Advertisment

'ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେବା କେବଳ ଆଇୱାସ୍, ପ୍ରଚ୍ଛଦପଟ୍ଟରେ ରହି ସେ ଦଳର କାମ କରିବେ'

ଦଳର ଶୋଚନୀୟ ପରାଜୟ ପରେ ଏବେ ମୁହଁ ଖୋଲୁଛନ୍ତି, ଆଗରୁ କାହିଁକି ଚୁପ୍ ରହୁଥିଲେ ବୋଲି କହିଛନ୍ତି ଅରିନ୍ଦମ।

ଅଦ୍ୟତନ ହୋଇଛି
Arindam on VK Pandian qutting Politics

Arindam on VK Pandian

Advertisment

ଭିକେ ପାଣ୍ଡିଆନଙ୍କୁ ବିଜେପି ନେତା ଅରିନ୍ଦମଙ୍କ ଟାର୍ଗେଟ । ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେଇଥିବା କଥାକୁ ଗ୍ରହଣ କରିନାହାଁନ୍ତି ଅରିନ୍ଦମ। ସେ କହିଛନ୍ତି ଏହା କେବଳ ଆଇୱାସ୍ । ବର୍ତ୍ତମାନ ପରିସ୍ଥିତିକୁ ଦେଖି ସେ ଏଭଳି କହିଛନ୍ତି । କିନ୍ତୁ ସେ ପ୍ରଚ୍ଛଦ ପଟରେ ରହି ଦଳର କାମ କରିବେ। ବିଜେଡି ଦଳର ଯୁବ ଛାତ୍ର ନେତା ଏବେ ତାଙ୍କ ବିରୋଧରେ କହୁଛନ୍ତି । ହେଲେ ପୂର୍ବରୁ ତାଙ୍କ ସହ ସେଲଫି ନେବା ପାଇଁ ଲାଇନ ଲଗଉଥିଲେ । ବଡ଼ ବଡ଼ ପୁରୁଖା ନେତା, ମନ୍ତ୍ରୀ, ବିଧାୟକ ମଧ୍ୟ ତାଙ୍କୁ ଭେଟିବା ପାଇଁ ଅପେକ୍ଷା କରୁଥିଲେ ।

Advertisment

ଦଳର ଶୋଚନୀୟ ପରାଜୟ ପରେ ଏବେ ମୁହଁ ଖୋଲୁଛନ୍ତି, ଆଗରୁ କାହିଁକି ଚୁପ୍ ରହୁଥିଲେ ବୋଲି କହିଛନ୍ତି ଅରିନ୍ଦମ। ଦିନ ଥିଲା ପ୍ରଣବ ପ୍ରକାଶ ଦାସ ଦଳ ସମ୍ଭାଳୁଥିଲେ ହେଲେ ପାଣ୍ଡିଆନ୍ ସାମ୍ନାକୁ ଆସିବା ପରେ ସେ ମଧ୍ୟ କୁଆଡେ ପଳାଇଲେ। ଗର୍ବ-ଅହଙ୍କାର ବଢିଯାଇଥିଲା, ଲୋକେ ଉଚିତ ଜବାବ ଦେଇଛନ୍ତି ବୋଲି କହିଛନ୍ତି ବିଜେପି ନେତା ଅରିନ୍ଦମ ରାୟ।

ଅଧିକ ପଢ଼ନ୍ତୁ: ସୁକାନ୍ତଙ୍କ ବିରାଡ଼ି ବୈଷ୍ଣବ ଉପାଖ୍ୟାନ; କହିଲେ ସବୁ ସ୍ୱାର୍ଥ ପାଇଁ, ୬ ମାସିଆ ଅବସର ଅପ୍ରାସଙ୍ଗିକ

Advertisment

ସେହପରି ଭିକେ ପାଣ୍ଡିଆନ ରାଜନୀତିରୁ ଅବସର ପ୍ରସଙ୍ଗକୁ କଟାକ୍ଷ କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । କହିଛନ୍ତି, ଯେଭଳି ଭିକାରୀର ବୈରାଗ୍ୟ ଅର୍ଥହୀନ ଠିକ୍ ସେହିଭଳି ରାଜ୍ୟରେ ତାଙ୍କର କୌଣସି ସ୍ଥିତି ନାହିଁ ।

ସୂଚନା ଅନୁସାରେ ଗତକାଲି ବିଜେଡିର ଶୋଚନୀୟ ପରାଜୟ ପାଇଁ ଗତକାଲି ବିଜେଡି କର୍ମୀଙ୍କୁ ଭୁଲ୍ ମାଗି ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭିକେ ପାଣ୍ଡିଆନ୍‌ । ନିଜେ ଘୋଷଣା କରିଥିବା ଜୁନ ୯ ତାରିଖ BJD ଶପଥ ଗ୍ରହଣ ଉତ୍ସବ ଦିନରେ ହିଁ ଛାଡିଲେ ରାଜନୀତି । ଗତକାଲି ଏକ ୪ ମିନିଟ୍ ୨୭ ସେକେଣ୍ଡର ଭିଡିଓ ବାର୍ତ୍ତାରେ ଏହା ଘୋଷଣା କରିଛନ୍ତି ପାଣ୍ଡିଆନ । ୬ ମାସ ୧୨ ଦିନରେ ଶେଷ ହୋଇଗଲା ସ୍ବେଚ୍ଛାକୃତ ଅବସର ନେଇଥିବା ୨୦୦୦ ବ୍ୟାଚ୍ ଆଇଏସ ଅଫିସରଙ୍କ ରାଜନୈତିକ କ୍ୟାରିୟର। ତେବେ ନିଜ ଭିଡିଓ ବାର୍ତ୍ତାରେ ଇଂରାଜୀରେ ନିଜ ଗୁଣ ଗାନ ଅଧିକା କରିବା ସହ କେବଳ ବିଜୁ ପରିବାର ଓ ଦଳୀୟ କର୍ମୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି ପାଣ୍ଡିଆନ।

Advertisment

ଏପଟେ ପାଣ୍ଡିଆନଙ୍କ କ୍ଷମା ପ୍ରାର୍ଥନା ପରେ ବି ଥମିନି ଅସନ୍ତୋଷ । ପାଣ୍ଡିଆନଙ୍କ ପାଇଁ ଉଠୁଚି ପଡ଼ୁଚି ବିଜେଡି, ଗତକାଲି ତାଙ୍କ ସପକ୍ଷରେ ମତ ରଖି ବିବାଦକୁ ଆହୁରି ଟାଣିଛନ୍ତି ନବୀନ । ଦୁଇ ଦିନ ତଳେ ଯୁବ ଛାତ୍ର ବିଜେଡି କର୍ମକର୍ତ୍ତା ଶଙ୍ଖ ଭବନରେ ପାଣ୍ଡିଆନ ବିରୋଧୀ ନାରା ଦେଇଥିବା ବେଳେ ହାରିଥିବା ନେତା ଓ କିଛି ବିଧାୟକ ବି ପାଣ୍ଡିଆନଙ୍କ ବିପକ୍ଷରେ ଅସନ୍ତୋଷ ଜାହିର କଲେଣି । ସକ୍ରିୟ ରାଜନୀତିରୁ ବିରାମ ନେଇଥିଲେ ବି ଦଳରେ ତାଙ୍କର ଯେ ଗୁରୁତ୍ୱ ରହିଛି ତାହା ନବୀନ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି। ଯାହାକି ଦଳପତିଙ୍କ ପାଇଁ ବଡ଼ ଚାଲେଞ୍ଜ। ଦଳର ଦୁର୍ଗ ଭୁଶୁଡ଼ିବା ପରେ ଏବେ ପାଣ୍ଡିଆନଙ୍କୁ ବାଦ୍ ଦେଇ ନବୀନ ଘନ ଘନ ବୈଠକ କରୁଛନ୍ତି ବରିଷ୍ଠ ନେତାଙ୍କ ସହ। କିନ୍ତୁ ଅସନ୍ତୁଷ୍ଟଙ୍କ ସଂଖ୍ୟା ଯେ ଦଳରେ ବଢ଼ି ବଢ଼ି ଚାଲିଛି ତାହା ଜଳ ଜଳ ହେଇ ଦେଖା ଗଲାଣି । ଏପରିସ୍ଥଳେ ସମସ୍ତେ ତାଳି ପକା ମନ୍ତବ୍ୟ ଦେଉଥିବା ବେଳେ କେଉଁଠି ତ୍ରୁଟି ରହିଲା ତା’ର ସମୀକ୍ଷା କରାଯାଉଛି ବୋଲି କହିଛନ୍ତି ଦଳର ବିଧାୟକମାନେ।

ଅଧିକ ପଢ଼ନ୍ତୁ: ପାରିବାରିକ ରାଜନୀତିରେ ପଡ଼ଲା ପୂର୍ଣ୍ଣଛେଦ; ପାଗ ବଦଳିଲା, ଯୋଗ ବିଗିଡ଼ିଲା

Odisha Election BJD VK Pandian General Election 2024 Arindam Roy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ