Advertisment

ସିନେଷ୍ଟାର ଶୂନ୍ୟ ହୋଇଯିବ କି ବିଜେଡି ? ଚାରି ଦିନରେ ଦଳ ଛାଡ଼ିଲେଣି ୪ ଅଭିନେତା

ବିଜେଡିରୁ ଖାଲି ହୋଇଯିବେ କି କ୍ରାଉଡପୁଲର ? ଗତ ୪ ଦିନରେ ଶଙ୍ଖ ଦଳଠୁ ସଂପର୍କ ଛିନ୍ନ କଲେଣି ଚାରି ଚାରି ଜଣ ଓଲିଉଡ ଷ୍ଟାର। ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ପରେ ଆଜି ବିଜେଡିକୁ ଅଲବିଦା କହିଛନ୍ତି ଅନୁଭବ ଓ ଆକାଶ।

author-image
Santosh Kumar Sahoo
undefined

Ollywood Star

ସିନେଷ୍ଟାର ଶୂନ୍ୟ ହୋଇଯିବ କି ବିଜେଡି ? ୧୯ବେଳେ ହାଉଯାଉ ହେଉଥିଲେ, ହେଲେ ୨୪ ବେଳକୁ ସବୁ ବାଏ ବାଏ କରିଦେଲେ । ଆଗେ ସିଦ୍ଧାନ୍ତ ମହାପାତ୍ର ଓ ଅରିନ୍ଦମ ରାୟଙ୍କ ପରେ ଆଜି ଦିନକରେ ଏକାଥରେ ଦୁଇ ଦୁଇଜଣ ଓଲିଉଡ୍ ଅଭିନେତା ଆକାଶଦାସ ନାୟକ ଓ ଅନୁଭବ ମହାନ୍ତି ବି ବିଜେଡିକୁ କରିଛନ୍ତି ଅଲବିଦା । ବିଜୁ ଜନତା ଦଳଠୁ ସମ୍ପୂର୍ଣ୍ଣ ସମ୍ପର୍କ ଛିନ୍ନ କରିଥିବା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ କହିଛନ୍ତି- ବିଧାୟକ ନ ଥାଇ ବି ଗତ ୫ବର୍ଷ ଧରି ଦଳ ପାଇଁ ସେ ପରିଶ୍ରମ କରିଥିଲେ, ହେଲେ ପାର୍ଟି ତାହା ବୁଝି ପାରିଲାନି। ଅନ୍ତରତ୍ମାର ସ୍ୱର, ଆତ୍ମସମ୍ମାନ ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଆକାଶ ୨୦୧୪ରୁ୧୯ ପର୍ଯ୍ୟନ୍ତ ବିଜେଡିରୁ କୋରେଇ ବିଧାୟକ ଥିଲେ।

Advertisment

ସେହିପରି ଆଜି ବିଜେଡି ଛାଡ଼ିଥିବା ଅନ୍ୟଜଣେ ସିନେ ଷ୍ଟାର ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଦଳ ସଭାପତିଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଅନୁଭବ ଲେଖିଛନ୍ତି, ୪ ବର୍ଷ ହେଲା ସେ ଦଳରେ ଅଣନିଶ୍ୱାସୀ ହୋଇପଡ଼ିଥିଲେ । ବାପା ଓ ବଡ଼ ବାପାଙ୍କ ବିୟୋଗ ପରେ ନୀତି, ଆଦର୍ଶ, ଉଚ୍ଚଭିଳାଷକୁ ନେଇ ଗଭୀର ଆତ୍ମସମୀକ୍ଷା କରି ଏଭଳି ନିଷ୍ପତ୍ତି ନେଇଛନ୍ତି । ୨୦୧୯ରେ ଅନୁଭବ କେନ୍ଦ୍ରାପଡ଼ାରୁ ବିଜେଡି ଟିକଟରେ ସାଂସଦ ହୋଇଥିଲେ । ତା ଆଗରୁ ଦଳ ତାଙ୍କୁ ରାଜ୍ୟସଭାକୁ ବି ପଠାଇଥିଲା ।

ତେବେ କାହିଁକି ବିଜେଡିକୁ ବାଏ ବାଏ କରି ପଳାଉଛନ୍ତି ଜଣକ ପରେ ଜଣେ ବଡ଼ ସିନେଷ୍ଟାର୍ ? ଗତ ନିର୍ବାଚନ ବେଳେ ଯେଉଁଭଳି ଓଲିଉଡ୍ ଷ୍ଟାରଙ୍କୁ ଦଳ ଡାକି ମିଶାଇଥିଲା ଓ ଷ୍ଟାର୍ ପ୍ରଚାରକ ସହ କ୍ରାଉଡ୍ ପୁଲର ବି ସଜାଇଥିଲା। ଏବେ କାହିଁକି ସେମାନଙ୍କୁ ହତାଦର କଲା ? ୨୦୧୪ରେ ଅଭିନେତା ପପୁ ପମପମ୍‌ଙ୍କୁ ବିଧାୟକ ଓ ୨୦୧୯ରେ ଅନୁଭବ ମହାନ୍ତିଙ୍କୁ ସାସଂଦ ଟିକେଟ୍ ବି ଦେଇଥିଲା ଦଳ। ସେଥିରୁ କେବଳ ଅନୁଭବ ହିଁ ଜିତିଥିଲେ। ହଠାତ୍ ଅଭିନେତାମାନଙ୍କୁ ଦଳରେ ଅଣଦେଖା କରିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏବେ ବିଜେଡିରେ ମୁନା ଖାଁ ଓ କୁନା ତ୍ରିପାଠୀଙ୍କ ଭଳି କେବଳ ହାତଗଣତି ଦୁଇ ତିନି ଜଣ ସିନେ ଚେହେରା ଅଛନ୍ତି ।

Advertisment

ମୁନ୍ନା ଖାଁ, ପ୍ୟାରୀମୋହନ ମହାପାତ୍ର ସଂଗଠନ ଦାୟିତ୍ୱରେ ଥିବାବେଳେ ବିଜେଡିରେ ମିଶିଥିଲେ । ଦୀର୍ଘଦିନର ଆନୁଗତ୍ୟ ପାଇଁ ଦଳ ତାଙ୍କୁ ରାଜ୍ୟସଭା ସାଂସଦ କରିଛି । ଏଣେ ଯାଜପୁର ବିଜେଡି ସଂଗଠନକୁ ହାତରେ ରଖିଥିବା ବବି ଦାସ, ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଯିବାର ଦିନେ ନ ଯାଉଣୁ ଜିଲ୍ଲା ସଂଗଠନରେ ଘଳିଆ ପଡ଼ିଲାଣି । ତେଣୁ ଆଗକୁ ବିଜେଡି କାହାକୁ ଆଉ ପୋଷ୍ଟର ବୟ ଓ କ୍ରାଉଡପୁଲର୍ ସଜାଇ ପ୍ରଚାର ମଇଦାନକୁ ଓହ୍ଲାଇବ ବୋଲି ପ୍ରଶ୍ନ ଉଠିଥିବାବେଳେ ଦଳର ସଫେଇ- ଏଥର ନିର୍ବାଚନ ପ୍ରଚାର ଅନ୍ୟ କୌଣସି ଚେହେରାର ଲୋଡ଼ା ନାହିଁ । କେବଳ ନବୀନଙ୍କ ଲୋକପ୍ରିୟତାକୁ ନେଇ ଚାଲିବ। ବିଜେଡିଠାରୁ ସଂପର୍କ ଛିନ୍ନ କରୁଥିବା ଓଲିଉଡ୍ ସିନେ ଷ୍ଟାରମାନେ ଏବେ ସିଧା ପଦ୍ମ ଶିବିର ମୁହାଁ ହେବାରେ ଲାଗିଛନ୍ତି। ଏବେ ଦେଖିବାର କଥା ବିଜେପି ଏହି ତାରକା ନେତାମାନଙ୍କୁ ନେଇ କିଭଳି ଫାଇଦା ପାଉଛି ।

BJD Anubhav Mohanty Ollywood Actor Arindam Roy Sidhant Mohapatra
Advertisment
Advertisment