରୁ ମେଡିକାଲ ଲିଭରେ ଥିବା ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ କମିଶନ ।

Election Commission Chief Secretary
Advertisment
Advertisment